ଏହି ଦେଶରେ ପ୍ଲାଷ୍ଟିକ ଅଳିଆର ଉପଯୋଗ କରି ତିଆରି ହେଉଛି କାଠ, ଫର୍ଣ୍ଣିଚରଠୁ ଆରମ୍ଭ କରି କୋଠା ନିର୍ମାଣରେ ହେଉଛି ବ୍ୟବହାର

ଅଳିଆ ଆବର୍ଜନା ଗୁଡିକୁ ନେଇ ଏବେ ବିଶ୍ଵବ୍ୟାପୀ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି ଅଳିଆ ଆବର୍ଜନା ଗୁଡିକୁ ନେଇ ଏବେ ବିଶ୍ଵବ୍ୟାପୀ ଏକ ବିରାଟ ଚିନ୍ତାର ବିଷୟ ପାଲଟିଛି । ପୃଥିବୀର ବିଭିନ୍ନ ବିକଶିତ ଦେଶ ମାନେ ବି ଏପରି ଏକ ଜଟିଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଏଗୁଡ଼ିକୁ କିପରି ଭାବେ ରିସାଇକଲ କରାଯିବ, ପରିବେଶ ପ୍ରତି କ୍ଷତି ନ ପହଞ୍ଚାଇ କିପରି ଭାବେ ଏହାକୁ ଉପଯୋଗ କରାଯିବ ସେ ନେଇ ଏବେ ଚିନ୍ତା ବେଶ ଜୋର ଧରିଛି ।  କିନ୍ତୁ ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଏମିତି ଏକ ଜଟିଳ ପରିସ୍ଥିତିରେ କାନାଡ଼ାର ଏକ କମ୍ପାନୀ ପ୍ଲାଷ୍ଟିକ ଆବର୍ଜନା ଗୁଡିକର ରିସାଇକଲ କରି ଏକ କାଠ ପରି ଏକ ଜିନିଷର ନିର୍ମାଣ କରୁଛି ।  ଏହି କମ୍ପାନୀ ପ୍ଲାଷ୍ଟିକ ଆବର୍ଜନା ଗୁଡିକୁ ରିସାଇକଲ କରି କାଠ ତିଆରି କରୁଛି ।  କାନାଡ଼ା ସ୍ଥିତ ସ୍କଟିୟା ଠାରେ ଥିବା ଏହି କମ୍ପାନୀ ପ୍ରାୟ ୮୦ ପ୍ରତିଶତ ପ୍ଲାଷ୍ଟିକକୁ ରିସାଇକଲ କରି ଏହାକୁ ଏକ ନୂଆ ରୂପ ଦେଉଛି ।

plastic waste

ପ୍ରକୃତରେ ‘ଗୁଡ଼ବୁଡ଼’ ନାମକ ଏହି କମ୍ପାନୀ ପ୍ଲାଷ୍ଟିକ ଅଳିଆକୁ ଏକ ପ୍ରକାର କାଠର ରୂପ ଦେଉଛି ଯାହାକୁ ଘର ତିଆରି କାମରେ ବି ଉପଯୋଗ କରାଯାଇ ପାରିବ ।  କାଠ ଭଳି ଏଥିରେ ମଧ୍ୟ ଡ୍ରିଲ କରାଯାଇ ପାରିଥାଏ ।  ଏଠିକାର ପ୍ରଶାସନ ମଧ୍ୟ ଏପରି ଏକ ଭିନ୍ନ ପ୍ରୟାସ ନେଇ ବେଶ ଖୁସିଥିବା କହିଛନ୍ତି ।  ଏହି ଉପାୟରେ ୨ଟି ଫାଇଦା ହେଉଥିବା ଜଣାଯାଇଛି ।  ଏହି ପ୍ରକ୍ରିୟାରେ ପ୍ଲାଷ୍ଟିକ ଅଳିଆର ସୁବିନିଯୋଗ ହେବା ସହ କାଠ ପାଇଁ ଆଉ ଗଛ କାଟିବାକୁ ପଡୁନାହିଁ ।  ଗତ ବର୍ଷ ଡିସେମ୍ବର ମାସରେ ହିଁ ଏହି କମ୍ପାନୀ ନିଜ ନାଁକୁ ଗୁଡ଼ ବୁଡ଼ ନାମରେ ନାମିତ କରିଥିଲା ।  ଗୋଟେ ଗ୍ରୋସେରୀ ଷ୍ଟୋର ସହ ମିଶି କେବଳ ପ୍ଲାଷ୍ଟିକ ଉପଯୋଗରେ କମ୍ପାନୀ ଏକ ପାର୍କିଙ୍ଗ ସ୍ଥଳର ନିର୍ମାଣ କରିଛି ।  କମ୍ପାନୀ ନିକଟକୁ ଦେଶର ବିଭିନ୍ନ ପ୍ରାନ୍ତରୁ ଥଳିରେ ଅଳିଆ ଆବର୍ଜନାକୁ ଭର୍ତ୍ତି କରି ଏକ ନିର୍ଦ୍ଦିଷ୍ଟ ସ୍ଥଳକୁ ଅଣାଯାଇଥାଏ ।

plastic waste

ଏହାକୁ ବିଭିନ୍ନ ପ୍ରକ୍ରିୟାରେ କାଠ ଭଳି ଏକ ପଦାର୍ଥର ରୂପ ଦେଇଥାଏ ।  ‘ଗୁଡ଼ବୁଡ଼’ କମ୍ପାନୀର ଉପାଧ୍ୟକ୍ଷ ମାଇକ ଚେସୀଙ୍କ ଅନୁଯାୟୀ ତାଙ୍କ ଦ୍ୱାରା ତିଆରି ହେଉଥିବା ସ୍ୱତନ୍ତ୍ର ପଦାର୍ଥରେ ବେଞ୍ଚ ଠାରୁ ଆରମ୍ଭ କରି ପିକନିକ ଟେବଲ ପର‌୍ୟ୍ୟନ୍ତର ନିର୍ମାଣ କରାଯାଇପାରେ ।  କାନାଡ଼ା ବାଦ ଅନ୍ୟାନ ଦେଶ ଗୁଡିକରେ ବି ଏପରି ପ୍ରୟାସ ଜାରି ରଖିବା ପାଇଁ କମ୍ପାନୀ ତରଫରୁ ଚେଷ୍ଟା କରାଯାଉଛି ।  ମାଇକ ଚେସୀଙ୍କ ଅନୁଯାୟୀ ଯଦିବା ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇପାରିବ ନାହିଁ କିନ୍ତୁ ଏହାକୁ ଏକ ଭିନ୍ନ ରୂପ ଦିଆଯାଇପାରିବ ।  ଯାହାକି ପରିବେଶ ପ୍ରତି ଅନୁକୂଳ ହେବା ସହ ଖର୍ଚ୍ଚକୁ ମଧ୍ୟ କମ କରି ପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.