ବମ୍ ଭଳି ଫାଟିଲା Realmeର ଏହି ସ୍ମାର୍ଟଫୋନ, ହଠାତ୍ ପଛପଟୁ ବାହାରିଲା ନିଆଁ…ତ ଏମିତି ରାଗ ଦେଖାଇଲେ ବ୍ୟକ୍ତି

ଗତ କିଛି ମାସ ମଧ୍ୟରେ ଭାରତରେ ଅନେକ ଫୋନ୍ ବିସ୍ଫୋରଣ ହୋଇଛି, ସେ ୱାନପ୍ଲସ୍ ନର୍ଡ 2 ହେଉ କି ପୋକୋ M3, ଏ ସବୁ ସ୍ମାର୍ଟଫୋନ ନିଆଁକୁ ଧରି ନେଇଛି। ବର୍ତ୍ତମାନ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ Realme XTରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ମୁତାବକ, Realme XT ହଠାତ୍ ଚାଲୁଥିବା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ମଡେଲକୁ ନେଇ ସମାନ ଘଟଣା ଜୁନ୍ ୨୦୨୦ରେ ଘଟିଥିଲା। ଟ୍ୱିଟର ବ୍ୟବହାରକାରୀ ସନ୍ଦୀପ କୁଣ୍ଡୁ ଜଳି ଯାଇଥିବା Realme XTର ଏକ ଫଟୋ ପୋଷ୍ଟ କରିଛନ୍ତି, ଯାହାକି ତାଙ୍କ ବନ୍ଧୁଙ୍କର ବୋଲି ସେ କହିଛନ୍ତି।
ଟ୍ୱିଟର ବ୍ୟବହାରକାରୀ ପୋଷ୍ଟ କଲେ ଫଟୋ
ଟ୍ୱିଟର ବ୍ୟବହାରକାରୀଙ୍କ ମୁତାବକ, ତାଙ୍କ ବନ୍ଧୁଙ୍କର Realme XT ଡିଭାଇସ୍ ବ୍ୟବହାର ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ତାଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଫଟୋଗୁଡ଼ିକରେ ଫୋନ୍ଟି ସଂପୂର୍ଣ୍ଣ ଜଳି ଯାଇଥିବା ଦେଖା ଯାଉଛି। ସାଇଡ୍ ପ୍ୟାନେଲ୍ ସଂପୂର୍ଣ୍ଣ ଜଳିଯାଇଛି। ଡିସପ୍ଲେରେ ମଧ୍ୟ କ୍ଷତି ହୋଇଛି, ଯାହା ସ୍କ୍ରିନ୍ରେ ଥିବା ପିକ୍ସଲ ବ୍ଲିଡ୍ରୁ ସ୍ପଷ୍ଟ ହେଉଛି। ଦେଖିଲେ ଲାଗୁଛି, ବାସ୍ତବରେ ଏହା ଏକ ବିସ୍ଫୋରଣ, ଯାହାକି ବ୍ୟାଟେରୀ ଯୋଗୁ ହୋଇଛି।
କମ୍ପାନୀ ଦେଲା ଏହି ବୟାନ
କହି ରଖୁଛୁ, ଏହି ଘଟଣାରେ ୟୁଜର ବ୍ୟକ୍ତିଙ୍କୁ କୌଣସି ଆଘାତ ଲାଗି ନାହିଁ। ଟ୍ୱିଟର ବ୍ୟବହାରକାରୀ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖାଯାଇ ପାରିବ ଯେ ଖଟରୁ ହିଁ ଧୂଆଁ ବାହାରୁଛି। ଟ୍ୱିଟରରେ Realmeର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏହି ସମସ୍ୟାକୁ ସ୍ୱୀକାର କରିଛି ଏବଂ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଏହା କହିଛି କି, ‘ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଆମେ ସେହି ବ୍ୟକ୍ତିଙ୍କୁ ପୂର୍ବରୁ ହିଁ ଯୋଗାଯୋଗ କରି ସାରିଛୁ ଏବଂ ନିକଟସ୍ଥ ଅଧିକୃତ ସେବା କେନ୍ଦ୍ରକୁ ଯିବା ପାଇଁ ମଧ୍ୟ କହିଛୁ। ଦୟାକରି ନିଶ୍ଚିତ ରୁହନ୍ତୁ, ଯେମିତି ହିଁ ସେ ଆମ ପାଖକୁ ଆସିବେ, ଆମେ ତାଙ୍କ ଚିନ୍ତାକୁ ଦୂର କରିବାକୁ ଯଥାସମ୍ଭବ ଚେଷ୍ଟା କରିବୁ’। ତେବେ ଘଟଣାର କାରଣ ସମ୍ପର୍କରେ ବିସ୍ତୃତ ସୂଚନା ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ, କିନ୍ତୁ ବାରମ୍ବାର ଘଟୁଥିବା ଏହିଭଳି ଘଟଣା Realme ବ୍ୟବହାରକାରୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।
My friend’s phone Realme XT blast in the evening today….@MadhavSheth1 please do something 🙏 pic.twitter.com/CrCnaOKnIK
— Sandip Kundu (@SandipK75709658) December 28, 2021