ଆପଣଙ୍କ ହାତରେ ଥିବା ଏମିତି ଚିହ୍ନ ହୋଇଥାଏ ବହୁତ ଖାସ, ଜାଣନ୍ତୁ କେତେ ଶୁଭ ଓ ଅଶୁଭ ଏହି ଚିହ୍ନ

ହସ୍ତରେଖା ଶାସ୍ତ୍ର ଏମିତି ଏକ ବିଦ୍ୟା ଯେଉଁଠି ବ୍ୟକ୍ତିର ହାତରେ ଥିବା ରେଖା ଓ ଚିହ୍ନକୁ ଦେଖି ତାର ଭଲ-ମନ୍ଦ,ଗୁଣ, ସ୍ୱଭାବ,ପସନ୍ଦ-ଅପସନ୍ଦ ଓ ଭବଷ୍ୟତ ସମ୍ପର୍କରେ କୁହାଯାଇପାରେ । ହସ୍ତ ରେଖା ଶାସ୍ତ୍ର ଅନୁଯାୟୀ କିଛି ଏମିତି ଖାସ ରେଖା ଅଛି ଯାହା ବ୍ୟକ୍ତିକୁ ଶୁଭ ଓ ଅଶୁଭ ଫଳ ପ୍ରଦାନ କରିଥାଏ । ଆସନ୍ତୁ ଜାଣିବା ଏହି ଚିହ୍ନ ସମ୍ପର୍କରେ ।

୧. ତ୍ରିଶୁଳ ଚିହ୍ନ :

ଯେଉଁ ଲୋକ ହାତରେ ତ୍ରିଶୁଳ ଚିହ୍ନ ଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ଲୋକଙ୍କୁ ଜୀବନରେ ବହୁତ ମାନ-ସମ୍ମାନ ଓ ସବୁ ସୁଖ ସୁବିଧା ମିଳିଥାଏ ।

୨. ସ୍ୱସ୍ତିକ ଚିହ୍ନ :

ଶାସ୍ତ୍ରରେ ସ୍ୱସ୍ତିକ ଚିହ୍ନକୁ ବହୁତ ଶୁଭ ପବିତ୍ର ମନାଯାଇଥାଏ । ତେଣୁ ଯେଉଁ ଲୋକଙ୍କ ହାତରେ ଏହି ଚିହ୍ନ ରହିଥାଏ ସେହି ଲୋକଙ୍କର ଧର୍ମ ପ୍ରତି ବହୁତ ଆଦର ଭାବ ରହିଥାଏ । ଏହି ଲୋକ ଧର୍ମ କାର୍ଯ୍ୟ ଦ୍ୱାରା ସମାଜରେ ସମ୍ମାନ ଲାଭ କରିଥାନ୍ତି ।

୩. ଅଣ୍ଡାକାର ଚିହ୍ନ :

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଯଦି କାହା ହାତରେ କୌଣସି ରେଖା ବା ପର୍ବତ ଉପରେ ଅଣ୍ଡାକାର ଚିହ୍ନ ଥାଏ ତେବେ ଏହି ରେଖା ବା ପର୍ବତର ଶୁଭ ପ୍ରଭାବ କମାଇ ଦେଇଥାଏ । ଏହି ଚିହ୍ନକୁ ଶୁଭ ମନାଯାଇ ନଥାଏ ।

୪. ହାତୀ ଚିହ୍ନ :

ହାତୀକୁ ଭଗବାନ ଗଣେଶଙ୍କ ସହ ସମ୍ପର୍କ ଥିବା ମନାଯାଏ । ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକଙ୍କ ହାତରେ ହାତୀ ଚିହ୍ନ ଥାଏ, ସେମାନଙ୍କୁ ରାଜକୀୟ ସୁଖ ମିଳିଥାଏ ।

୫. ରଥ ଚିହ୍ନ :

ହସ୍ତରେଖା ଶାସ୍ତ୍ର ଅନୁଯାୟୀ, ଯଦି କେହି ବ୍ୟକ୍ତିର ହାତରେ ରଥ ଚିହ୍ନ ରହିଥାଏ, ତେବେ ଏହି ବ୍ୟକ୍ତି କୌଣସି ରାଜା ଠାରୁ କମ ହୋଇ ନଥାନ୍ତି । ଏହି ଲୋକଙ୍କ ଜୀବନ ବଡ଼ ଥାଟ ବାଟରେ କଟିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.