ବେବୋଙ୍କ ଉପରେ କଂଗ୍ରେସର ନଜର, କାହିଁକି ଜାଣନ୍ତୁ

ଭୋପାଳ : ବଲିଉଡ୍‌ କୁଇନ୍‌ ବେବୋ ଓରଫ କରୀନା କପୁର-ଖାନ୍‌ଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଜୋରସୋରରେ ଲାଗିଛନ୍ତି କିଛି କଂଗ୍ରେସ ନେତା । ସେମାନେ ଏବେ ମଧ୍ୟପ୍ରଦେଶ କଂଗ୍ରେସ କମିଟି ଏବଂ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବୁଝାସୁଝା କରିବାରେ ବ୍ୟସ୍ତ । ସେମାନଙ୍କ କହିବା କଥା ସୈଫ ଅଲୀ ଖାନ୍‌ଙ୍କୁ ବିବାହ କରିବା ପରେ କରୀନା ହେଛନ୍ତି ପଟୌଦି ପରିବାରର ବହୂ ।

SAIF AND KAREENA

ତେଣୁ ଭୋପାଳରୁ ତାଙ୍କୁ ପ୍ରାର୍ଥୀ କରାଗଲେ ସେ ନିଶ୍ଚୟ ଜିତିବେ । କାରଣ ଭୋପାଳରେ ଅଧିକ ଯୁବା ଭୋଟର୍‌ ଅଛନ୍ତି ଓ କରୀନା ସେମାନଙ୍କୁ ପ୍ରଭାବିତ କରି ପାରିବେ । ଅବଶ୍ୟ ଏ ସମ୍ପର୍କରେ ମଧ୍ୟପ୍ରଦେଶ ପିସିସି ଓ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସୁପାରିସ ପରେ ପାର୍ଟି ହାଇକମାଣ୍ଡ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ସେପଟେ ଏ ସମ୍ପର୍କରେ କରୀନା ମୁହଁ ଖୋଲି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.