ଏହି ରହସ୍ୟମୟ ହ୍ରଦରେ କେହି କରିପାରିବେନି ଆତ୍ମହତ୍ୟା , ହ୍ରଦ ଭିତରକୁ ଯିଏ ଡେଇଁବ ଆପେ ଆପେ ଭାସିବ

ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଏକ ରହସ୍ୟମୟ ହ୍ରଦ।ଯେଉଁଠି ଜଣେ ଚାହିଁ ମଧ୍ୟ ବୁଡି ପାରିବ ନାହିଁ, ଆପେ ଆପେ ହିଁ ପହଁରିବାକୁ ଲାଗିବ । ଆପଣ ନିଶ୍ଚିତ ଭାବରେ ବିଦ୍ୟାଳୟରେ ପଢୁଥିବା ସମୟରେ ଲୁଣିଆ ଜଳରେ ଅନେକ ଏକ୍ସପେରିମେଣ୍ଟ ବା ପରୀକ୍ଷଣ କରିଥିବେ|ଏହି ପରୀକ୍ଷଣଗୁଡିକ ମଧ୍ୟରୁ ଗୋଟିଏରେ, ଲୁଣିଆ ପାଣି ରେ ଅଣ୍ଡା ରଖି ପରୀକ୍ଷା କରିବାର ଏକ ପ୍ରୋଜେକ୍ଟ ଥିଲା | ଲୁଣ ପାଣିରେ କୌଣସି ଜିନିଷ ବୁଡ଼ି ପାରିବ ନାହିଁ | ଏକ୍ସପେରିମେଣ୍ଟ କରିବା ସମୟରେ ଅଣ୍ଡାକୁ ଲୁଣିଆ ପାଣିରେ ରଖିବା ମାତ୍ରେ ଏହା ଭାସୁଥିଲା |  ତେବେ ଠିକ ସେହିପରି ଏହି ଲୁଣିଆ ପାଣି ର ଏକ ପ୍ରାକୃତିକ ନଦୀ ମଧ୍ୟ ଇଜିପ୍ଟରେ ଦେଖାଯାଇଛି । |

ଏଠାରେ ଥିବା ସିୱା ଓସିସ୍ ର ଏକ ଭିଡିଓ ସାମ୍ନାକୁ ଆସିଛି | ଏହି ଭିଡିଓରେ ଜଣେ ବ୍ୟକ୍ତି ଖାଲି ଚଟାଣରେ ଥିବା ଏହି ହ୍ରଦରେ ବୁଡ଼ିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା କିନ୍ତୁ ବ୍ୟକ୍ତି ଜଣକ ନିଜେ ପାଣିରେ ବୁଡିବା ଅପେକ୍ଷା ଆପେ ଆପେ ଭାସିବାକୁ ଲାଗିଥିଲେ। ଇଂଷ୍ଟାଗ୍ରାମ ରେ ଥିବା ”ଆଓ୍ଵାରପ୍ଲାନେଟଡେଲି” ନାମକ ଆକାଉଣ୍ଟରେ ଏହି ଭିଡିଓ କୁ ସେୟାର କରାଯାଇଥିଲା । ତେବେ ପାଣିରେ ପହଁରୁଥିବା ବ୍ୟକ୍ତି ଜଣଙ୍କ ଅନେକ କିଛି କଥା ସେହି ପୋଷ୍ଟ ରେ ଲେଖିଥିଲେ ।

see
Picture Credit – Shutterstrock

ବ୍ୟକ୍ତି ଜଣଙ୍କ ଏହା ମଧ୍ୟ ଲେଖିଥିଲେ ଯେ ଯଦି କେହି ପହଁରା ଜାଣି ନାହାନ୍ତି ତେବେ ଏହି ସଲ୍ଟ ଲେକ ବା ଲୁଣୀ ହ୍ରଦ ତାଙ୍କ ପହଁରିବା ପାଇଁ ଭଲସ୍ଥାନ । ଏହି ହ୍ରଦ ଇଜିପ୍ଟ ସହରରେ ଲୁଣୀ ହ୍ରଦ ଭାବରେ ବିଶ୍ୱ ପ୍ରସିଦ୍ଧ । ଏହାକୁ ଦେଖିବା ପାଇଁ ଓ ଏହି ଛୋଟ ହ୍ରଦରେ ପହଁରିବା ପାଇଁ ଦୂର ଦୂରାନ୍ତରରୁ ଲୋକମାନେ ଆସି ଥାଆନ୍ତି । ଏହି ହ୍ରଦର ଗଭିରତା ହେଉଛି ୪ ମିଟର । ହ୍ରଦ ର ପାଣିରେ ୯୫ ପ୍ରତିଶତ ଲୁଣ ରହିଛି ।

 

View this post on Instagram

 

A post shared by OUR PLANET DAILY (@ourplanetdaily)

ଏହି ହ୍ରଦର ପାଣି ର ରଙ୍ଗ ନୀଳ ରଙ୍ଗର । ପାଣିରେ ଲୁଣ ର ମାତ୍ରା ଏତେ ଅଧିକ ଅଛି ଯେ ଆପଣ ଏହି ହ୍ରଦରେ ଚାହିଁ ମଧ୍ୟବୁଡି ପାରିବେ ନାହିଁ ,ଆପଣଙ୍କୁ ସ୍ୱୀମିଙ୍ଗ ଜଣା ଥାଉ କି ନଥାଉ ।
ଭିଡିଓ ସେୟାର ହେବା ପରଠାରୁ , ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁକୁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି | ଅନେକ ଲୋକ ଏହି ହ୍ରଦକୁ ପ୍ରକୃତିର ବରଦାନ ଓ ସୌନ୍ଦର୍ଯ୍ୟ ବୋଲି କହିଛନ୍ତି । ତେବେ ଏହା ଦେଖିବା ପରେ ଅନେକ ଲୋକ ଏହା ବିପଜ୍ଜନକ ବୋଲି ମଧ୍ୟ ଲେଖିଛନ୍ତି। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ଏବଂ ଲେଖିଛନ୍ତି ଯେ ଏହି ଦୃଶ୍ୟ ମନଲୋଭା ଓ ଆଶ୍ଚର୍ଯ୍ୟଜନକ କିନ୍ତୁ ଯଦି ମୋତେ ଏଥିରେ ପ୍ରବେଶ କରିବାକୁ ପଡିବ ତେବେ ମୁଁ ଯିବିନି ।

ତେବେ ଖାଲି ଇଜିପ୍ଟର ଏହି ହ୍ରଦ ନୁହେଁ ଦୁନିଆରେ ଅନେକ ସ୍ଥାନରେ ଏମିତି କିଛି ହ୍ରଦ ରହିଛି ଯାହାର ରହସ୍ୟ ମଧ୍ୟ ରହିଛି । ଯେମିତିକି ଇଜ୍ରାଏଲ ର ଡେଡ୍‌ ସି । ଏଥିରେ ମଧ୍ୟ ଲୁଣ ର ମାତ୍ରା ଅଧିକ ଥିବାରୁ କୌଣସି ଜିନିଷ ଏହି ନଦୀରେ ବୁଡେ ନାହିଁ । ଏମିତିକି କୌଣସି ମଣିଷ ମଧ୍ୟ ବୁଡନ୍ତିନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.