ଅଚଳେଶ୍ୱର ମହାଦେବ ମନ୍ଦିରରେ ପ୍ରଭୁଙ୍କର ପାଦ ଆଙ୍ଗୁଠିକୁ ପୂଜା କରାଯାଏ, ଜାଣନ୍ତୁ ଏହି ମନ୍ଦିରର ବିଶେଷତ୍ୱ

ଆମେ ମନ୍ଦିର ଗଲେ ସାଧାରଣ ଭାବେ ଭଗବାନଙ୍କ ମୂର୍ତ୍ତିକୁ ପୂଜା କରିଥାଉ। ଏମିତିରେ ଶିବ ମନ୍ଦିରରେ ଭଗବାନ ଲିଙ୍ଗ ଆକାରରେ ପୂଜା ପାଆନ୍ତି। ତେବେ ଦେଶରେ ଏମିତି ଏକ ମନ୍ଦିର ମଧ୍ୟ ରହିଛି ଯେଉଁଠି ଆପଣ ମହାଦେବଙ୍କ କୌଣସି ମୂର୍ତ୍ତି କିମ୍ବା ଲିଙ୍ଗ ଦେଖିବାକୁ ପାଇବେ ନାହିଁ। ଆଜ୍ଞା ହଁ , ଆମ ଭାରତରେ ହିଁ ଏମିତିଏକ ମନ୍ଦିର ରହିଛି। ଏହି ମନ୍ଦିରର ବିଶେଷତ୍ୱା ରହିଛି ଯେ ଏଠାରେ ଭଗବାନଙ୍କର କୌଣସି ରୂପ ଦେଖିବାକୁ ମିଳେ ନାହିଁ।

ରାଜସ୍ଥାନରେ ରହିଛି ଏହି ସ୍ୱତନ୍ତ୍ର ମନ୍ଦିର। ଏଠାରେ ମହାଦେବଙ୍କ ପାଦର ଆଙ୍ଗୁଠି ଚିହ୍ନ ରହିଥିବାର ଶୁଣିବାକୁ ମିଳେ। ଆଉ ଲୋକମାନେ ତାକୁ ହିଁ ପୂଜା କରନ୍ତି।

ରାଜସ୍ଥାନରେ ଅବସ୍ଥିତ ଏକ ଖାସ୍‌ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଦେବାଧିଦେବ ମହାଦେବଙ୍କ ପୂଜା ସ୍ୱତନ୍ତ୍ର ରୂପେ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ।

ଏହିକଥା ପ୍ରାୟତଃ କମ ଲୋକ ଜାଣିଥିବେ ମାଉଣ୍ଟଆବୁ ଜୈନ ସମ୍ପ୍ରଦାୟ ସହ ହିନ୍ଦୁମାନଙ୍କ ଭକ୍ତିର ପ୍ରମୁଖ କେନ୍ଦ୍ର। ଏହି କ୍ଷେତ୍ରରେ ଅଚଲଗଢନାମକ ଏକ ସ୍ଥାନ ରହିଛି, ଯେଉଁଠାରେ ଭଗବାନ ଶଙ୍କରଙ୍କର ଅଭୁତ ମନ୍ଦିର ଅବସ୍ଥିତ। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଭୋଳାନାଥଙ୍କ ପ୍ରତିମା ଏବଂ ଶିବଲିଙ୍ଗ ପୂଜା ହେବା ଶୁଣିଥିବେ କିନ୍ତୁ ଏହି ଅଭୁତ ମନ୍ଦିରରେ ଭଗବାନ ଶଙ୍କରଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ। ସୂଚନା ଅନୁଯାୟୀ ଅଚଲେଶ୍ୱର ମହାଦେବ ମନ୍ଦିରରେ ଭଗବାନ ଶଙ୍କରଙ୍କ ଆଙ୍ଗୁଳିର ଚିହ୍ନ ରହିଛି, ଯାହାକୁ ଭଗବାନଙ୍କ ପ୍ରତିକ ମାନି ପୂଜା କରାଯାଇଥାଏ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଏଠାର ଜଳ ବହୁତ ଖାସ୍‌ ହୋଇଥାଏ, ଯାହା ଭଗବାନ ଶଙ୍କରଙ୍କୁ ଅର୍ପଣ କରାଯାଇଥାଏ। ଧାର୍ମିକ ମହତ୍ତ୍ୱ ଅନୁଯାୟୀ ଏଠାରେ ଭୋଳାନାଥଙ୍କର ୧୦୮ଟି ଛୋଟ-ବଡ ମନ୍ଦିର ରହିଛି। ସ୍କନ୍ଧ ପୁରାଣ ଅନୁଯାୟୀ ଭଗବାନ ଶଙ୍କର ଏବଂ ବିଷ୍ଣୁ ଅର୍ବୁଦ ପର୍ବତ ଉପରେ ଚାଲିଥାନ୍ତି। ଏହିକାରଣରୁ ଏହି ପର୍ବତ ଉପରେ ପୂଜା କରୁଥିବା ସାଧୁ-ସନ୍ଥଙ୍କୁ ଭଗବାନ ଶଙ୍କର ଦେଖାଦେଇଥାନ୍ତି। ମାନ୍ୟତା ରହିଛି ଆଜି ମଧ୍ୟ ମାଉଣ୍ଟଆବୁର ଏହି ପର୍ବତରେ ଭଗବାନ ଶଙ୍କର ବାସ କରିଛନ୍ତି। ଏଥିସହ ଯେଉଁ ଭକ୍ତର ଭକ୍ତିରେ ଭୋଳାନାଥ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ଭଗବାନ ଶଙ୍କର ସ୍ୱୟଂ ଦର୍ଶନ ଦେଇଥାନ୍ତି।

ମନ୍ଦିିରର ପୂଜାରୀଙ୍କ କହିବା ଅନୁଯାୟୀ ଅଚଳେଶ୍ୱର ମହାଦେବ ମନ୍ଦିର ଦେଶର ଏକମାତ୍ର ଶିବ ମନ୍ଦିର ଯେଉଁଠି ତାଙ୍କ ଆଙ୍ଗୁଠିକୁ ପୂଜା କରାଯାଏ। ବିଶ୍ୱାସ ରହିଛି ଯେ ଶିବଙ୍କ ଅଭିଷେକ ଅନୁଯାୟୀ ଯିଏ ବି ଜଳ ଚଢ଼ାନ୍ତି ତାହା ସିଧା ପାତାଳକୁ ଯାଇଥାଏ। ଶ୍ରାବଣ ମା ସରେ ବିଶେଷ କରି ଏଠାରେ ଅନେକ ଭିଡ଼ ଦେଖିବାକୁ ମିଳେ। ଏହାବ୍ୟତିତ ଶିବରାତ୍ରୀରେ ମଧ୍ୟ ଅନେକ ଭକ୍ତଙ୍କ ସମାଗମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.