ଅଧିନାୟକ ହେଲେ ଖୁସି ହେବି : ଯଶପ୍ରୀତ ବୁମରା

ମୁମ୍ବାଇ: ଏବେ ଚାରିଆଡେ ଗୋଟିଏ ଚର୍ଚ୍ଚା । ଟେଷ୍ଟ ଟିମର ନୂଆ ଅଧିନାୟକକୁ ନେଇ । ବିରାଟ କୋହଲି କ୍ୟାପଟେନ ପଦ ଛାଡିବା ପରେ ଏବେ ଏ ଚର୍ଚ୍ଚା ଜୋର ଧରୁଛି । ବିରାଟ ପଦ ଛାଡିବାର ଦୁଇ ଦିନ ପରେ ବସିସିଆଇ ଦଳର ସିନିୟର ବୋଲର ଯଶପ୍ରୀତ ବମରାଙ୍କ ଏକ ଭିଡଓ ଟ୍ଵିଟରରେ ପୋଷ୍ଠ କରିଛି । ଯେଉଁଥିରେ ବୁମରା ଦଳରେ କୋଚ ଓ ଅଧିନାୟକ ପରିବର୍ତ୍ତନକୁ ଅତି ହାଲକା ଭାବେ ନେଇଛନ୍ତି ।
କୋଚ ଓ ଅଧିନାୟକ ପରିବର୍ତ୍ତନରେ ଦଳରେ ସେମିତି କିଛି ପ୍ରଭେଦ ଦେଖାଦେବ ନାହିଁ । କାରଣ ସମସ୍ତେ ନିଜ ନିଜ ଦାୟିତ୍ୱ ସଂପର୍କରେ ଅବଗତ । ତେଣୁ ସେହି ଅନୁସାରେ ଖେଳ ଚାଲିବ ବୋଲି ବୁମରା କହିଛନ୍ତି । ଅଧିନାୟକ ହେବାକୁ ଇଚ୍ଛା ରହିଛି କି ନାହିଁ ?
ଏ ସଂପର୍କରେ ବୁମରା କହିଛନ୍ତି ଯଦି ମୋତେ ସୁଯୋଗ ମିଳେ ତେବେ ତାହା ସମ୍ମାନ ବୋଲି ମନେ କରିବି । ମୁଁ ଏହା ଭାବିପାରୁନି ଯେ ଯଦି କାହାକୁ ଅଧିନାୟକ ପ୍ରସ୍ତାବ ମିଳେ । ତେବେ ସେ ମନା କରିବେ ନାହିଁ । ସେଥିରୁ ମୁଁ ବି ଭିନ୍ନ ନୁହେଁ । ବରଂ ଅଧିନାୟକ ହେଲେ ମୁଁ ଖୁସି ହେବି ବୋଲି ବୁମରା କହିଛନ୍ତି ।