ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି ବିବାହିତ ମହିଳା, ଜାଣନ୍ତୁ ପୂଜା କରିବାର ବିଧି ଏବଂ ଶୁଭ ମୁହୂର୍ତ୍ତ

ପ୍ରତିବର୍ଷ ସୀତା ନବମୀ ଶୁକ୍ଳ ପକ୍ଷ ନବମୀ ଦିନ ପାଳନ କରାଯାଏ। ସୀତାଙ୍କ ଜନ୍ମୋତ୍ସବକୁ ସୀତା ନବମୀ କହନ୍ତି। ଏହି ଦିନ ସୀତା ଜୟନ୍ତୀ ଭାବେ ପାଳନ କରନ୍ତି। ବିବାହିତ ମହିଳା ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି। ସୀତା ଜୟନ୍ତୀ ବୈଶାଖ ମାସ ଶୁକ୍ଳ ପକ୍ଷ ସମୟରେ ନବମୀ ତିଥିରେ ପାଳନ କରାଯାଏ। ଦେବୀ ସୀତାଙ୍କ ଜନ୍ମ ମଙ୍ଗଳବାର ପୁଷ୍ଯ ନକ୍ଷତ୍ରରେ ହୋଇଥିଲା ବୋଲି ମଧ୍ୟ କୁହାଯାଏ।

ସୀତା ନବମୀର ଶୁଭମୁହୂର୍ତ୍ତ: ସୀତା ନବମୀର ପ୍ରାରମ୍ଭ ୨୦ ମଇ ସକାଳ ୧୨ଟା ୨୩ ରୁ ଆରମ୍ଭ ହୋଇ ନବମୀ ତିଥି ସମାପ୍ତ ୨୧ ମଇ ୧୧.୧୦ରେ ହେବ।

puja thali

ସୀତା ନବମୀର ପୂଜା ବିଧି : ଅଷ୍ଟମୀ ଦିନ ସ୍ନାନ କରିବା ପରେ ମାଟି ଲିପି ଅଥବା ପାଣିରେ ପରିଷ୍କାର ଭାବେ ଧୋଇ ଆମ୍ବ ପତ୍ରଏବଂ ଫୁଲରେ ମଣ୍ଡପ ସଜାନ୍ତୁ। ଏହା ଉପରେ ଚଉକି ରଖି, ସେଥିରେ ଲାଲ କିମ୍ବା ହଳଦିଆ କପଡା ବିଛାନ୍ତୁ। ଏହି ଚଉକିକୁ ଫୁଲରେ ସଜାନ୍ତୁ। ଏହା ପରେ ଭଗବାନ ରାମ ଏବଂ ସୀତାଙ୍କ ପ୍ରତିମା ସ୍ଥାପିତ କରନ୍ତୁ। ପରେ ଶ୍ରୀରାମ ଏବଂ ମାତା ସୀତାଙ୍କ ନାମର ସଂକଳ୍ପ ପଢି ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.