ଆପଣଙ୍କ ସ୍କୁଲ ଯାଉଥିବା ପିଲାଙ୍କ ବ୍ୟାଗରେ ରଖନ୍ତୁ ଏହି ୫ ଜିନିଷ, କୌଣସି ଅଘଟଣ ଏବଂ ଦୁର୍ଘଟଣାରେ ଆସିବ କାମ

ପିଲାମାନଙ୍କ ସୁରକ୍ଷାକୁ ନେଇ ସବୁ ବାପା-ମା’ମାନେ ଚିନ୍ତିତ ଥାଆନ୍ତି। ଏମିତିରେ ପିଲା ଘରେ ଅଛି ତ ଠିକ ଅଛି କିନ୍ତୁ ପିଲା ଯଦି ଘରୁ ବାହାରକୁ ଯାଏ ତେବେ ବାପା-ମା’ଙ୍କର ଚିନ୍ତା ବଢ଼ିଯାଇଥାଏ। ଏମିତିରେ ସ୍କୁଲ ଯାଉଥିବା ପିଲାଙ୍କର ସୁରକ୍ଷାର ଦାୟିତ୍ବ ସ୍କୁଲ କର୍ତ୍ତୃପକ୍ଷ ସହିତ ଅଭିଭାବକଙ୍କୁ ମଧ୍ୟ ରଖିବା ଉଚିତ। ଯଦି ଆପଣଙ୍କ ପିଲା ବହୁତ ଛୋଟ ଥାଏ ଏବଂ ଆପଣଙ୍କ ଘର ଠାରୁ କିଛି କିମି ଦୂରରେ ଆପଣଙ୍କ ପିଲାର ସ୍କୁଲ ହୋଇଥାଏ ତେବେ ଆପଣଙ୍କୁ ଘରେ ବସି ଚିନ୍ତା ଲାଗିଥାଏ।

ଏମିତି ପରିସ୍ଥିତିରେ ଆପଣଙ୍କ ମନରେ ଏଣୁ ତେଣୁ ଭାବନା ଘାରି ପଡେ। ଯେତେବେଳେ ଆପଣଙ୍କ ପିଲା ଭଲରେ ଭଲରେ ଘରକୁ ଫେରି ନଯାଏ, ସେତେ ଯାଏ ଆପଣ ଚିନ୍ତା କରୁଥିବେ। ଏହି ସବୁ ଚିନ୍ତାରୁ ରକ୍ଷା ପାଇବା ପାଇଁ ଆପଣ ଆପଣଙ୍କ ପିଲାର ସ୍କୁଲ ବ୍ୟାଗରେ ଖାତା ବହି ସହିତ କିଛି ଏମିତି ଜିନିଷ ରଖନ୍ତୁ। ତେବେ ଆସନ୍ତୁ ଜାଣିବା ଆପଣ ଆପଣଙ୍କ ପିଲାର ସ୍କୁଲ ବ୍ୟାଗରେ ବହି ଖାତା ସହିତ ଅନ୍ୟ କେଉଁ ଜିନିଷ ରଖିବା ଉଚିତ୍।

school_childଯଦି ଆପଣଙ୍କ ପିଲା ଛୋଟ ଅଟେ ଏବଂ ଆପଣଙ୍କ ମୋବାଇଲ ନମ୍ବର ମନେ ରଖି ପାରିବ ନାହିଁ, ତେବେ ଆପଣ ତାର ସ୍କୁଲ ବ୍ୟାଗରେ ଗୋଟିଏ କାଗଜରେ ଏକ ଛୋଟ କାଗଜରେ ମୋବାଇଲ ନମ୍ବର ଲେଖି ପାରିବେ। ଆପଣ ଚାହିଁଲେ କୌଣସି ଏକ ବହିରେ ପଛପଟେ ନିଜର ମୋବାଇଲ ନମ୍ବର କିମ୍ବା ଘରର ଠିକଣା ଲେଖିପାରିବେ। ଆପଣ ପିଲାର ପେନସିଲ ବକ୍ସରେ ମଧ୍ୟ ମୋବାଇଲ ନମ୍ବର ଲେଖି ରଖିପାରିବେ।

ପିଲାଙ୍କ ବ୍ୟାଗରେ ଠିକଣା ଏବଂ ମୋବାଇଲ ନମ୍ବର ରଖିବା ଦ୍ବାରା କୌଣସି ଅଘଟଣରୁ ରକ୍ଷା ପାଇପାରିବେ ଏବଂ ଆପଣଙ୍କ ପିଲା ସୁରକ୍ଷିତ ରହିବ।

ନିଶ୍ଚୟ ପଢ଼ନ୍ତୁ : ଜାଣନ୍ତୁ ମହାକାଶରେ କେଉଁ କେଉଁ କାମ କରି ପାରନ୍ତି ନାହିଁ ମଣିଷ, ଜାଣିଲା ପରେ ନିଶ୍ଚୟ ହେବେ ଆଶ୍ଚର୍ଯ୍ୟ

ପିଲାଙ୍କ ବ୍ୟାଗରେ ଟିଫିନ ରଖିବା ସହିତ ପାଣି ବୋତଲ ମଧ୍ୟ ରଖନ୍ତୁ। ଯାହାଦ୍ବାରା ପିଲା ଲଗାତର ପାଣି ପିଇ ପାରିବ ଏବଂ ସେମାନଙ୍କ ଶରୀରରେ ଜଳୀୟ ଅଂଶା ଅଭାବ ରହିବ ନାହିଁ। ଯଦି ଆପଣ ବ୍ୟାଗରେ ପାଣି ବୋତଲ ରଖିବେ ତେବେ ତାକୁ ଶୋଷ ଲାଗିବା ଦ୍ବାରା ସେ ବ୍ୟାଗରୁ ପାଣି କାଢ଼ି ପିଇବ। ଏହା ଦ୍ବାରା ହାଇଡ୍ରେଡ୍ ହେବ ଏବଂ ଶୁଷ୍କା ଲାଗିବ ନାହିଁ।

childrenଆପଣ ନିଜ ପିଲାଙ୍କ ବ୍ୟାଗରେ ସ୍କୁଲ ଠିକଣା ଏବଂ ଶିକ୍ଷକଙ୍କ ନମ୍ବର ମଧ୍ୟ ଲେଖି ରଖିପାରିବେ। ଏହାଛଡା ଆପଣ ନିଜ ପିଲାଙ୍କ ବ୍ୟାଗରେ ନିଜ ଅଫିସ ଠିକଣା ଏବଂ ସେଠାକାର ଫୋନ ନମ୍ବର ମଧ୍ୟ ରଖିପାରିବେ।

ଏହାସହିତ ଆପଣ ଆପଣଙ୍କ ପିଲାର ସ୍କୁଲ ବ୍ୟାଗରେ ଏକ ଚାବି ରିଂ ରଖନ୍ତୁ ଯେଉଁଥିରେ ଆପଣଙ୍କ ନମ୍ବର, ନାମ ଏବଂ ଠିକଣା ଲେଖା ଯାଇଥିବ। ଏହି ଚାବି ରିଂକୁ ଆପଣ ତାର ବ୍ୟାଗରେ ମଧ୍ୟ ରଖିପାରିବେ।

ଆପଣ ନିଜ ପିଲାକୁ ଏକ କୋର୍ଡ ୱାର୍ଡ ଦିଅନ୍ତୁ। ଯାହା କେବଳ ଆପଣ ଏବଂ ଆପଣଙ୍କ ପିଲା ଜାଣିଥିବେ ଅନ୍ୟ କେହି ନୁହେଁ। ଏଭଳି କରିବା ଦ୍ବାରା ସ୍କୁଲକୁ ଅନ୍ୟ କେହି ଆପଣଙ୍କ ପିଲାକୁ ଆଣିବାକୁ ଗଲେ ସେ କୋଡୱାର୍ଡ ନ ଜାଣିଲେ ତାଙ୍କ ସହିତ ଆସିବ ନାହିଁ।

ଏହି ସବୁ ଜିନିଷ ଉପରେ ଧ୍ୟାନ ଦେଲେ ଆପଣଙ୍କ ପିଲା ସ୍କୁଲରେ ମଧ୍ୟ ସୁରକ୍ଷିତ ରହିପାରିବ। ଏହା ସହିତ ଆପଣଙ୍କୁ କୌଣସି ସମସ୍ୟା ଏବଂ ଅଘଟଣକୁ ସାମ୍ନା କରିବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.