ଆସନ୍ତା କାଲି ସୂର୍ଯ୍ୟଙ୍କ ଚଳନ, ପଡ଼ିବ ଏହିସବୁ ରାଶି ଉପରେ ଭଲ ପ୍ରଭାବ, ଅନେକଙ୍କ ରହିଛି ଧନପ୍ରାପ୍ତି ଯୋଗ

ସୂର୍ଯ୍ୟ ପ୍ରତ୍ୟେକ ମାସ ରାଶି ପରିବର୍ତ୍ତନ କରିଥାନ୍ତି, ଏହାକୁ ସଂକ୍ରାନ୍ତି କୁହାଯାଏ । ସୂର୍ଯ୍ୟ ଚଳନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ବୃଶରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ନିଯୁକ୍ତିର ସୁଯୋଗ ମିଳିବ । ଏହାସହ ବ୍ୟାପାରରେ ବୃଦ୍ଧି ଘଟିବ । କୁମ୍ଭରାଶି ରାଶିର ସହଭାଗିତାରେ କାମ କରୁଥିବା ବ୍ୟଙ୍କିଙ୍କ ଅଧିକ ଲାଭବାନ ହେବେ ।

କେନ୍ୟୁଜ୍‌(ବ୍ୟୁରୋ) : ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହ ମାନଙ୍କ ରାଜା ବୋଲି ମନା ଯାଇଥାଏ । ସୂର୍ଯ୍ୟ ପ୍ରତ୍ୟେକ ମାସ ରାଶି ପରିବର୍ତ୍ତନ କରିଥାନ୍ତି, ଏହାକୁ ସଂକ୍ରାନ୍ତି କୁହାଯାଏ । ଆସନ୍ତାକାଲି ସୂର୍ଯ୍ୟ ଚଳନ କରିବେ । ସୂର୍ଯ୍ୟ ଚଳନ କରି କୁମ୍ଭ ରାଶିରେ ପ୍ରବେଶ କରିବେ । ଏଥିପାଇଁ ଆସାନ୍ତାକାଲି ହେବାକୁ ଥିବା ସଂକ୍ରାନ୍ତିକୁ କୁମ୍ଭ ସଂକ୍ରାନ୍ତି କୁହାଯାଉଛି । ଏଥରର ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ବହୁ ଗୁରୁତ୍ୱ ବହନ କରୁଛି । କାରଣ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ପ୍ରବେଶ କରୁଛନ୍ତି । ଯେଉଁଠି ଶନି ପ୍ରଥମରୁ ଅବସ୍ଥାନ କରିଛନ୍ତି । ଏହିପରି ଭାବେ କୁମ୍ଭ ରାଶିରେ ଶନି ଓ ସୂର୍ଯ୍ୟ ଯୁକ୍ତ ହୋଇ ଅବସ୍ଥାନ କରିବେ । ସୂର୍ଯ୍ୟ ଓ ଶନି ଏକମାସ ଧରି ଗୋଟିଏ ସ୍ଥାନରେ ଅବସ୍ଥାନ କରିବେ । ସୂର୍ଯ୍ୟ ଓ ଶନିଙ୍କ ଗୋଟିଏ ଜାଗାରେ ଅବସ୍ଥାନ ଅନ୍ୟ ରାଶି ମାନଙ୍କ ଉପରେ ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ଏହା କେଉଁ ରାଶି ଉପରେ କଣ ପ୍ରଭାବ ପକାଇବ ।

୧୩ ଫେବୃଆରୀ ୨୦୨୩ ସକାଳ ୯ଟା ୫୭ ମିନିଟରେ ସୂର୍ଯ୍ୟ କୁମ୍ଭ ରାଶିକୁ ଚଳନ କରିବେ । ଏହି ଚଳନ ଚାରୋଟି ରାଶିକୁ ଶୁଭଫଳ ଆଣିଦେବ ।

ବୃଶରାଶି : ବୃଶରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ନିଯୁକ୍ତିର ସୁଯୋଗ ମିଳିବ । ବେରୋଜଗାରୀ ରୋଜଗାର ପାଇବେ । ବ୍ୟାପାରରେ ଲାଭ ହେବ । ସମାଜରେ ମାନ ସମ୍ମାନ ବଢିବ । ଆପଣଙ୍କ ବ୍ୟକ୍ତିତ୍ୱ ଅନ୍ୟାମାନଙ୍କ ଉପରେ ପ୍ରଭାବ ପକାଇବ ।

କନ୍ୟାରାଶି : ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ଭଲ ପ୍ରଭାବ କନ୍ୟା ରାଶି ଉପରେ ବି ପଡ଼ିବ । ଏହି ରାଶିର ବ୍ୟକ୍ତିଙ୍କ ଚାକିରି କ୍ଷେତ୍ରରେ ପଦନ୍ନୋତି ହେବାସହ ଦରମା ବଢିବାର ଯୋଗ ରହିଛି । ଏହାସହ ବ୍ୟାପାରରେ ବୃଦ୍ଧି ଘଟିବ । ଲୋକେ ଆପଣଙ୍କ କାମର ପ୍ରଶଂସା କରିବେ । ବିରୋଧୀ କିନ୍ତୁ ଆପଣଙ୍କ ଠାରୁ ପରାସ୍ତ ହେବେ ।

କୁମ୍ଭରାଶି : ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରୁଛନ୍ତି ଏହାସହ ଶନିର ଉପସ୍ଥିତି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅନେକ ଶୁଭଫଳ ଆଣିଦେବ । ଏହି ରାଶିର ଭାଗ୍ୟ ଉଜ୍ୱଳ ହେବ । ଏହାସହ ସହଭାଗିତାରେ କାମ କରୁଥିବା ବ୍ୟଙ୍କିଙ୍କ ଅଧିକ ଲାଭବାନ ହେବେ ।

ଧନୁରାଶି : ଧନୁରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଚଳନ ଅତ୍ୟନ୍ତ ଲାଭ ଦାୟକ ହେବ । ଏହି ରାଶିର ବ୍ୟକ୍ତି ନୂଆକାମ ବା ବ୍ୟାପାର ଆରମ୍ଭ କରିପାରନ୍ତି । ପିତାଙ୍କ ଠାରୁ ସହଯୋଗ ମିଳିବ । ଏହାସହ ଧନପ୍ରାପ୍ତି ହେବ । ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ଶୁଭଫଳ ପ୍ରାପ୍ତି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.