ପୁରୁଣା ହାଇୱେ କଡ଼ରେ ପୋତା ଯାଇଛି ଲକ୍ଷାଧିକ ଶବ, ଏବେ ବି ସୁରକ୍ଷିତ ଅଛି ସମାଧି

ଆମ ଦୁନିଆ ଅନେକ ଆଶ୍ଚର୍ଯ୍ୟ କରି ଦେବା ଭଳି ତତ୍ତ୍ୱରେ ତିଆରି ହୋଇଛି, ଯାହା ବିଷୟରେ କେହି ଶୁଣିଲେ ଆଚମ୍ବିତ ହୋଇଯିବା ସ୍ୱାଭାବିକ୍। ବେଳେ ବେଳେ ପୁରାତତ୍ତ୍ୱବିତ୍ଙ୍କୁ ଏମିତି କିଛି ନୂଆ ନୂଆ ଜିନିଷ ବିଷୟରେ ଜଣାପଡ଼େ ଯାହା ବେଶ୍ ଚକିତ କରିଦେବା ଭଳି ହୋଇଥାଏ। ନିକଟରେ ସେଭଳି ଏକ ଜିନିଷ ସାଉଦୀ ଆରବରୁ ମିଳିଛି। ଏଠାରେ ଆର୍କିଓଲୋଜିଷ୍ଟଙ୍କୁ ୪୫୦୦ ବର୍ଷ ପୁରୁଣା ହାଇୱେ ମିଳିଛି। କେବଳ ସେତିକି ନୁହେଁ ଏହାର ଆଖପାଖରେ ଶତାଧିକ ସମାଧି ବି ମିଳିଛି, ଯାହାର ସ୍ଥିତି ଭଲ ଥିବା କୁହାଯାଉଛି।
ରିପୋର୍ଟ ମୁତାବକ, ୟୁନିଭର୍ସିଟି ଅଫ୍ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ରିସର୍ଚ୍ଚର ଗତ ବର୍ଷେ ଭିତରେ ହେଲିକପ୍ଟର ଜରିଆରେ ଏହି ସର୍ବେକ୍ଷଣ କରିଛନ୍ତି। ଏଥିସହ ଗ୍ରାଉଣ୍ଡ୍ ସର୍ଭେ ବି କରାଯାଇଛି। ବୈଜ୍ଞାନିକମାନେ ସାଟେଲାଇଟ୍ରୁ ମିଳିଥିବା ଫଟୋକୁ ମଧ୍ୟ ଯାଞ୍ଚ କରୁଛନ୍ତି। ତେବେ ଏହି ରିସର୍ଚ୍ଚ ମୁତାବକ, ୧,୬୦,୦୦୦ ସ୍କୋୟାର କିଲୋମିଟର ଅଞ୍ଚଳରେ ବୈଜ୍ଞାନିକଙ୍କୁ ଏହି ରାସ୍ତା ମିଳିଛି। ଏହି ରିସର୍ଚ୍ଚକୁ ଆଥର ମେଥ୍ୟୁ ଡେଲ୍ଟନ୍ ଲିଡ୍ କରୁଛନ୍ତି।
Prophet Muhammad (SAW) Ke Sheher Main: Archaeologists discover 4500-year old highways, tombs in Saudi Arabia https://t.co/DgV0HXga7L
— The Kashmir Monitor (@Kashmir_Monitor) January 17, 2022
ରିସର୍ଚ୍ଚରୁ ଜଣାଯାଇଛି ଯେ ମିଳିଥିବା ପୁରୁଣା ରାସ୍ତାର ଆଖପାଖରେ ପ୍ରାୟ ୧୮ ହଜାର ସମାଧି ମଧ୍ୟ ମିଳିଛି। ରିସର୍ଚ୍ଚରଙ୍କ କହିବାନୁସାରେ ଏହି ସମାଧିଗୁଡ଼ିକ ୪୫୦୦ ବର୍ଷ ତଳର। ଏଥିରେ କେବଳ ଜଣଙ୍କୁ ପୋତା ଯାଇଛି ନା ଅନେକ ଲୋକଙ୍କୁ ପୋତାଯାଇଛି, ସେ ନେଇ ଜାଣିବାକୁ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଏବେ ବି ସୁରକ୍ଷିତ ଅଛି। ଏବେ ଟିମ୍ ଏହି ୧୮ ହଜାର ସମାଧିରୁ ୮୦ଟିକୁ ଖୋଳି ସେ ବିଷୟରେ ଅଧିକ ତଥ୍ୟ ପାଇବାକୁ ଚେଷ୍ଟା ଚଳାଇଛି।
#Archeology https://t.co/i1RN2PdsKz
“Archeologists have uncovered..4500 year-old highway-like avenues in #SaudiArabia that date back to the 3rd millennium BCE where thousands of burial monuments surround the pathways, the official Saudi Press Agency (SPA) reported [2022-01-11].”— Logic Geometry, Information (@LGcommaI) January 12, 2022
ତେବେ ବୈଜ୍ଞାନିକଙ୍କୁ ଗୋଟିଏ କଥା ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ଯେ ଏହି ରାସ୍ତା କଡ଼ରେ କିଏ ଓ କାହିଁକି ଏହି ସମାଧି ତିଆରି କରିଛି। ଏହା ପଛର କାରଣ କଣ ହୋଇପାରେ। ଏ ନେଇ ଜାଣିବାକୁ ବୈଜ୍ଞାନିକ ମାନେ ଭିନ୍ନ ଭିନ୍ନ ଦିଗରୁ ରିସର୍ଚ୍ଚ କରୁଛନ୍ତି। ତେବେ ଆଉ ଏକ କଥା ବି ବୈଜ୍ଞାନିକଙ୍କ ମନକୁ ଆସୁଛି ଯେ ଏହି ହାଇୱେ ସମାଧି ହେବା ପୂର୍ବରୁ ଥିଲା ଓ ସେତେବେଳର ଲୋକେ ବି ଏହାକୁ ବ୍ୟବହାର କରୁଥିଲେ। ଏହି ହାଇୱେର ଆଖ ପାଖରେ ନିଜ ଦଖଲ ସାବ୍ୟସ୍ତ କରିବାକୁ ସମାଧି ତିଆରି କରାଯାଇଛି ବୋଲି ବି ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି। ଆଉ କିଛି ରିସର୍ଚ୍ଚର କହୁଛନ୍ତି ଯେ ସେତେବେଳେ ଲୋକମାନେ ଏମିତି ରାସ୍ତା କଡ଼ରେ ସମାଧି ବନାଇବାର ଆଉ ଏକ କାରଣ ବୋଧେ ଏମିତି ବି ହୋଇପାରେ ଯେ ସେମାନେ ଯିବା ଆସିବା ବେଳେ ନିଜ ପ୍ରିୟ ଜନଙ୍କୁ ଦେଖିପାରିବେ। ତେବେ ଏହି ସମାଧିରେ ମୃତ ଲୋକଙ୍କୁ ପୋତା ଯାଇଛି କି ଜୀବିତଙ୍କୁ, ତାହା ବି ଏବେ ପ୍ରଶ୍ନ ଘେରରେ।
Saudi Arabia Highway Discovery: Archaeologists Discovered 4500 Year Old Highway Network In Saudi Arabia Lined With Ancient Tombs – सऊदी अरब में प्राचीन कब्रों से सटे 4500 साल पुराने हाइवे नेटवर्क की खोज, हैरत में दुनिया https://t.co/CQgmm3BQCZ
— AthibAn Hindi (@AthibanHindi) January 17, 2022
ଏହି ହାଇୱେ ୟମନ୍ ଯାଏଁ ପର୍ଯ୍ୟନ୍ତ ଯାଇଛି ବୋଲି ସନ୍ଦେହ କରାଯାଉଛି। କାରଣ ୟମନ ଓ ଉତ୍ତର ସିରିୟାରେ ବି ଏମିତି ସମାଧି ମିଳିଛି। ତେବେ ଏହି ସମାଧି ବନିବାର ଯାହା ବି କାରଣ ହୋଇଥାଉ ନା କାହିଁକି ଏହି କଥା ସ୍ପଷ୍ଟ ଯେ ଆମ ପୂର୍ବଜମାନେ ହଜାର ହଜାର ବର୍ଷ ତଳୁ ହାଇୱେ ବ୍ୟବହାର କରୁଥିଲେ ଓ ଏ ନେଇ ଜାଣିଥିଲେ। ଏଣୁ ସେମାନେ କେତେ ଦୂର ଦୃଷ୍ଟି ସମ୍ପନ୍ନ ଥିଲେ ତାହା ଏଥିରୁ ହିଁ ସହଜରେ ଅନୁମେୟ।