୨୦୨୨ ବର୍ଷର ହଜ୍ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ସଫଳ ଯାତ୍ରା ପାଇଁ ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ):  ୨୦୨୨ ବର୍ଷର ହଜ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଭବନ ଠାରେ ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଭିଡିଓ ବାର୍ତ୍ତା ମାଧ୍ୟମରେ ଚଳିତ ବର୍ଷ ହଜ ଯାତ୍ରା ରେ ଯାଉଥିବା ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ସଫଳ ହଜ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ରାଜ୍ୟ ହଜ କମିଟି ଜରିଆରେ ୩୮୮ ଜଣ ହଜ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୪ ଜଣ ପୁରୁଷ ଓ ୧୬୪ ଜଣ ମଳିଳା ହଜ ଯାତ୍ରା କରୁଛନ୍ତି । ସରକାରଙ୍କ ତରଫରୁ ହଜ ଯାତ୍ରୀଙ୍କ ସୁବିଧା ନିମନ୍ତେ ଖାଦିମ- ଉଲ- ହୁଜ୍ଜାଜ (Khadim-ul Hujjaj) ଭାବେ ଯାଉଥିବା ୩ ଜଣ ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛନ୍ତି।

ମନୋନୀତ ହଜ ଯାତ୍ରୀଙ୍କୁ ହଜକୀଟ କ୍ରୟ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରାଯିବା ସହ ଓଡ଼ିଆ ହଜ ଗାଇଡ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟ ହଜ କମିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ ପ୍ରମୁଖ ଉପସ୍ଥିତ ରହିଛନ୍ତି ।