ପାଣିରେ ପଡିଲା ଋୁତରାଜଙ୍କ ଶତକ, ମହାରାଷ୍ଟ୍ରକୁ ୫ ଓ୍ଵିକେଟରେ ହରାଇ ବିଜୟ ହଜାରେ ଟ୍ରଫି ଜିତିଲା ସୌରାଷ୍ଟ୍ର

ବିଜୟ ହଜାରେ ୨୦୨୨ ଟ୍ରଫି ଜିତିଲା ସୌରାଷ୍ଟ୍ର । ଡିସେମ୍ବର ୨ରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ସୌରାଷ୍ଟ୍ର ମହାରାଷ୍ଟ୍ରକୁ ୫ ଓ୍ଵିକେଟରେ ହରାଇ ଦ୍ଵିତୀୟ ଥର ଟାଇଟଲ୍ ଜିତିଛି । ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ଋତୁରାଜ ଗାଏକଓ୍ଵାଡଙ୍କ ଶତକ ବଳରେ ୯ ଓ୍ଵିକେଟ୍ ହରାଇ ୨୪୮ ରନ ସ୍କୋର କରିଥିଲା। ଜବାବରେ ସେଲଡନ ଜ୍ୟାକ୍ସନଙ୍କ ୧୩୩ ରନ ଇନିଂସ ଦମରେ ସୌରାଷ୍ଟ୍ର ୪୬.୩ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ସୌରାଷ୍ଟ୍ର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ମହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ଗତ ୨୦୦୭ରେ ଶେଷ ଥର ପାଇଁ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି ଜିତିଥିଲା । ପୁଣି ୧୫ ବର୍ଷ ପରେ ମ୍ୟାଚ୍‌ ଜିତିଛି ସୌରାଷ୍ଟ୍ର।

ପ୍ରଥମେ ବ୍ୟାଟିଂ କରି ମହାରାଷ୍ଟ୍ର ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୮ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ଋୁତରାଜ ଗାଏକୱାଡ ଶତକୀୟ ଇନିଂସ ଖେଳିଥିଲେ । ମହାରାଷ୍ଟ୍ର ପକ୍ଷରୁ ଜିରାଗ ଜାନି ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।


ଜବାବରେ ସୌରାଷ୍ଟ୍ର ୪୬.୩ ଓଭରରେ ୫ ୱିକେଟ ହରାଇ ଟାର୍ଗେଟ୍ ହାସଲ କରିନେଇଥିଲା । ଓପନର ଶେଲଡନ ଜ୍ୟାକସନ ୧୩୩ ରନ କରି ଅପରାଜିତ ରହିଥିବା ବେଳେ ୱିକେଟ କିପର ହାରଭିକ ଦେସାଇ ୫୦ ରନ୍ ସଂଗ୍ରହ କରିଥିଲେ । ମହାରାଷ୍ଟ୍ର ପକ୍ଷରୁ ମୁକେଶ ଚୌଧରୀ ଓ ଭିକି ଓଷ୍ଟୱାଲ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ମହାରାଷ୍ଟ୍ରକୁ ୫ ଓ୍ଵିକେଟ୍ରେ ହରାଇ ସୌରାଷ୍ଟ୍ର ଦଳ ଦ୍ଵିତୀୟ ଥର ବିଜୟ ହଜାରେ ଟ୍ରଫି ଜିତିବାରେ ସଫଳ ହୋଇଛି। ଏହା ପୂର୍ବରୁ ଦଳ ୨୦୦୭ରେ ପଶ୍ଚିମବଙ୍ଗକୁ ହରାଇ ପ୍ରଥମ ଥର ଚାମ୍ପିଅନ ହୋଇଥିଲା। ତାମିଲନାଡୁ ସର୍ବାଧିକ ପାଞ୍ଚ ଥର ଟ୍ରଫି ଜିତିବାରେ ସଫଳ ହୋଇଛି।