କୁମାର ପୂର୍ଣ୍ଣିମା ସହ ଭଗବାନ ଶ୍ରୀକୃଷ୍ଣଙ୍କ ରହିଛି ଗଭୀର ସମ୍ପର୍କ, ନିଜର ପ୍ରେମକୁ ପାଇବା ପାଇଁ ଏହି ଦିନ କରନ୍ତୁ ଏହି ଉପାୟ

ଆସନ୍ତା ୯ ତାରିଖ (ଅକ୍ଟୋବର ୯ ତାରିଖ)ରେ ସାରା ଦେଶରେ ପାଳିତ ହେବାକୁ ଯାଉଛି ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ଉତ୍ସବ । ହେଲେ ବ୍ରଜରେ ଏହି ପର୍ବର ପାଳନ କିଛି ଖାସ ହୋଇଥାଏ । ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ୧୬ କଳାରେ ଯୁକ୍ତ ହୋଇଥାନ୍ତି । ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ପୂଜା ହୋଇଥାଏ ।

ଏହି ଦିନ ବା ଶରତ ପୂର୍ଣ୍ଣିମା ସହ ଶ୍ରୀକୃଷ୍ଣଙ୍କର ଗଭୀର ସମ୍ପର୍କ ରହିଛି । ଏହି ଦିନ ଶ୍ରୀକୃଷ୍ଣ ୧୬ ହଜାର ଗୋପୀଙ୍କ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେମାନଙ୍କ ସହିତ ପୁରା ରାତି ନୃତ୍ୟ କରିଥିଲେ । ଯାହାକୁ ମହାରାସ କୁହାଯାଏ । କୁହାଯାଏ ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ମନ ଚାହୁଁଥିବା ପ୍ରେମ ଓ ଜୀବନ ସାଥୀ ମିଳିଥାନ୍ତି । ଆସନ୍ତୁ ଜାଣିବା ଶରତ ପୂର୍ଣ୍ଣିମାରେ କିଛି ଖାସ ଉପାୟ ଓ ଏହାର ମହତ୍ୱ ।

ଶରତ ପୂର୍ଣ୍ଣିମା ମହତ୍ୱ :

ଽ- ଶ୍ରୀକୃଷ୍ଣଙ୍କ ସବୁ ଲୀଳାକୁ ରାସ କୁହାଯାଏ । ଶରତ ପୂର୍ଣ୍ଣିମାରେ ଯମୁନା ନଦୀ କୂଳରେ ଥିବା ବଂଶୀ ବଟରେ କାହ୍ନାଜୀ ପୁରା ରାତି ନୃତ୍ୟ କରିଥିଲେ,ଯାହାକୁ ମହାରାସ କୁହାଯାଏ ।

ଽ- ଶାସ୍ତ୍ର ଅନୁସାରେ ଏହି ମହାରାସର ମହତ୍ୱ ଏତେ ଅଦ୍ଭୁତ ଯେ ଚନ୍ଦ୍ରମା ବି ଏହାକୁ ଦେଖିବା ପାଇଁ ନିଜର ଗତିକୁ ସ୍ଥିର କରିଦେଇଥିଲେ । ଫଳରେ କେତେ ମାସ ଧରି ସକାଳ ହୋଇନଥିଲା ।

ଽ- କୁହାଯାଏ ଶ୍ରୀକୃଷ୍ଣଜୀ ଏହି ରାତିକୁ ବ୍ରହ୍ମାଜୀଙ୍କ ରାତି ଭଳି ଲମ୍ବା କରିଦେଇଥିଲେ । ପୁରାଣ ଅନୁଯାୟୀ ବ୍ରହ୍ମାଙ୍କ ରାତି ମନୁଷ୍ୟଙ୍କ କୋଟିଏ ରାତି ସହ ସମାନ ।

ମନ ମୁତାବକ ପ୍ରେମ ପାଇବା ପାଇଁ କରନ୍ତୁ ଏହି ଉପାୟ :

ଶରଦ ପୂର୍ଣ୍ଣିମା ସନ୍ଧ୍ୟାରେ ଶ୍ରୀ ରାଧା କୃଷ୍ଣଙ୍କ ପୂଜା କରାଯାଇଥାଏ । ଏହି ଦିନ ଗୋଲାପ ଫୁଲ ମାଳା ଶ୍ରୀ ରାଧା କୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ । ମଧ୍ୟ ରାତ୍ରରେ ଧଳା ବସ୍ତ୍ର ପିନ୍ଧି ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏଥି ସହିତ ‘ଓଁ ରାଧାବଲ୍ଲଭାୟ ନମଃ’ ମନ୍ତ୍ର ୩ ମାଳା ଜପ କରନ୍ତୁ ।

ଯାହାଙ୍କୁ ପ୍ରେମ କରୁଛନ୍ତି ଓ ବିବାହରେ ବାଧା ଆସୁଛି,ତେବେ ମନ ଚାହୁଁଥିବା ପ୍ରେମକୁ ଜୀବନ ସାଥୀ ଭାବେ ପାଇବା ପାଇଁ ପ୍ରାର୍ଥନା କରନ୍ତୁ । ଭଗବାନଙ୍କୁ ଅର୍ପଣ କରାଯାଇଥିବା ମାଳା ଆପଣଙ୍କ ପାଖରେ ସୁରକ୍ଷିତ ଭାବେ ରଖନ୍ତୁ । ମାନ୍ୟତା ଯେ ଏହାଦ୍ୱାରା ପ୍ରେମ ସମ୍ପର୍କରେ ଆହୁରି ମଧୁରତା ବଢ଼ିଥାଏ ଓ ପ୍ରେମରେ ସଫଳତା ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.