ନା ଅଛନ୍ତି ଭଗବାନ୍, ନା କେହି ଲେଖୁଛି ଆମର ଭାଗ୍ଯ : ବ୍ରହ୍ମାଣ୍ଡକୁ ନେଇ ବହୁତ କିଛି କହୁଛି ଷ୍ଟିଫେନ୍ ହକିଂଙ୍କ ଶେଷ ବହି

ବିଜ୍ଞାନ ଜଗତର ସେଲିବ୍ରିଟି । ନ୍ୟୁଟନଙ୍କ ସ୍ଥାନ ନେଇଥିବା ଦିବଙ୍ଗତ ଷ୍ଟିଫେନ୍ ହକିଂ । ଯିଏ ଥିଲେ ଭବିଷ୍ୟବକ୍ତା, ହେଲେ ନଥିଲେ ଜ୍ଯୋତିଷ । ଯିଏ ଥିଲେ ବିଜ୍ଞାନୀ । ଆଉ ବିଜ୍ଞାନ ଆଧାରରେ କହୁଥିଲେ ଭବିଷ୍ୟତର କଥା । ମାନବ ଜାତି ଓ ପୃଥିବୀର ଭବିଷ୍ୟତକୁ ନେଇ ଷ୍ଟିଫେନ ହକିଂ ଅନେକ ଥର ଭବିଷ୍ୟତବାଣୀ କରିଛନ୍ତି । ନିକଟରେ ଏହି କିମ୍ବଦନ୍ତୀ ବୈଜ୍ଞାନିକ ମୃତ୍ୟୁ ପୂର୍ବରୁ ଲିଖିତ ବହିରେ ସୃଷ୍ଟି ବାବଦରେ ୧୦ଟି ମୌଳିକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିବ । ଏହି ବହିର ନାଁ ହେଉଛି  ‘Brief Answers to the Big Questions’

stephen hawkingଏହି ବହିରେ ସେ  କହିଛନ୍ତି ଜୀବନ ପରେ ଆଉ କିଛି ନାହିଁ । କହିଛନ୍ତି ଭଗବାନ୍ ନାହାନ୍ତି । ବ୍ରହ୍ମାଣ୍ଡକୁ କେହି ତିଆରି କରିନାହାନ୍ତି । ଏବଂ ଆମର ଭାଗ୍ଯ ମଧ୍ୟ କେହି ଲେଖୁନାହାନ୍ତି । ପରମାତ୍ମା-ଇଶ୍ୱର-ଭଗବାନଙ୍କ ଅସ୍ତିତ୍ୱକୁ ସ୍ପଷ୍ଟ ଅସ୍ୱୀକାର କରିଛନ୍ତି ହକିଂ।

ଦୁନିଆର ନିର୍ମାଣ, ଏଲିୟନ୍ ଇଣ୍ଟେନିଜେନ୍ସ, ସ୍ପେସ୍ କୋଲୋନାଇଜେସନ୍ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ  ଭଳି ଅନେକ ଜରୁରୀ ପ୍ରଶ୍ନର ଉତ୍ତର ଦେଇଛନ୍ତି ନିଜର ଏହି ବହିରେ ଦିବଙ୍ଗତ ବୈଜ୍ଞାନିକ ଷ୍ଟିଫେନ ।

କିଏ ଭଗବାନ ? ବହିର ଏକ ସ୍ଥାନରେ ସେ ଲେଖିଛନ୍ତି ଯେ ମୋ ପରି ଦିବ୍ଯାଙ୍ଗଙ୍କ ଉପରେ ଭଗବାନଙ୍କ ଅଭିଶାପ ଥାଏ ବୋଲି ଯୁଗ ଯୁଗ ଧରି ବିଶ୍ବାସ ରହିଛି । କିନ୍ତୁ ଏମିତି ଭାବୁଥିବା ଲୋକଙ୍କୁ ମୁଁ ନିରାଶ କରିବି । ଏକଥାରେ ଭାବିବାକୁ ଅଧିକ ପସନ୍ଦ କରିବି ଯେ ସବୁ ଜିନିଷର ବ୍ଯାଖ୍ଯା ଦ୍ବିତୀୟ ଉପାୟରେ କରାଯାଇପାରିବ ।

stephen-hawking-bbc.jpg.653x0_q80_crop-smartଏହା ସହ ସେ ସେ ଦୃଢ଼ ଭାବରେ କହିଛନ୍ତି ସ୍ୱର୍ଗ ବୋଲି କିଛି ବି ନାହିଁ ଏବଂ ମୃତ୍ୟୁ ପରର ଜୀବନ ବୋଲି ମଧ୍ୟ କିଛି ନାହିଁ। ମୃତ୍ୟୁ ପରର ଜୀବନ କେବଳ ଏକ କଳ୍ପନା ମାତ୍ର । ସୃଷ୍ଟିର ଆରମ୍ଭ ଏକ ଉଷ୍ମ ବିଗ୍‌ବ୍ୟାଙ୍ଗ ବା ବୃହତ୍‌ ବିସ୍ଫୋରଣରୁ ହୋଇଥିବା ସେ କହିଛନ୍ତି ।

ସୂଚନାଯୋଗ୍ଯ , ୭୬ ବର୍ଷ ବୟସରେ ଚଳିତ ବର୍ଷ ମାର୍ଚ୍ଚ ୧୪ରେ ଦୁନିଆକୁ ଅଲବିଦା କହିଥିଲେ ବିଜ୍ଞାନର ପପ୍ ଷ୍ଟାର୍ ଷ୍ଟିଫେନ୍ ହକିଂ । ଗତ ୫୫ ବର୍ଷ ଧରି ମୋଟର ନ୍ୟୁରନ ରୋଗରେ ପୀଡିତ ଥିଲେ । ହକିଂ ତାଙ୍କ ବ୍ଲାକ୍ ହୋଲ ଓ ରିଲେଟିଭିଟି ବା ସାପେକ୍ଷତା ଥିଓରୀକୁ ନେଇ ନେଇ ପ୍ରସିଦ୍ଧ ଥିଲେ । ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍ ନାମକ ପୁସ୍ତକ ତାଙ୍କୁ ପୁରା ବିଶ୍ୱରେ ପରିଚିତ କରାଇଥିଲା । ୧୯୪୨ ମସିହା ଜାନୁଆରି ୮ ତାରିଖରେ ଷ୍ଟିଫେନଙ୍କ ଜନ୍ମ ବ୍ରିଟେନର ଅକ୍ସଫୋର୍ଡରେ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.