ସଲମାନଙ୍କ ବାପାଙ୍କୁ ବି ପସନ୍ଦ ଆସିଲାନି ‘ରାଧେ’, କହିଲେ ଏମିତି କଥା

କେବଳ ଫ୍ୟାନଙ୍କୁ ନୁହେଁ, ସଲମାନଙ୍କ ବାପାଙ୍କୁ ମଧ୍ୟ ପସନ୍ଦ ଆସିନି ରାଧେ। ଏକଥା ସେ ନିଜେ ହିଁ କହିଛନ୍ତି। ବରିଷ୍ଠ ଲେଖକ ତଥା ଅଭିନେତା ସଲମାନ ଖାନଙ୍କ ବାପା ସଲିମ ଖାନ କହିଛନ୍ତି, ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ ଏକ ଭଲ ଫିଲ୍ମ ନୁହେଁ। ଏଥିପାଇଁ ଲେଖକଙ୍କୁ ଦାୟୀ କରିଛନ୍ତି ସଲିମ। ଏଥିସହ ସେ ବଜରଙ୍ଗୀ ଭାଇଜାନ ଓ ଦବଙ୍ଗ ୩କୁ ଏକ ସମ୍ପୂର୍ଣ୍ଣ ଫିଲ୍ମ ବୋଲି କହିଛନ୍ତି।

ସଲିମ କହିଛନ୍ତି, ରାଧେ ଫିଲ୍ମ ଏକ ଭଲ ତଥା ସମ୍ପୂର୍ଣ୍ଣ ଫିଲ୍ମ ନୁହେଁ। କିନ୍ତୁ କମର୍ସିଆଲ ସିନେମାର ଦାୟିତ୍ୱ ହେଉଛି ସମସ୍ତଙ୍କୁ ପଇସା ମିଳୁ। କଳାକାର ଠାରୁ ଆରମ୍ଭ କରି ନିର୍ମାତା, ଡିଷ୍ଟ୍ରିବ୍ୟୁଟର ପ୍ରମୁଖ ସମସ୍ତେ ପଇସା ପାଇବାକୁ ହକଦାର। ଏହି ଆଧାରରେ ସଲମାନ ବି ଅଭିନୟ କରିଛନ୍ତି। ଫିଲ୍ମର ଷ୍ଟକ ହୋଲଡ଼ର ଲାଭବାନ ହୋଇଛନ୍ତି। କିନ୍ତୁ ଫିଲ୍ମଟି ଏତେ ଭଲ ଲାଗୁନାହିଁ।

 

View this post on Instagram

 

A post shared by Salman Khan (@beingsalmankhan)

ଅନ୍ୟପଟେ ସଲମାନ ଖାନଙ୍କ ଅଭିନୟ ନେଇ ସଲିମ କହିଛନ୍ତି ସଲମାନଙ୍କ ଅଭିନୟ ତାଙ୍କୁ ଭଲ ଲାଗିଛି। ଅଭିନେତା ହିସାବରେ ସେ ଭଲ କରିଛି। କିନ୍ତୁ ଫିଲ୍ମର କାହାଣୀ ଉଚ୍ଚକୋଟୀର ନୁହେଁ। ଏଥିସହ ସଲିମ କହିଛନ୍ତି ଯେ ଏବେ ବଲିଉଡରେ ଭଲ ଲେଖକ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.