ସାଇକେଲ କି ଗାଡି ନୁହେଁ, ଘୋଡା ଉପରେ ବସି ଫୁଡ ଡେଲିଭରୀ କରୁଛନ୍ତି ସ୍ୱିଗି ବଏ : ଭିଡିଓ ଭାଇରଲ

ସୋସିଆଲ ମିଡିଆରେ ଫୁଡ୍‌ ଡେଲିଭରୀ ଏଜେଣ୍ଟଙ୍କ ଅନେକ ଭିଡିଓ ଭାଇରଲ ହୋଇଛି। ଏମାନଙ୍କୁ ଖାଦ୍ୟ ପହଞ୍ଚାଇବାର ସମୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟକରିଦିଏ। ଆଉ ଖାସ୍‌ ଏଥିପାଇଁ ଏମାନେ ବହୁତ ଲୋକପ୍ରିୟ। ଏବେ ଠିକ୍‌ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଇଣ୍ଟରନେଟରେ ଭାଇରଲ ହେବାକୁ ଲାଗିଛି।

ଏହି ଭିଡିଓଟି ମୁମ୍ବାଇରେ ସୁଟ୍‌ କରାଯାଇଛି। ଭିଡିଓ କ୍ଲିପରେ ଦେଖିବାକୁ ମିଳିଛି କି, ବର୍ଷା ସମୟରେ ଜଣେ ବ୍ୟକ୍ତି ଧଳା ଘୋଡା ଉପରେ ବସି କାନ୍ଧରେ ଖାଦ୍ୟ ବ୍ୟାଗ ପକାଇ ଯାଉଛନ୍ତି। ଭିଡିଓ ଦେଖି ଲୋକଙ୍କର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପେଟ୍ରୋଲ ଦାମ୍‌ ବଢୁଥିବା ଯୋଗୁଁ ଘୋଡା ଏକ ବିକଳ୍ପ ହୋଇପାରେ ବୋଲି ଲୋକେ ଭାବୁଛନ୍ତି।

କିନ୍ତୁ ଏହା ଜଣେ ଡେଲିଭରୀଙ୍କ ଯୁଗାଡ ବୋଲି ଜାଣିବା ପାଇଁ ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓକୁ ଗାଡିରେ ବସିଥିବା ଜଣେ ବ୍ୟକ୍ତି ସୁଟ୍‌ କରାଯାଇଛି। କିନ୍ତୁ ଡେଲିଭରୀ ଏଜେଣ୍ଟଙ୍କ ଅଦ୍ଭୁତ ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ସୂଚନାଯୋଗ୍ୟ, ସ୍ୱିଗି ଡେଲିଭରୀ ଏଜେଣ୍ଟଙ୍କ ଭିଡିଓ ବେଳେ ବେଳେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ମାର୍ଚ୍ଚରେ ଜଣେ ଡେଲିଭରୀ ବଏଙ୍କ ଭିଡିଓ ଭାଇରଲ ହୋଇଥିଲା। ଯେଉଁଥିରେ ରାତିଅଧରେ ସଡ଼କ ମଧ୍ୟରେ ଫସିଥିବା ଜଣେ ବ୍ୟକ୍ତି ଏବଂ ତାଙ୍କ ଭାଇଙ୍କ ସାହାଯ୍ୟ ପାଇଁ ଜଣେ ଡେଲିଭରୀ ବଏ ଆଗେଇ ଆସିଥିଲେ। ତାଙ୍କ ଗାଡିରେ ପେଟ୍ରୋଲ ସରିଯାଇଥିବା ବେଳେ ରାତିଅଧରେ ଡେଲିଭରୀ ବଏ ଜଣକ ନିଜ ଗାଡିରୁ ତେଲ ଦେଇ ତାଙ୍କୁ ସାହାଯ୍ୟ କରିଥିଲେ।

video credit: Just a vibe

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.