ସାପ ଦେଖିବା ଶୁଭ ନା ଅଶୁଭ, ଆସନ୍ତୁ ଜାଣିବା ?

ସାପ, ନା ଶୁଣିଲା ମାତ୍ରେ ଭୟ ଲାଗିଥାଏ । ଏପରିକି ଯେଉଁଠାରେ ସାପ ଦେଖାଯାଇଥାଏ ସେଠାରେ ନାହିଁ ନଥିବା ଭିଡ଼ ଜମିଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଘରୁ ବାହାରୁଥିବା ସମୟରେ ସାପର ଦେଖିବା ଶୁଭ ହୋଇଥାଏ। ଆଜି ଆମେ କେଉଁ ସମୟରେ ସାପର ଦର୍ଶନ ଶୁଭ କି ଅଶୁଭ ତାହା ବିଷୟରେ କହିବାକୁ ଯାଉଛୁ।

snake twiin

କଣ ରହିଥାଏ ଶୁଭ

-ଯାତ୍ରା ସମୟରେ ଢ଼ମଣା ସାପ ବାମ ପାଖରେ ଦେଖିଲେ ଶୁଭ ହୋଇଥାଏ।

-ଯଦି ଢ଼ମଣା ମୁଣ୍ଡ ଟେକି ରହିଥାଏ ତେବେ ଏହା ସିଦ୍ଧିଦାୟକ ହୋଇଥାଏ।

-ଢ଼ମଣା ଯଦି କୌଣସି ଉଚ୍ଚ ସ୍ଥାନରେ ଥିବାର ଯାତ୍ରା ବେଳେ ଦେଖନ୍ତି ତେବେ ଆପଣଙ୍କ ଯାତ୍ରା ସଫଳ ଯାଣନ୍ତୁ।

-ଯାତ୍ରା ସମୟରେ ସାପ ଗଛ ଉପରେ ଚଢ଼ୁଥିବାର ଦେଖୁଛନ୍ତି ତେବେ ତାହା ଅତି ଶୁଭ କୁହାଯାଇଥାଏ।

-କଳା ରଙ୍ଗ ଛଡ଼ା ଅନ୍ୟ କୌଣସି ରଙ୍ଗର ସାପ ଘର ମଧ୍ୟକୁ ପଶିବାର ଦେଖିଲେ। ଘର ମୁରବୀଙ୍କର ଧନ ପ୍ରାପ୍ତ ସମ୍ଭାବନା ରହିଥାଏ।

-ଶୋଇବା ସମୟରେ ଲୋକଙ୍କ ନିକଟରେ ସର୍ଫ ଫେଣା ଟେକି ରହିଥିଲେ ବ୍ୟକ୍ତିଙ୍କ ସୁଖ ମିଳିବା ସହ ଯଶ ପ୍ରାପ୍ତ ହୋଇଥାଏ।

Viper-Snake-

ଦେଖିବାର ଅଶୁଭ ଫଳ :

-ଦୁଇଟି ସାପ ପରସ୍ପର ସହ ଝଗଡ଼ା ଲାଗୁଥିବା ଦେଖିଲେ ପରିବାର ମଧ୍ୟରେ କଳହ ଲାଗି ରହିଥାଏ।

-ଦୁଇଟି ସର୍ପକୁ ଯୋଡ଼ିଶ ଦେଖିଲେ ଧନନାଶ ହୋଇଥାଏ।

-ଘରୁ ବାହାରୁଥିବା ସାପ ଦେଖିଲେ କିଛି ଅଶୁଭ ଫଳ ମିଳିଥାଏ।

-ମରିଥିବା ସାପକୁ ଦେଖି ଭୁଲରେ ମଧ୍ୟ ଯାତ୍ରା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.