ରାସ୍ତା ମଝିରେ ନମାଜ ପଢ଼ିଲା ବାଳକ, ରାସ୍ତାରେ ଲାଗିଗଲା ଟ୍ରାଫିକ୍‌ ଜାମ୍‌! ଏବେ ସୋସିଆଲ ମିଡିଆରେ ଚାଲିଛି ଠିକ୍‌, ଭୁଲ୍‌ର ହିସାବ

ସାରା ବିଶ୍ୱରେ ବିଭିନ୍ନ ଜାତି ଓ ଧର୍ମର ଲୋକେ ବସବାସ କରନ୍ତି। ସମସ୍ତେ ପାରସ୍ପରିକ ସ୍ନେହ, ପ୍ରେମ, ମୈତ୍ରୀ ଓ ଭାଇଚାରା ବନ୍ଧନରେ ବନ୍ଧା। ହେଲେ କିଛି ଦେଶରେ ଧର୍ମ ନାଁରେ ଲୋକେ ପରସ୍ପର ସହିତ ଲଢ଼େଇ, ଝଗଡ଼ା କରୁଥିବାର ଦେଖାଯାଉଛି। ଆମ ଦେଶରେ ବି ବିଭିନ୍ନ ସମୟରେ ଏପରି ମାମଲା ସାମ୍ନାକୁ ଆସୁଛି। ସବୁଠାରୁ ଅଧିକ ସର୍ବସାଧାରଣ ସ୍ଥାନରେ ନମାଜ ଏବଂ ପୂଜାପାଠକୁ ନେଇ ବିବାଦ ମୁଣ୍ଡ ଟେକୁଛି।

ବିଗତ ଦିନରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଥିବା ଲୁଲୁ ମଲ୍‌ରେ ନମାଜ ପାଠ ଏବଂ ପୁଣି ହନୁମାନ ଚାଳିଶା ପାଠକୁ ନେଇ ଦୀର୍ଘ ଦିନ ଧରି ବିବାଦ ଚାଲିଥିଲା। ଏହାରି ଭିତରେ ବତ୍ତର୍ମାନ ମୁସଲମାନ ବହୁଳ ଦେଶ ପାକିସ୍ତାନରୁ ବି ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଜଣେ ବାଳକ ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ୁଛନ୍ତି, ଯାହାକୁ ନେଇ ବିବାଦ ଦେଖାଦେଇଛି।

ଏହି ଭାଇରାଲ ଭିଡିଓକୁ ପାକିସ୍ତାନ ମୂଳର କାନାଡିଆନ୍‌ ଲେଖକ ତଥା ସାମ୍ବାଦିକ ତାରିକ ଫତହ ଟ୍ଵିଟରରେ ସେୟାର କରିଛନ୍ତି। ସେ ଏହିଭଳି ଭାବେ ନମାଜ ପାଠକୁ କଡ଼ା ବିରୋଧ କରିଛନ୍ତି। ଭିଡିଓରେ ଏକ ଛୋଟ ପିଲା ଦ୍ୱାରା ରାସ୍ତା ମଝିରେ ନମାଜ ପଢ଼ା ଯାଉଥିବା ଦେଖିବାକୁ ମିଳୁଛି, ଯେଉଁ କାରଣରୁ ରାସ୍ତାରେ ଗହଳି ଜମିଛି। ସେପଟେ ଏହି ସମୟରେ ଯେତେବେଳେ ଜଣେ ଟ୍ରାଫିକ୍‌ ପୋଲିସ କର୍ମୀ ପିଲାଟିକୁ ନମାଜ ପାଠ କରିବାକୁ ମନା କରୁଛନ୍ତି, ତ ପିଲାଟି ଜବରଦସ୍ତି ନମାଜ ପଢ଼ିବା ଆରମ୍ଭ କରି ଦେଉଛି।

ରାସ୍ତା ମଝିରେ ସେ ନମାଜ ପଢ଼ୁଥିବାରୁ ଲୋକମାନେ ନିଜ ନିଜ ଗାଡ଼ି ସେଠାରେ ଅଟକାଇ ରଖିଥିଲେ ଏବଂ ଏହାର କିଛି ସମୟ ପରେ ପିଲାଟିର ପଛପଟ ଦେଇ ଗାଡ଼ିଗୁଡ଼ିକୁ ବାହାର କରି ନେଇଥିଲେ। ଏବେ ସୋସିଆଲ ମିଡିଆରେ ଏହି ଘଟଣାକୁ ତୀବ୍ର ବିରୋଧ କରାଯାଉଛି। ପିଲାଟି ଯେଉଁଭଳି ଭାବେ ଟ୍ରାଫିକ୍‌କୁ ହଇରାଣ କରୁଛି ଏବଂ ଗାଡ଼ିଗୁଡ଼ିକୁ ଅଟକାଇ ନମାଜ ପଢ଼ୁଛି, ତାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। କିନ୍ତୁ ସେଠି କିଛି ୟୁଜର ପିଲାଟିକୁ ପ୍ରଶଂସା ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.