ମୋତେ ଦିନେ କହିଥିଲେ ମୁଁ କିଛି କରିପାରିବିନି, କିନ୍ତୁ ମୁଁ ଆଜି କରି ଦେଖାଇଛି ମ୍ୟାଡ଼ାମ….

ଛାତ୍ର ଜଣଙ୍କ ନିଜ ଶିକ୍ଷୟିତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ସେହି ଚିଠିରେ ସେ ଲେଖିଛନ୍ତିକି- “ହ୍ୟାଲୋ ମାମ, ୨୦୧୯-୨୦ ବର୍ଷରେ ମୁଁ ଆପଣଙ୍କ ଛାତ୍ର ଥିଲି । ଏହି ମେସେଜ ମୁଁ ଆପଣଙ୍କୁ ଏଥିପାଇଁ ପଠାଉଛି କାହିଁକିନା ଆପଣ ମୋତେ ଥରେ କହିଥିଲେକି ମୁଁ କିଛି ବି କରି ପାରିବି ନାହିଁ । ଆପଣ କହିଥିଲେ ମୁଁ ସ୍କୁଲ ମଧ୍ୟ ପାସ କରିପାରିବି ନାହିଁ । ଯେତେ ପାରିଲେ ମୋତେ ସବୁବେଳେ ନୀଚା ଦେଖେଇବାକୁ ଚେଷ୍ଟା କଲେ । କିନ୍ତୁ ମୁଁ ଆପଣଙ୍କୁ କହିରଖୁଛିକି ମୁଁ ଆଜି ଭଲ ନମ୍ବର ରଖି ଯୁକ୍ତ ଦୁଇ ପାସ କରିଛି । ଆଉ ସେହି ବିଶ୍ୱବିଦ୍ୟାଳୟରେ ଆଡମିଶନ କରିଛି ଯେଉଁଠିକି ମୁଁ ସବୁବେଳେ ଯିବାକୁ ଚାହୁଁଥିଲି । ଆଉ ଏବେ ସେହି କୋର୍ସ କରୁଛି ଯାହାକୁ ମୁଁ କରିବାକୁ ଚାହୁଁଥିଲି । ଏହା ମୋର କୌଣସି ଧନ୍ୟବାଦ ମେସେଜ ନୁହେଁ ।ବାସ ଏତିକି ମୁଁ କହୁଛିକି ଯାହା ମୁଁ ଚାହୁଁଥିଲି ଆଜି ତାହା କରି ଦେଖେଇଛି । ଆପଣ ଆଗକୁ ଅନ୍ୟ ମାନଙ୍କ ପ୍ରତି ଦୟାଵାନ ରୁହନ୍ତୁ । ବିଶେଷ କରି ସେହି ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ମାନଙ୍କୁ ଆପଣଙ୍କ ସାହାଯ୍ୟ ନିହାତି ଦରକାର ।

 

କହିରଖିବା ଉଚିତ ହେବକି ହ୍ଵାଟ୍ସଆପର ଚାଟର ଏହି ସ୍କ୍ରିନ ସଟ ଟ୍ୱିଟର ୟୁଜର @hasmathaysha3 ସେୟାର କରିଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି ଦୁଇ ବର୍ଷ ପୂର୍ବରୁ ସେ ଆଉ ତାଙ୍କ ସାଙ୍ଗ ନିଷ୍ପତ୍ତି ନେଇଥିଲେକି ଯେଉଁ ଦିନ ଆମ ରେଜଲ୍ଟ ଆସିବ ସେହିଦିନ ଆମେ ଆମ ଶିକ୍ଷୟିତ୍ରୀଙ୍କୁ ମେସେଜ ପଠେଇବୁ । ଏହି ଟ୍ୱିଟକୁ ଖବର ଆକାରରେ ଲେଖାଯିବା ଭିତରେ ୫୮ ହଜାରରୁ ଅଧିକ ଲାଇକ୍ସ ମିଳିବା ସହିତ ସାଢେ ପାଞ୍ଚ ହଜାରରୁ ଅଧିକ ଥର ରିଟ୍ୱିଟ କରଯାଇ ସାରିଲାଣି । ଏହା ସହ କିଛି ୟୁଜର୍ସ ମାନେ ବି ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେବେକି ଜଣେ ୟୁଜର ଲେଖିଛନ୍ତିକି- ମୁଁ ତମକୁ ନେଇ ଗର୍ବ କରେ…. । ଯେବେକି କିଛି ଜଣ ଲେଖିଛନ୍ତିକି ଟିଚର କଣ ରିପ୍ଲାଏ ଦେଇଛନ୍ତି । ଏହି ପରି ଭାବରେ କିଛି ୟୁଜର୍ସ ଛାତ୍ର ଜଣଙ୍କର ପ୍ରଶଂସା କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.