ମ୍ୟାଚ ଜିତିବା ପରେ ‘ଝୁମେ ଜୋ ପଠାନ’ ଗୀତରେ ନାଚିଲେ ବିରାଟ କୋହଲି, ଭିଡିଓ ଭାଇରଲ

ଭାଇରଲ ହେଲା ବିରାଟଙ୍କ ଡ୍ୟାନ୍ସ । ନାଗପୁର ଟେଷ୍ଟ ଜିତିବା ପରେ ‘ଝୁମେ ଜୋ ପଠାନ’ ଗୀତରେ ହୁକ୍‌ ଷ୍ଟେପ କରି ପଡିଆରେ ନାଚିଲେ ବିରାଟ କୋହଲି ।

ନାଗପୁରରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଇନିଂସ ବିଜୟ ହୋଇଥିଲା । ଅଷ୍ଟ୍ରେଲିଆକୁ ଇନିଂସ ବିଜୟ ସହ ୧୨୩ ରନରେ ହରାଇଥିଲା ଭାରତ । ଆଉ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତିବା ପରେ ବିରାଟ କୋହଲି ଡ୍ୟାନ୍ସ କରିଥିଲେ। ବିରାଟ ଶାହରୁଖଙ୍କ ଫିଲ୍ମ ‘ପଠାନ’ର ଗୀତରେ ଡ୍ୟାନ୍ସ କରୁଥିବାର ଭିଡିଓ ଭାଇରଲ ହୋଇଥିଲା । ବିରାଟ ପଠାନ ଗୀତ ଝୁମେ ଜୋ ପଠାନର ଗୀତର ହୁକ୍‌ ଷ୍ଟେପ କରୁଥିବାର ନଜର ଆସିଥିଲେ ।

ବିରାଟ କୋହଲିଙ୍କ ଭିଡିଓ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ଟିମ୍‌ ଇଣ୍ଡିଆ ନାଗପୁର ଟେଷ୍ଟକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତିଥିଲା । ଆଉ ଏହି ମ୍ୟାଚର ହିରୋ ସାଜିଥିଲେ ଜାଡେଜା ଏବଂ ଅଶ୍ୱିନ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ଭାରତ । ତେବେ ମ୍ୟାଚ ଜିତିବା ପରେ ଟିମ୍‌ ସଦସ୍ୟଙ୍କ ସହିତ ପଡିଆରେ ଖୁସି ମନାଉଥିଲେ ଖେଳାଳି। ଏହି ସମୟରେ ପଠାନ ଫିଲ୍ମର ଝୁମେ ଜୋ ପଠାନ ଗୀତ ବାଜିବା ଆରମ୍ଭ ହେବା ମାତ୍ରେ ବିରାଟ ହୁକ୍‌ ଷ୍ଟେପ କରିବା ଆରମ୍ଭ କରିଦେଇଥିଲେ । ବିରାଟ ଜଣେ ଭଲ ଡ୍ୟାନ୍ସର । ବିରାଟଙ୍କ ଡ୍ୟାନ୍ସ ଦେଖିବା ପାଇଁ ସମସ୍ତେ ଚାହିଁ ରହିଥାନ୍ତି ।

ଦେଖନ୍ତୁ ଭିଡିଓ :

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ନିଜର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ଟି ଓ୍ବିକେଟ ନେଇଥିଲେ । ଭାରତ ନିଜର ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ଶତକ ବଳରେ ୪୦୦ ରନ କରିଥିଲା । ଫଳରେ ପ୍ରଥମ ଇନିଂସରେ ୨୨୩ ରନରେ ଆଗୁଆ ରହିଥିଲା । କିନ୍ତୁ ନିଜର ୨ୟ ଇନିଂସରେ ଅଷ୍ଟ୍ରେଲିଆ ଆହୁରି ଖରାପ ପ୍ରଦର୍ଶନ କରିଥିଲା । ରବିଚନ୍ଦ୍ରନ ଅଶ୍ବୀନ ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ପିନ ଯାଦୁ ଆଗରେ ମାତ୍ର ୯୧ ରନରେ ଅଲଆଉଟ ହୋଇଯାଇଥିଲା ଅଷ୍ଟ୍ରେଲିଆ । ଫଳରେ ଭାରତ ଗୋଟିଏ ଇନିଂସ ଓ ୧୩୨ରନରେ ବିଜୟୀ ହୋଇଥିଲା । ଅଶ୍ବୀନ ୫ଟି ଓ୍ବିକେଟ ନେଇଥିବାବେଳେ ଜାଦେଜା ୨ଟି ଓ ମହମ୍ମଦ ସମ୍ମି ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।

ସୂଚନାଯୋଗ୍ୟ, ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହମଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ଗ୍ଲୋବାଲି ୯୦୦ କୋଟି ଟଙ୍କା ଆୟ କରିସାରିଲାଣି। ଏହି ସପ୍ତାହରେ ଫିଲ୍ମଟି ୧୦୦୦ କୋଟି କ୍ଲବରେ ସାମିଲ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.