ଦୁନିଆର ସବୁ ଠାରୁ ଧନୀ ଥିଲେ ହାଇଦ୍ରାବାଦର ଶେଷ ନିଜାମ, ଜାଣନ୍ତୁ ତାଙ୍କ ପାଖରେ କେତେ ସମ୍ପତ୍ତିି

ସ୍ୱାଧୀନତା ସମୟରେ ଦେଶ ୫୬୫ଟି ଛୋଟ ରାଜ୍ୟରେ ବିଭକ୍ତ କରାଯାଇଥିଲା । କିନ୍ତୁ ସ୍ୱାଧୀନତା ପରେ ଏହି ରାଜ୍ୟ ଗୁଡିକକୁ ଭାରତୀୟ ସଂଘରେ ମିଶ୍ରିତ କରାଯାଇଥିଲା । କିନ୍ତୁ କିଛିଟା ରାଜ୍ୟ ଏହି ସଂଘରେ ମିଶିବା ପାଇଁ ମନା କରିଥିଲେ । ସେଥି ମଧ୍ୟରୁ ହାଇଦ୍ରାବାଦ ରାଜ୍ୟର ନିଜାମ ମୀର ଓସମାନ ଅଲି ଖାନ ରହିଥିଲେ ।

ଭାରତ ଏକ ଏପରି ଦେଶ ଯାହାକୁ ସାରା ବିଶ୍ୱରେ ସୁବର୍ଣ୍ଣ ପକ୍ଷୀ ବୋଲି କୁହାଯାଏ । ତେବେ ଭାରତର ରାଜ ପରିବାରରେ ମଧ୍ୟ ବହୁତ ଧନ ରହିଥିଲା । ସ୍ୱାଧୀନତା ପୂର୍ବରୁ ଦେଶରେ ଅନେକ ରାଜ ପରିବାର ରହିଥିଲା, ଏହି ପରିବାର ଗୁଡିକରେ ବହୁତ ଧନ ଥିଲା । ଏହି ରାଜ ପରିବାର ମଧ୍ୟରେ ହାଇଦ୍ରାବାଦର ନବାବଙ୍କ ନାମ ମଧ୍ୟ ରହିଥିଲା । ତେବେ ସ୍ୱାଧୀନତା ସମୟରେ ଦେଶ ୫୬୫ଟି ଛୋଟ ରାଜ୍ୟରେ ବିଭକ୍ତ କରାଯାଇଥିଲା । କିନ୍ତୁ ସ୍ୱାଧୀନତା ପରେ ଏହି ରାଜ୍ୟ ଗୁଡିକକୁ ଭାରତୀୟ ସଂଘରେ ମିଶ୍ରିତ କରାଯାଇଥିଲା । କିନ୍ତୁ କିଛିଟା ରାଜ୍ୟ ଏହି ସଂଘରେ ମିଶିବା ପାଇଁ ମନା କରିଥିଲେ । ସେଥି ମଧ୍ୟରୁ ହାଇଦ୍ରାବାଦ ରାଜ୍ୟର ନିଜାମ ମୀର ଓସମାନ ଅଲି ଖାନ ରହିଥିଲେ । ନିଜାମ ମୀର ଓସମାନ ଅଲି ଖାନ ହାଇଦ୍ରାବାଦକୁ ଏକ ସ୍ୱାଧୀନ ରାଜ୍ୟ କରିବାକୁ ଚାହୁଁଥିଲେ । କିନ୍ତୁ ପରବର୍ତ୍ତତି ସମୟରେ ସରକାରଙ୍କ ଚାପରେ ତାଙ୍କୁ ରାଜଧାନୀ ହାଇଦ୍ରାବାଦ ରାଜ୍ୟକୁ ଭାରତରେ ଅନ୍ତର୍ଭୁକ୍ତ କରିବାକୁ ପଡିଥିଲା । ଏହା ପରେ ସରକାର ତାଙ୍କୁ ହାଇଦ୍ରାବାଦ ରାଜ୍ୟର ମୁଖ୍ୟ କରାଇଥିଲେ । ଓସମାନ ଅଲି ଖାନ୍‌ଙ୍କ ବିଷୟରେ କହିବାକୁ ଗଲେ ସେ ୧୮୫ କ୍ୟାରେଟ ଜ୍ୟାକୋବ୍‌ ହୀରାକୁ ପେପର େଓ୍ଵଟ୍‌ ଭାବରେ ବ୍ୟବହାର କରିଥିଲେ । ଯାହାର ମୂଲ୍ୟ ବର୍ତ୍ତମାନ ପ୍ରାୟ ୧୦୦୦ କୋଟି ଟଙ୍କା ବୋଲି ବିବେଚନା କରାଯାଇଛି ।

ଜାଣନ୍ତୁ ହାଇଦ୍ରାବାଦର ନବାବଙ୍କର କେତେ ସମ୍ପତ୍ତି :
ମୀର ଓସମାନ ଅଲି ଖାନ ୧୯୧୧ରୁ ୧୯୪୮ ପର୍ଯ୍ୟନ୍ତ ହାଇଦ୍ରାବାଦ ରାଜ ପରିବାରର ନବାବ ରହିଥିଲେ । ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୩୦ ବିଲିୟନ ଡଲାର ରହିଥିଲା । ବିଶ୍ୱାସ କରାଯାଏ ଯେ ନିଜାମଙ୍କର ୧୮୫ କ୍ୟାରେଟ୍‌ ହୀରା ଥିଲା, ଯାହାକୁ ସେ ପେପର େଓ୍ଵଟ୍‌ ଭାବରେ ବ୍ୟବହାର କରୁଥିଲେ । ଏହା ଜ୍ୟାକୋବ୍‌ ଡାଇମଣ୍ଡ ନାମରେ ମଧ୍ୟ ଜଣାଶୁଣା ଥିଲା । ସୂଚନା ମୁତାବକ, ଏହି ହୀରା ବର୍ତ୍ତମାନ ଭାରତ ସରକାରଙ୍କ ପାଖରେ ସଂରକ୍ଷିତ ରହିଛି । ଏପରି ମଧ୍ୟ କୁହାଯାଏ ଯେ ନିଜାମ ତାଙ୍କ ବିବାହରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଉପହାର ସ୍ୱରୂପ ହୀରା ହାର ଦେଇଥିଲେ । ତେବେ ରାଣୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ହୀରା ହାର ପିନ୍ଧିରହିଥିଲେ ।

୨୫ ବର୍ଷ ବୟସରେ ନିଜାମ ରାଜା ହୋଇଥିଲେ :
ଓସମାନ ଅଲି ଖାନ ୧୯୧୧ ମସିହାରେ ୨୫ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ । ସେ ୧୯୪୮ ପର୍ଯ୍ୟନ୍ତ ହାଇଦ୍ରାବାଦର ଶେଷ ନିଜାମ ଭାବେ ଶାସନ କରିଥିଲେ । ତାହେଲେ ଆସନ୍ତୁ ଆଜି ଜାଣିବା ଯେ ସେ ଦୁନିଆର ସବୁଠାରୁ ଧନୀ ବ୍ୟାକ୍ତିଙ୍କ ମଧ୍ୟରୁ ଜଣେ ବୋଲି ବିବେଚିତ କରାଯାଇଥିଲା । ତେବେ ନିଜାମଙ୍କ ପାଇଁ ସବୁଠାରୁ ବଡ ଆୟର ଉତ୍ସ ଥିଲା ଗୋଲକୋଣ୍ଡା ଖଣି, ଯାହା ତାଙ୍କର ଥିଲା, ଏବଂ ସେହି ସମୟରେ ହୀରାର ଏକମାତ୍ର ଯୋଗାଣକାରୀ ରହିଥିଲା । ତେବେ ୧୯୬୭ ମସିହା ଫେବୃଆରୀ ୨୪ରେ ତାଙ୍କର ଦେହାନ୍ତ ହୋଇଥିଲା । ଏହି ସବୁ କାରଣରୁ ଓସମାନ ଅଲି ଖାନଙ୍କ ଭାରତର ସବୁ ଠାରୁ ଧନୀ ଲୋକ ବୋଲି କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.