ଶ୍ରାବଣ ମାସରେ ଏହି ୩ ରାଶିଙ୍କ ଉପରେ ବର୍ଷିବ ଭଗବାନ ଶଙ୍କରଙ୍କ କୃପା, ପୂର୍ଣ୍ଣ ହେବ ସବୁ କାମ

ଜୁଲାଇ ୧୪ ରୁ ଆରମ୍ଭ ହେଉଛି ଶ୍ରାବଣ ମାସ । ଏହା ଆସନ୍ତା ୧୨ ଅଗଷ୍ଟ ରେ ସମାପ୍ତ ହେବ । ଏଥର ଶ୍ରାବଣରେ ୪ ସୋମବାର ପଡ଼ୁଛି । ପ୍ରଥମ ସୋମବାର ୧୮ ଜୁଲାଇ, ଦ୍ୱିତୀୟ ୨୫, ତୃତୀୟ ୧ ଅଗଷ୍ଟ ଓ ଚତୁର୍ଥ ସୋମବାର ୮ ଅଗଷ୍ଟରେ ପଡ଼ୁଛି । ଶ୍ରାବଣରେ ପଡୁଥିବା ସୋମବାରର ବିଶେଷ ମହତ୍ୱ ଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଶ୍ରାବଣ ସୋମବାରରେ ବିଧି ପୂର୍ବକ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରନ୍ତି,ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଜାଣନ୍ତୁ ଏହି ଶ୍ରାବଣରେ କେଉଁ ୩ ରାଶିଙ୍କ ଉପରେ ରହିଛି ଭଗବାନ ଶିବଙ୍କ କୃପା ।

ମେଷ ରାଶି :

ଏହି ରାଶିର ଲୋକଙ୍କ ଉପରେ ଏହି ମାସ ବହୁତ ଶୁଭ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଅଧା ଥିବା କାମ ପୂର୍ଣ୍ଣ ହେବ । ସବୁ କାମରେ ସଫଳତା ମିଳିବ । ସବୁ କାମରେ ସହଯୋଗ ମିଳିବ ।

କର୍କଟ ରାଶି :

ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କ ବିଶେଷ କୃପା ରହିବ । କାର୍ଯ୍ୟରେ ଆସୁଥିବା ବାଧା ଦୂର ହେବ । ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅଚାନକ ଆମଦାନୀ ହେବ । ନୂଆ କାମରେ ଶୁଭ ମିଳିବ । ବ୍ୟବସାୟୀଙ୍କ ଭଲ ଆମଦାନୀ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

କନ୍ୟା ରାଶି :

ଏହି ରାଶିର ଲୋକଙ୍କ ପାଇଁ ଶ୍ରାବଣ ମାସ ଖୁସୀରେ ଭରପୁର ରହିବ । କର୍ମ କ୍ଷେତ୍ରରେ ଅଲଗା ପରିଚୟ ସୃଷ୍ଟ କରିବେ । ଯାତ୍ରାରୁ ଭଲ ଲାଭ ମିଳିବ । ନିବେଶ ପାଇଁ ସମୟ ଭଲ ରହିବ । ବିଦେଶ ଯାତ୍ରାପାଇଁ ସୁଯୋଗ ମିଳିବ । ଅଟକିଥିବା କାମ ସଫଳ ହେବାର ପ୍ରବଳ ଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.