ଆସନ୍ତାକାଲି କୁମ୍ଭ ସଂକ୍ରାନ୍ତି, ସୂର୍ଯ୍ୟଦେବଙ୍କୁ ଖୁସି କରିବା ପାଇଁ କରନ୍ତୁ ଏହି ସ୍ୱତନ୍ତ୍ର ପୂଜା ବିଧି

କାଲି କୁମ୍ଭ ସଂକ୍ରାନ୍ତି ପାଳନ କରାଯିବ। ଏହି ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ। ଏଥିସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହରାଜ କୁହାଯାଏ। ୧୨ ଟି ରାଶିର ରାଜା ହେଉଛନ୍ତି ସୂର୍ଯ୍ୟଦେବ। ତେବେ ସବୁ ଗ୍ରହ ମଧ୍ୟରୁ ସୂର୍ଯ୍ୟ ଓ ଚନ୍ଦ୍ର ଦେବ କଦାପି ବକ୍ରି ହୁଅନ୍ତି ନାହିଁ। ମାନେ ଏମାନେ କେବେବି ପଛୁଆ ଫେରିକି ରାଶି ପରିବର୍ତ୍ତନ କରନ୍ତି ନାହିଁ। ଏମାନେ ସର୍ବଦା ଗୋଚର ମାନେ ସିଧା ରାଶି ଚଳନ କରନ୍ତି।

ଯେତେବେଳେ ଭଗବାନ ସୂର୍ଯ୍ୟ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ସେହି ସମୟରେ ସଂକ୍ରାନ୍ତି ପାଳନ କରାଯାଇଥାଏ। ସୂର୍ଯ୍ୟ ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରିଏ କ ବର୍ଷରେ ସମସ୍ତ ରାଶିରେ ଭ୍ରମଣ କରି ପୁରା କରିଥାନ୍ତି। ଚଳିତ ବର୍ଷ ସୂର୍ଯ୍ୟ କୁମ୍ଭ ରାଶିରେ ଆସନ୍ତା କାଲି ୧୩ ଫେବୃଆରୀ ସୋମବାର ରେ ଗୋଚର କରିବେ। ଏହି କାରଣରୁ କାଲି କୁମ୍ଭ ସଂକ୍ରାନ୍ତି ପାଳନ କରାଯିବ। ହିନ୍ଦୁ ଧର୍ମରେ କୁମ୍ଭ ସଂକ୍ରାନ୍ତିର ଅନେକ ମହତ୍ତ୍ୱ ରହିଛି। ମାନ୍ୟତା ରହିଛି ଏହି ଦିନ ହିନ୍ଦୁ ଧର୍ମର ସମସ୍ତ ଦେବୀ-ଦେବତା ପବିତ୍ର ନଦୀରେ ସ୍ନାନ କରିଥାନ୍ତି। ଯେଉଁ କାରଣରୁ ଏହି ପବିତ୍ର ଦିନରେ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ବୋଲି ଉଲ୍ଲେଖ କରାଯାଇଛି।

ଏଥରର ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବହୁ ଗୁରୁତ୍ୱ ବହନ କରୁଛି । କାରଣ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରୁଛନ୍ତି । ଯେଉଁଠି ଶନି ପ୍ରଥମରୁ ଅବସ୍ଥାନ କରିଛନ୍ତି । ଏହିପରି ଭାବେ କୁମ୍ଭ ରାଶିରେ ଶନି ଓ ସୂର୍ଯ୍ୟ ଯୁକ୍ତ ହୋଇ ଅବସ୍ଥାନ କରିବେ । ସୂର୍ଯ୍ୟ ଓ ଶନି ଏକମାସ ଧରି ଗୋଟିଏ ସ୍ଥାନରେ ଅବସ୍ଥାନ କରିବେ । ସୂର୍ଯ୍ୟ ଓ ଶନିଙ୍କ ଗୋଟିଏ ଜାଗାରେ ଅବସ୍ଥାନ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ ପକାଇବ । ୧୩ ଫେବୃଆରୀ ୨୦୨୩ ସକାଳ ୯ଟା ୫୭ ମିନିଟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଏହି ଚଳନ ଚାରୋଟି ରାଶିକୁ ଶୁଭଫଳ ଆଣିଦେବ । ୧୩ ଫେବୃଆରୀ ୨୦୨୩ ସକାଳ ୯ଟା ୫୭ ମିନିଟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଏହି ଚଳନ ଚାରୋଟି ରାଶିକୁ ଶୁଭଫଳ ଆଣିଦେବ । ଏମିତିରେ ୪ଟି ରାଶି ବୃଷ, କନ୍ୟା, କୁମ୍ଭ ଓ ଧନୁ ରାଶିରେ ଭଲ ପ୍ରଭାବ ପକାଇବେ।

ଜାଣନ୍ତୁ କୁମ୍ଭ ସଂକ୍ରାନ୍ତିରେ କ’ଣ କରିବା ଉଚିତ:

-ଏହି ସକାଳୁ ଜଲଦି ଉଠି ସ୍ନାନ କାର୍ଯ୍ୟ ସାରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରାଧନା କରନ୍ତୁ। ଏଥିସହ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

-ଏହି ଦିନ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଏହିକାରଣରୁ ନଦୀରେ ସ୍ନାନ କରିବା ପରେ ବିଧିବତ ଭାବେ ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ। ଏପରି କରିବା ଦ୍ୱାରା ଦୁଃଖର ଅନ୍ତ ହୋଇଥାଏ।

-ମାନ୍ୟତା ରହିଛି ଏହି ଦିନ ଗଙ୍ଗା ସ୍ନାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହାବ୍ୟତୀତ ଯମୁନା, ଗୋଦାବରୀ କିମ୍ବା ଅନ୍ୟ କୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।

-ଏହି ଦିନ ଖାଦ୍ୟ ଏବଂ ବସ୍ତ୍ର ଗରିବଙ୍କୁ ଦାନ କରିବା ଦ୍ୱାରା ପୁଣ୍ୟ ଦୁଇ ଗୁଣ ହୋଇଥାଏ।