ଯାତ୍ରୀଙ୍କ ପରି ଟ୍ରେନରେ ଯାତ୍ରା କଲା ଷଣ୍ଢ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ; ଭିଡିଓ ଭାଇରାଲ

ଯାତ୍ରୀବାହୀ ଟ୍ରେନ୍‌ରେ ଷଣ୍ଢ । ମଣିଷଙ୍କ ପରି ଟ୍ରେନରେ ଷଣ୍ଢ ଯାଉଥିବା ଦେଖି ଲୋକ ଆଶ୍ଚର୍ଯ୍ୟ । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ।ବୁଦ୍ଧିଜୀବୀମାନଙ୍କୁ ବିଚଳିତ ଅଥବା ବ୍ୟଥିତ କରୁଥିବା । କିନ୍ତୁ ଝାଡ଼ଖଣ୍ଡରେ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ସାହିବଗଂଜରୁ ଜାମଲପୁର (ବିହାର) ମଧ୍ୟ ଚାଲୁଥିବା EMU ପାସେଞ୍ଜର ଟ୍ରେନରେ ଏକ ଷଣ୍ଢ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ଯାତ୍ରୀଙ୍କ ସୂଚନା ଅନୁସାରେ ମିର୍ଜା ଚୌକି ରେଳ ଷ୍ଟେସନରେ ୧୦-୧୨ ଜଣ ଲୋକ ଷଣ୍ଢକୁ ଟ୍ରେନର ବଗିରେ ଚଢ଼ାଇ ସାହିବଗଞ୍ଜରେ ଓହ୍ଲାଇଦେବ କହି ଚାଲି ଯାଇଥିଲେ ।

ମଙ୍ଗଳବାର ଦିନ ଜମାଲପୁରରୁ ସାହିବଗଞ୍ଜ ଅଭିମୁଖେ ଯାଉଥିବା EMU ଯାତ୍ରୀବାହୀ ଟ୍ରେନ୍ ମିର୍ଜା ଚୌକି ଷ୍ଟେସନରେ ପହଞ୍ଚିବା ପରେ ଅଚାନ୍ କିଛି ଦୁର୍ବୃତ୍ତ ପହଞ୍ଚି ଯାଇଥିଲେ । ସେମାନେ ସାଥୀରେ ଏକ ଷଣ୍ଢକୁ ଆଣି ଜୋରଜବରଦସ୍ତି ଟ୍ରେନ୍‌ରେ ଚଢ଼ାଇ ଦେଇଥିଲେ । କେବଳ ଏତିକି ନୁହେଁ ଷଣ୍ଢକୁ ବଗିରେ ଥିବା ସିଟରେ ବାନ୍ଧି ଦେଇଥିଲେ । ଏତେ ଲୋକଙ୍କୁ ଦେଖିବା ଯାତ୍ରୀମାନେ ମଧ୍ୟ କିଛି କହିପାରି ନଥିଲେ । ସେଠାରେ ଥିବା ଯାତ୍ରୀମାନଙ୍କୁ କହିଥିଲେ ଯେ, ସାହେବଗଂଜ ଷ୍ଟେସନରେ ଷଣ୍ଢକୁ ଓହ୍ଲାଇ ଦେବେ । ଏହା ପରେ ସେମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଗୋଟିଏ ପଟେ କିଛି ଲୋକ ହସୁଥିବା ବେଳେ ଆଉ କିଛି ଲୋକ ଭୟଭୀତ ହୋଇପଡ଼ିଥିଲେ । ମାତ୍ର ଦୃଶ୍ୟ ଦେଖିଲେ ଷଣ୍ଢ ଖୁବ୍ ଉପଭୋଗ କରୁଥିବା ମନେହୁଏ । ଦେଖନ୍ତୁ ଟ୍ରେନରେ ଷଣ୍ଢର ଯାତ୍ରା ।

ତେବେ ଟ୍ରେନ୍‌ ଆଗାମୀ ଷ୍ଟେସନରେ ରହିବା ପରେ ଯାତ୍ରୀମାନେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଷଣ୍ଢକୁ ଓହ୍ଲାଇ ଦେଇଥିଲେ । କାରଣ ଅଧିକ ସମୟ ଧରି ଟ୍ରେନରେ ଯାତ୍ରା କରିଥିଲେ ଯାତ୍ରୀଙ୍କୁ ଆକ୍ରମଣ କରିବାର ଆଶଙ୍କା ରହିଥିଲା । ତେବେ ଷଣ୍ଢକୁ ଟ୍ରେନ୍‌ରେ ଚଢ଼ାଇବା ସମୟରେ ଆରପିଏଫ୍‌ ଓ ଜିଆରପିଏଫ୍ ପୋଲିସ୍‌ କ’ଣ କରୁଥିଲା ବୋଲି ଲୋକେ ପ୍ରଶ୍ନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.