ଭୁଲରେ ଏହିସବୁ ଜିନିଷକୁ ମାଗଣାରେ କାହାକୁ ବି ଦିଅନ୍ତୁ ନାହିଁ, ନଚେତ୍‌ ଶନିଙ୍କ କୋପ ଦୃଷ୍ଟିର ଶିକାର ହେବେ

ଶନିଦେବ, ନ୍ୟାୟର ଦେବତା। କାହାର ଅନ୍ୟାୟକୁ ସହି ପାରନ୍ତି ନାହିଁ ସେ, ଧର୍ମକୁ ସବୁବେଳେ ଆଖି ଆଗରେ ରଖି ନିଜ ଭକ୍ତଙ୍କ ସବୁ କଷ୍ଟକୁ ଦୂର କରିବାରେ ତାଙ୍କର ଉଚିତ୍‌ ମାର୍ଗଦର୍ଶକ ହୋଇଥାନ୍ତି। ପ୍ରଥମେ କଷ୍ଟ ଦିଅନ୍ତି ବ୍ୟକ୍ତିଙ୍କୁ ସେହି ପରି ସ୍ଥିତି ସହ ଲଢ଼ି ଶକ୍ତ ହେବା ପାଇଁ.. ପରେ କର୍ମଫଳ ଦିଅନ୍ତି। କାହା ପାଇଁ ଏହାକୁ ସହିବା କଷ୍ଟ ହୋଇଥାଏ ତ ଆଉ କିଏ ଏଥିପାଇଁ ଖୁସି ଅନୁଭବ କରେ।

ଏମିତିରେ ଶନିଦେବଙ୍କ କୋପ ଦୃଷ୍ଟି ର ଭାଜନ କେହି ବି ହେବାକୁ ଚାହାଁନ୍ତି ନାହିଁ। ତେଣୁ ଏଥିଲାଗି ଅନେକ ଉପାୟକୁ ବାଛିଥାନ୍ତି ଲୋକମାନେ.. କୁହାଯାଏ ଶନିଙ୍କର କୋପ ଦୃଷ୍ଟି ପଡ଼ିଲେ ବ୍ୟକ୍ତି ଜଣକୁ ହି୍‌ନସ୍ତା ହେବାକୁ ପଡ଼େ। ତେଣୁ ଏଥିପାଇଁ କେହି ବି ଅଧର୍ମ ବା ଅନ୍ୟାୟ କାମ କରିବା ଉଚିତ ନୁହେଁ। କାରଣ ଏହିସବୁ କାମ କରୁଥିବା ଲୋକଙ୍କ ଉପରେ ଶନିଙ୍କର କୋପ ଦୃଷ୍ଟି ପ୍ରଥମେ ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ କୋପ ଦୃଷ୍ଟି ବା ନକାରାତ୍ମକ ଶକ୍ତିରୁ ବଞ୍ଚିବା ପାଇଁ କିଛି ଉପାୟ ରହିଛି। କିଛି ଏମିତି ଜିନିଷ ରହିଛି ଯାହାକୁ ମାଗଣା ରେ ନେବା ଆଦୈା ଠିକ କଥା ନୁହେଁ। ଏମିତି କଲେ ଶନିଦେବ ରାଗିଯାନ୍ତି। ଆଉ ଅନେକ ଖରାପ ସମସ୍ୟା ଦେଇ ଗତି କରିବାକୁ ପଡ଼େ ।

ଆଜି ଆମେ ଏଥିପାଇଁ କିଛି ପ୍ରତିକାର କହିବୁ। ଯାହାକୁ ଆପଣ ଜାଣିରଖିବା ଜରୁରୀ। ଭୁଲରେ ବି ଏହି କାମ କରିବେ ନାହିଁ। ଏମିତି ଅଜାଣତରେ କଲେ ମଧ୍ୟ ଆପଣଙ୍କୁ ଦଶା ଭୋଗିବାକୁ ପଡ଼ିପାରେ। ତେଣୁ ଏହି ଭିଡ଼ିଓ ଦେଖି ନିଶ୍ଚିତ ଭାବେ ସତର୍କ ରୁହନ୍ତୁ।

ପ୍ରଥମେ ଯଦି ଆପଣ ଶନିଦେବଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ ତେବେ ବିିରି ଡ଼ାଲି କୁ ଅର୍ପଣ କରନ୍ତୁ। ଏମିତିରେ ଶନିଦୋଷରୁ ମୁକ୍ତି ମିଳିଥାଏ। ସେମିତି ବିରି ଡ଼ାଲିକୁ କେବେ ହେଲେ ବି ମାଗଣାରେ କାହାକୁ ବି ଦିଅନ୍ତୁ ନାହିଁ। ଏହାକୁ ଆପଣ ଶନିବାର ଘରେ ରୋଷେଇ କରି ଖାଇପାରିବେ।

ଶନିବାର ଦିନ ଶନିଦେବଙ୍କ ନିକଟରେ ଆପଣ ସୋରିଷ ତେଲର ଦୀପ ଜଳାଇପାରିବେ। କିନ୍ତୁ ଏହାକୁ ଆପଣ ମାଗଣାରେ କେଉଁଠି ଜଳାନ୍ତୁ ନାହିଁ ନିଜ ଘର ବ୍ୟତିତ । ଏମିତି କଲେ ଶନିଙ୍କର ଅଶୁଭ ଦଶା ଭୋଗିବାକୁ ପଡ଼ିଥାଏ।

ମନେରଖନ୍ତୁ କେବେ ବି ଶନିବାର ଦିନ ଲୁହା ଜିନିଷ କିଣନ୍ତୁ ନାହିଁ। ଏହାସହ ମାଗଣାରେ କାହାଠୁ କିମ୍ବା କାହାକୁ ଳୁହା ଜିନଷ ଆଣନ୍ତୁ ନାହିଁ କି ଦିଅନ୍ତୁ ନାହିଁ। ଏମିତି କଲେ ଶନିଙ୍କର କୋପ ଦୃଷ୍ଟି ନିଶ୍ଚିତ ଭାବେ ପଡ଼ିଥାଏ। ଆଉ ଜୀବନରେ ଅନେକ ସମସ୍ୟା ଆସିଥାଏ। ଏହାସହ ଆପଣ କିଛି ନୂଆ ଜିନିଷ ଅବା ଚମଡ଼ା ଜିନିଷ ମଧ୍ୟ ଏହିଦିନ କିଣନ୍ତୁ ନାହିଁ।

ଯଦି ଆପଣ କେବେ ବି କୌଣସି ଲୋକଙ୍କୁ କାମରେ ଲଗାଉଛନ୍ତି ତେବେ କିଛି ଜିନିଷ ଅଥବା ତାର ପାରିଶ୍ରମିକ ଦେଇ ବିଦା କରନ୍ତୁ। କାରଣ ଏମିତି ନକଲେ ଶନିଦେବ ଖୁସି ହୁଅନ୍ତି ନାହିଁ। କାହାଠୁ ମାଗଣାରେ କୌଣସି କାମ କରାଇବା ଆଦୈା ଉଚିତ ନୂହେଁ।

ତେଣୁ ଆପଣ ମଧ୍ୟ ଏହିସବୁ କଥାକୁ ଧ୍ୟାନ ରଖନ୍ତୁ। ଆଉ ମାଗଣାରେ ଏହିସବୁ ଜିିନିଷ କାହାକୁ ବି ଦିଅନ୍ତୁ ନାହିଁ। ଶନିଙ୍କର କୋପ ଦୃଷ୍ଟିରୁ ରକ୍ଷା ପାଇବା ପାଇଁ ଆପଣ ଏହିକଥାକୁ ଧ୍ୟାନ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.