ପୃଥିବୀର ନିମ୍ନ ଭାଗରେ ରହିଛି ଦୁଇଟି ପାତାଳ ଲୋକ, ଜାଣନ୍ତୁ କିପରି ମିଳିଲା ଏହି ସୂଚନା

ବୈଜ୍ଞାନିକମାନେ ଯେତେବେଳେ ଭୂକମ୍ପର ତରଙ୍ଗ ମାପ କରୁଥିଲେ, ସେହି ସମୟରେ ଏହି ପାତାଳ ଲୋକ ବିଷୟରେ ଜାଣିବାକୁ ପାଇଲେ । ଏହାର କାରଣ ହେଉଛି ପୃଥିବୀର ବିଭିନ୍ନ ଜିନିଷ ସହିତ ଭୂକମ୍ପର ତରଙ୍ଗ ଭିନ୍ନ ଭାବରେ ଜଡିତ ରହିଥାଏ । ରିସର୍ଚ୍ଚ ସମୟରେ ଏଥିରେ ଲୁହା ସାମଗ୍ରୀ ମଧ୍ୟ ମିଳିଥିଲା ।

ପ୍ରାୟତଃ କୁହାଯାଏ ଯେ ପୃଥିବୀ ତଳେ ପାତାଳ ଲୋକ ଅଛି । ତେବେ ରିସର୍ଚ୍ଚ ଜରିଆରେ ବୈଜ୍ଞାନିକମାନେ ପାତାଳ ଲୋକ ସମ୍ବନ୍ଧୀୟ ଅନେକ ମଜାଦାର ସୂଚନା ଦେଇଛନ୍ତି । ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ପୃଥିବୀ ତଳେ ଦୁଇଟି ପାତାଳ ଲୋକ ରହିଛି । ବୈଜ୍ଞାନିକମାନେ ଏହାର ନାମ ବ୍ଲବ ରଖିଛନ୍ତି । ଆମେରିକା, ଚୀନ୍ ଏବଂ ଇଂଲଣ୍ଡର ବୈଜ୍ଞାନିକମାନେ ସେମାନଙ୍କ ରିସର୍ଚ୍ଚରେ ଜରିଆରେ ଏହା କହିଛନ୍ତି ।

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ପାତାଳ ଲୋକ ପୃଥିବୀର ମେଣ୍ଟ ତଳେ ୨୯୦୦ କିଲୋମିଟର ଦୂରରେ ରହିଛି । ଏହା ସବୁଠାରୁ ଗଭୀର ମଧ୍ୟରେ ରହିଅଛି । ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କିଛି ବିଶେଷ କଥା ଜଣାଇବୁ, ଯେ ଏହି ପାତାଳ ଲୋକ କିପରି ନିର୍ମାଣ ହୋଇଛି କେଉଁଠି ରହିଛି ।

ଏହିପରି ନିର୍ମାଣ ହୋଇଛି ପାତାଳ ଲୋକ :
ଚାଇନାର ଏକାଡେମୀ ଅଫ୍ ସାଇନ୍ସେସ୍ ର ରିପୋର୍ଟ ଅନୁଯାୟୀ, ଅନ୍ତର୍ଜାତୀୟ ବୈଜ୍ଞାନିକମାନଙ୍କର ଏକ ଟିମ୍ ପୃଥିବୀର ଗଭୀରରେ ଥିବା ଦୁଇଟି ପାତାଳ ଲୋକକୁ ଆବିଷ୍କାର କରିଛନ୍ତି । ସୂଚନା ଅନୁସାରେ, ସେଗୁଡିକ ୪.୫ ଲକ୍ଷ ବର୍ଷ ପୂର୍ବେ ଗଠିତ ହୋଇଥିଲା । ପୃଥିବୀ ସୃଷ୍ଟି ହେବାପରେ ଏଗୁଡ଼ିକ ସୃଷ୍ଟି ହୋଇଛି । ଏହା ସେହି ସମୟ କଥା ଯେତେବେଳେ ମଙ୍ଗଳ ଥିୟା ଗ୍ରହ ପ୍ରାଚୀନ ପୃଥିବୀ ସହିତ ମୁହାଁମୁହିଁ ହୋଇଥିଲେ । କୁହାଯାଏ ଏହି ଧକ୍କା ପରେ ଚନ୍ଦ୍ର ସୃଷ୍ଟି ହୋଇଥିଲା ।

କେଉଁଠାରେ ଅଛି ପାତାଳ ଲୋକ ?
ରିସର୍ଚ୍ଚ ରିପୋର୍ଟରେ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ପୃଥିବୀ ଭିତରେ ଅନେକ ପାତାଳ ଲୋକ ରହିଛି । ଏଥିମଧ୍ୟରୁ ଦୁଇଟି ପାତାଳ ଲୋକ ରିସର୍ଚ୍ଚ ଜରିଆରେ ସାମ୍ନାକୁ ଆସିଛି । ପ୍ରଥମ ପାତାଳ ଲୋକ ଆଫ୍ରିକୀୟ ମହାଦେଶ ଭିତରେ ରହିଛି । ଏଥି ସହିତ ଦ୍ୱିତୀୟ ପାତାଳ ଲୋକ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ରହିଛି ବୋଲି କୁହାଯାଉଛି । ଏହା ସେହି ସମୟରେ ସୃଷ୍ଟି ହେଲା, ଯେବେ ପୃଥିବୀ ସହ ଅନ୍ୟ ଏକ ଗ୍ରହ ଧକ୍କା ହୋଇଥିଲା । କୁହାଯାଉଛି ଏହି ପାତାଳ ଲୋକ ପୃଥିବୀକୁ ଘେରି ରହିଛି । ଯାହାକୁ ଲୋ-ଶିଅର୍-ଭେଲୋସିଟି ପ୍ରୋଭିନ୍ସ କୁହାଯାଏ ।

କିପରି ମିଳିଲା ଏହି ସୂଚନା ?
ବୈଜ୍ଞାନିକମାନେ ଯେତେବେଳେ ଭୂକମ୍ପର ତରଙ୍ଗ ମାପ କରୁଥିଲେ, ସେହି ସମୟରେ ଏହି ପାତାଳ ଲୋକ ବିଷୟରେ ଜାଣିବାକୁ ପାଇଲେ । ଏହାର କାରଣ ହେଉଛି ପୃଥିବୀର ବିଭିନ୍ନ ଜିନିଷ ସହିତ ଭୂକମ୍ପର ତରଙ୍ଗ ଭିନ୍ନ ଭାବରେ ଜଡିତ ରହିଥାଏ । ରିସର୍ଚ୍ଚ ସମୟରେ ଏଥିରେ ଲୁହା ସାମଗ୍ରୀ ମଧ୍ୟ ମିଳିଥିଲା ।
ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ସହ ଜଡିତ ଅନେକ ସୂଚନା ଭବିଷ୍ୟତରେ ସାମ୍ନାକୁ ଆସିପାରେ । ପୃଥିବୀ ସହିତ ଜଡିତ ଅନେକ ରହସ୍ୟର ଉତ୍ତର ମଧ୍ୟ ମିଳିପାରେ । ପାତାଳ ଲୋକରେ ଲୁହା ମିଳିବା ଖବର ଶୁଣି ବୈଜ୍ଞାନିକମାନେ ଖୁସି ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.