ସୁକାନ୍ତଙ୍କ ଡବଲ ହ୍ଵିପ୍ ଡ୍ରେସର ସ୍ୱତନ୍ତ୍ର ଚାହିଦା, ସମ୍ବଲପୁରୀ ପୋଷାକର ନୂଆ ଡିଜାଇନ୍ ପାଇଁ ପରିଚୟ ପାଇଛି ମହଲାକଟା ଗାଁ

ବରଗଡ(କେନ୍ଯୁଜ୍) : ସମ୍ବଲପୁର ବସ୍ତ୍ରର ମାନ୍ୟତା ସାରା ବିଶ୍ୱରେ ରହିଛି । ନିଜସ୍ୱ ଡିଜାଇନ୍‌ ଓ ରଙ୍ଗ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବସ୍ତ୍ରର ଉଭୟ ପାର୍ଶ୍ୱରେ ଭିନ୍ନ ଡିଜାଇନ୍‌ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବରଗଡ ଜିଲ୍ଲା ମହଲାକଟା ଗାଁର ସୁକାନ୍ତ ମେହେର ।

sukant1 ‘ଡବଲ୍‌ ହ୍ଵିପ୍‌’ ବସ୍ତ୍ର ପାଇଁ ଫେମସ୍‌ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ୍‌ ମହଲାକଟା ଗାଁ । ଆଉ ଗାଁକୁ ପରିଚିତ କରାଇବାର ଶ୍ରେୟ ଯାଏ ସୁକାନ୍ତ ମେହେରଙ୍କୁ । ଡବଲ ହ୍ଵିପ୍‌ ବସ୍ତ୍ର ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁକାନ୍ତ । ବସ୍ତ୍ରର ଉଭୟ ପାର୍ଶ୍ୱକୁ ଭିନ୍ନ ଡିଜାଇନ୍‌ ଓ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରୁଛନ୍ତି ।

sukant2ଖାଲି ଶାଢ଼ୀ ନୁହେଁ, ସ୍କାର୍ଫ, ଓଢଣୀ, ଡୋରସ୍କ୍ରିନ ଆଦି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଆଉ ଏଥିରେ ତାଙ୍କ ସାଥ୍‌ ଦିଅନ୍ତି ତାଙ୍କ ପରିବାର ଲୋକେ ।  ନିଜ କଳା ପାଇଁ ସୁକାନ୍ତ ବାନ୍ଧକଳାରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଛନ୍ତି । ଏହାସହ ତାଙ୍କ ପରିବାରର ଅନ୍ୟ ୪ଜଣ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଏହି କଳାକୁ ଆଗକୁ ନେବା ପାଇଁ ଅନେକ ମହିଳାଙ୍କୁ ତାଲିମ୍‌ ଦେଉଛନ୍ତି ସୁକାନ୍ତ । ଯାହାକୁ ନେଇ ସାରା ଗାଁ ତାଙ୍କ ପାଇଁ ଆଜି ଗର୍ବିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.