ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ

ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୂବ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ର ଛାତ୍ରୀ । ତେଣୁ ପିଲା ମାନଙ୍କର ଭବିଷ୍ଯତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ବାଲେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୂବ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ର ଛାତ୍ରୀ । ତେଣୁ ପିଲା ମାନଙ୍କର ଭବିଷ୍ଯତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ପାଇଁ ଭୁସୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା । ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ।

ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ଚାଲିଛି ଆଉ ଏହି ବାର୍ଷିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ୟୁଟ୍ୟୂବରେ ମିଳୁଛି । ପିଲାମାନେ ବହି ପାଠ ନ ପଢି ମୋବାଇଲରେ ପ୍ରଶ୍ନପତ୍ର ବାହାର କରି ଉତ୍ତର ଲେଖୁଛନ୍ତି । ଏଥିପାଇଁ ଅବିଭାବକ ମାନଙ୍କୁ ମୋବାଇଲ ପାଇଁ ଜିଦ କରୁଛନ୍ତି । ନହେଲେ ଜୀବନ ହାରିବା ପାଇଁ ଦେଉଛନ୍ତି ଧମକ । ତେଣୁ ଏହି ପରିକ୍ଷା ବାତିଲ କରିବା ସହିତ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ମାନେ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନେ ବହି ପାଠ ଅପେକ୍ଷା ମୋବାଇଲ ୟୁଟ୍ୟୁବରୁ ପ୍ରଶ୍ନପତ୍ର ଓ ଉତ୍ତର ବାହାର କରି ପରିକ୍ଷା ଦେବାକୁ ଆସୁଛନ୍ତି । ଆସନ୍ତା କାଲିର ବିଷୟର ପ୍ରଶ୍ନ ପୁର୍ବ ଦିନ ରାତିରେ ବାହାର କରି ସକାଳେ ପରିକ୍ଷା ଦେବାକୁ ଆସୁଛନ୍ତି ଛାତ୍ର ଛାତ୍ରୀ । ଏମିତି କିଛି ପିଲାଙ୍କୁ ଆମେ ଭେଟିଥିଲୁ, ସେମାନେ ସତକଥା ସ୍ୱୀକାର କରିଥିଲେ । ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରୁ ନଥିଲେ ମଧ୍ୟ ପରିକ୍ଷାରେ ଶତପ୍ରତିଶତ ମାର୍କ ରଖିବେ ବୋଲି କହିଛନ୍ତି । ତେବେ ଏଭଳି ଘଟଣା ବାଲିଆପାଳ ବ୍ଲକ ନୁହେଁ ବରଂ ସମଗ୍ର ରାଜ୍ୟରେ ଦେଖିବାକୁ ମିଳୁଛି । ୟୁଟ୍ୟୁବରେ ପ୍ରଶ୍ନପତ୍ର ମିଳୁଥିବାରୁ ସହଜରେ ପ୍ରଶ୍ନପତ୍ର ପାଇ ପରିକ୍ଷା ଦେବାକୁ ଆସୁଛନ୍ତି ଛାତ୍ର ଛାତ୍ରୀ । ଏହା କରିବା ଦ୍ୱାରା ପିଲା ମାନେ ଆଉ ପାଠ ପ୍ରତି ମନ ଦେଉ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.