Below header

ବଢୁଛି ସମୁଦ୍ର ଜଳ ସ୍ତର, ବିଲୀନ ହୋଇଯିବ ଲାକ୍ଷାଦ୍ଵୀପ !

ସମୟ ପରିବର୍ତ୍ତନ ହେବା ସହ ବଦଳୁଛି ପୃଥିବୀର ଭୂଗୋଳ । ଆଉ ବଦଳୁଛି ଏହାର ପରିବେଶ । ବିଶେଷଜ୍ଞ ମାନେ ପରିବର୍ତ୍ତନ ହେଉଥିବା ଜଳବାୟୁକୁ ନେଇ ଅନେକ ପ୍ରକାରର ଅନୁଧ୍ୟାନ କରୁଥିବା ବେଳେ ଏବେ ଏକ ରୋଚକ ତଥ୍ୟ ଚିନ୍ତାରେ ପକାଇଛି । ପ୍ରକୃତରେ ବିଶ୍ୱର ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ଦ୍ୱୀପ ଲାକ୍ଷାଦ୍ଵୀପ ଏବେ ସମୁଦ୍ରରେ ବିଲୀନ ହେବାକୁ ଯାଉଛି । ଆଜ୍ଞା ହିଁ, ଆଗାମୀ ଦିନରେ ଏପରି ଘଟଣା ଘଟିବାକୁ ଯାଉଛି । ନିକଟରେ ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରତିବର୍ଷ ସମୁଦ୍ରର ଜଳସ୍ତର ୦.୪ ମିମିରୁ ୦.୯ ମିମି ପର୍ଯ୍ୟନ୍ତ ବଢ଼ିବ । ଏମିତି ଘଟିଲେ ଧିରେ ଧିରେ ଦ୍ବୀପ ମଧ୍ୟ ବୁଡ଼ିଯିବ । ଏହାର ମୁଖ୍ୟ କାରଣ ହେଉଛି ପ୍ରତିବର୍ଷ ଜଳର ସ୍ତର ବଢୁଥିବା ବେଳେ ସମୁଦ୍ର କ୍ଷୟ ହେବାରେ ଲାଗିଛି । ଯାହା ଲାକ୍ଷାଦ୍ଵୀପ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି ।

ଏହା ସହିତ ସବୁଜ କୋଠରୀ ଗ୍ୟାସ କାରଣରୁ ଏପରି ଘଟଣା ଘଟୁଥିବା ଏକ ଗବେଷଣାରୁ ଜଣାପଡି଼ଛି । ଜଳ ପତ୍ତନ ବଢିବା କାରଣରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଅବସ୍ଥିତ ବିଭିନ୍ନ ଦ୍ୱୀପପୁଞ୍ଜ ସମୁଦ୍ର ଗର୍ଭରେ ଲୀନ ହୋଇଯାଇପାରେ । ଆରବ ସାଗରରେ ଅବସ୍ଥିତ ଏହି କେନ୍ଦ୍ରଶାସିତ ଅଞ୍ଚଳ ଅନେକ ଦ୍ୱୀପପୁଞ୍ଜକୁ ନେଇ ଗଠିତ । ଯାହାର ମୋଟ କ୍ଷେତ୍ରଫଳ ହେଉଛି ୩୨ ବର୍ଗ କିଲୋମିଟର । ଦେଶର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ଖଡ଼ଗପୁରସ୍ଥିତ ଡିପାର୍ଟମେଣ୍ଟ ଅଫ୍ ଓସେନ ଇଞ୍ଜିନିୟରିଂ ଆଣ୍ଡ ନାଭାଲ ଆର୍କିଟେକଚର୍ବିଭାଗ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଏହି ଗବେଷଣାରେ କୁହାଯାଇଛି ସମୁଦ୍ର ଜଳ ପତ୍ତନ ବଢିବା ଫଳରେ ଲାକ୍ଷାଦ୍ୱୀପର ଚେଟଲାଟ ଦ୍ୱୀପର ୬୦-୭୦% ଏବଂ ଆମିନି ଦ୍ୱୀପର ୭୦-୮୦% ସ୍ଥଳଭାଗ ସମୁଦ୍ର ବକ୍ଷରେ ଗାଏବ ହୋଇଯିବ । କେବଳ ଏହି ୨ ଦ୍ୱୀପପୁଞ୍ଜ ନୁହଁନ୍ତି ଏଠାକାର ସବୁଠାରୁ ବଡ ଦ୍ୱୀପ ମିନିକୟ ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ କାଭାରାତି ମଧ୍ୟ ଏହି ସାମ୍ଭାବ୍ୟ ବିପଦରୁ ବର୍ତ୍ତି ପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.