ଆଜି ବି ଏଠାକାର ଲୋକମାନେ ରାବଣକୁ ମାନନ୍ତି ନିଜର ଜ୍ୱାଇଁପୁଅ, ଲଙ୍କାପତିଙ୍କ ଆଗରେ ମୁଣ୍ଡରେ ଓଢ଼ଣା ପକାଇ ଯାଆନ୍ତି ମହିଳା

ଶାରଦୀୟ ନବରାତ୍ରୀ ଦଶମୀ ତିଥିରେ ରାବଣ ପୋଡି ହୋଇଥାଏ। ରାବଣର ନାମ ଶୁଣିଲେ ମନରେ ଲଙ୍କା କଥା ମନେପଡେ। କିନ୍ତୁ ରାବଣର ମଧ୍ୟପ୍ରଦେଶ ମନ୍ଦସୌରରେ ମଧ୍ୟ ଖାସ୍‌ ସମ୍ପର୍କ ଥିଲା। ମନ୍ଦସୌରକୁ ପୂର୍ବରୁ ଦଶପୁର ନାମରେ ଜଣାଯାଉଥିଲା।

ମନ୍ଦସୌରର ଖାନପୁରରେ ରାବଣଙ୍କ ପ୍ରତିମା ମଧ୍ୟ ଅଛି। ଏହି ପ୍ରତିମା ଇତିହାସର ବହୁତ ପୁରୁଣା ଏଠାକାର ଲୋକଙ୍କ ଧାରଣା ଯେ ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର ମନ୍ଦସୌର (ଦଶପୁର) ଥିଲା। ଏହି କାରଣରୁ ଏଠାକାର ଲୋକମାନେ ରାବଣକୁ ଜ୍ୱାଇଁ ବୋଲି ମାନନ୍ତି।

mandsaurଏଠାରେ ହୋଇଥାଏ ରାବଣର ପୂଜା

ଶାରଦୀୟ ନବରାତ୍ରୀ ଦଶମୀ ତିଥିରେ ରାବଣର ପୁତ୍ତଳିକାକୁ ପୋଡି ଖରାପର ଅନ୍ତ କରାଯାଇଥାଏ କିନ୍ତୁ ମନ୍ଦସୌରରେ ରାବଣର ବର୍ଷସାରା ପୂଜା ହୋଇଥାଏ। ଏମିତି ଏଥିପାଇଁ କରାଯାଇଥାଏ କାରଣ ଆଜି ବି ଲୋକମାନେ ରାବଣକୁ ଜ୍ୱାଇଁ ବୋଲି ମାନୁଛନ୍ତି।

ଏହାସହ ପଢନ୍ତୁ : ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ମନ୍ଦସୌର ଖାନପୁରରେ ରାବଣର ୪୧ ଫୁଟ୍‌ ଉଚ୍ଚର ପ୍ରତିମା ରହିଛି। ଏହି ପ୍ରତିମା ଇତିହାସର ପ୍ରାୟ ୪୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି। ଏଠାକାର ଲୋକମାନେ ରାବଣଙ୍କ ପତ୍ନୀ ମନ୍ଦୋଦରୀକୁ ଝିଅ ବୋଲି ମାନନ୍ତି। ଏହି କାରଣରୁ ଏଠାକାର ସ୍ତ୍ରୀ ଲୋକମାନେ ଯେତେବେଳେ ରାବଣର ପ୍ରତିମା ବାଟ ଦେଇ ଯାନ୍ତି ସେତେବେଳେ ମଥାରେ ଓଢ଼ଣୀ ଦେଇଦିଅନ୍ତି।

ravanaଏଠାରେ ଏମିତି ପାଳନ କରାଯାଏ ଦଶହରା

ଦଶହରା ଦିନ ସକାଳୁ ଏଠାରେ ଲୋକମାନେ ରାବଣଙ୍କର ପ୍ରତିମାକୁ ପୂଜା କରିଥାନ୍ତି ଏବଂ ସଂଧ୍ୟାରେ ରାବଣର ପ୍ରତିକାତ୍ମକ ବଦ୍ଧ କରାଯାଇଥାଏ। ଏହାପରେ ମହିଳାମାନେ ରାବଣଙ୍କ ପ୍ରତିକାତ୍ମକ ଉପରକୁ ପଥର ମଧ୍ୟ ଫୋପାଡିଥାନ୍ତି। ମାନ୍ୟତା ରହିଛି ଏଠାରେ ରାବଣଙ୍କ ପୂଜା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.