Below header

ହରିଣକୁ ଜାବୁଡି ଧରିଥିଲା ଅଜଗର: କିନ୍ତୁ ଏହାପରେ ଯାହା ହେଲା ବିଶ୍ୱାସ କରିପାରିବେନି ଆପଣ, ଦେଖନ୍ତୁ ଭିଡିଓ

କୁହାଯାଏ, ରଖେ ହରି ତ ମାରେ କିଏ। ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ବୁଝିଯିବେ। ଯେତେବେଳେ ସବଳ ଦୁର୍ବଳ ଉପରେ ଆକ୍ରମଣ ତେବେ ପରିସ୍ଥିତି କ’ଣ ହେବ। ମଣିଷମାନଙ୍କ ପାଇଁ ବିଭିନ୍ନ ନିୟମକାନୁନ ରହିଛି କିନ୍ତୁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କ ପାଇଁ କୌଣସି ଆଇନ ନଥାଏ। ଜଙ୍ଗଲରେ ଯିଏ ବଳବାନ, ତାର ନିୟମ ଚାଲିଥାଏ। ଜଙ୍ଗଲରେ ଇକୋସିଷ୍ଟମ ଯୋଗୁଁ ସବୁ ବେଳେ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଚାଲିଥାଏ। ଏମିତି ଏକ ଦୃଶ୍ୟ ଥାଇଲ୍ୟାଣ୍ଡର ଏକ ଚିଡିଆଘରେ ଦେଖିବାକୁ ମିଳିଛି। ଯାହାକୁ ଦେଖି ଆପଣ ନିଶ୍ଚିତ ଭାବେ ଚକିତ ହୋଇପଡିବେ।


ଭଲଭାବେ ଦେଖନ୍ତୁ ଏହି ଭିଡିଓ । କିଭଳି ଏକ ହରିଣକୁ ବିଶାଳ ଅଜଗର ନିଜେ ଗୋଡାଇ ହୋଇ ଫାନ୍ଧି ହୋଇପଡିଛି। ହରିଣକୁ ଅଜଗର କବଳରୁ ବଞ୍ଚାଇବା ପାଇଁ ଏକ ବ୍ୟକ୍ତି ଗଛର ଖଣ୍ଡେ ଡାଳ ଭାଙ୍ଗି ତାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। କିନ୍ତୁ ଦେଖନ୍ତୁ ତ, କିଭଳି ଅଜଗର ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। କିନ୍ତୁ ସେହି ବ୍ୟକ୍ତି ଜଣକ ହରିଣକୁ ଅଜଗର କବଳରୁ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି। ଶେଷର ଅଜଗର ହାର ମାନି ହରିଣକୁ ଛାଡି ଚାଲିଯାଉଛି। ବିଚାର ନିରୀହ ପ୍ରାଣୀ ହରିଣକୁ ଜୀବନ ବଞ୍ଚିଯାଉଛି।

ସୋସିଆଲ ମିଡିଆରେ ଏହି ଭିଡିଓକୁ ଏହି ଚିଡିଆଖାନାର ସହ ନିର୍ଦ୍ଦେଶକ ଟ୍ଵିଟରରେ ପୋଷ୍ଟ କରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଖୁବ ଜୋରରେ ଭାଇରଲ ହେଉଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୪ ଲକ୍ଷ ଲୋକରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଯାହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.