ଲୁଚି ଲୁଚି ଘରେ ପଶିଲା ଚିତା, ପରେ ଧାରୁଆ ନଖରେ ୬ ଜଣଙ୍କୁ କଲା ଆକ୍ରମଣ

ଏଭଳି ଘଟଣା ତାମିଲନାଡୁର କୁନୁରର ବ୍ରୁକଲ୍ୟାଣ୍ଡ ଅଞ୍ଚଳରେ ଘଟିଛି । ଚିତା ବାଘ ଘରେ ପଶିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖେଳିଗଲା ଆତଙ୍କ । ଦୀପାବଳିର ମାହୋଲରେ ସମସ୍ତେ ବ୍ୟସ୍ତ ଥିବାବେଳେ ଚିତା ବାଘଟି ହଠାତ ଘରେ ଲୁଚି ଲୁଚି ପଶିଲା ।

ଅତିଥି ଭଳି ଘରେ ପଶିଲା ଚିତା ବାଘ । ବାଘ ଦେଖି ଛାନିଆ ହେଲେ ଘରର ସମସ୍ତ ସଦସ୍ୟ । କେଉଁଠି ଥିଲା କେଜାଣି ଚୁପ୍‌ ଚୁପ୍‌ ଆସି ଘରେ ପଶିଲା । ବାଘକୁ ଦେଖିବା ପରେ ଘର ଲୋକେ କଣ କରିବେ କିଛି ବୁଝି ପାରିଲେନି । କେମିତି ଘରୁ ବାହାରିିବେ ଏଇ ଚିନ୍ତା ଘାରିଲା । ଭୁଲରେ ଯଦି ଚିତା ହାବୁଡ଼ରେ ପଡ଼ିଲେ ତେବେ ଖେଳ ସରିଲା । ଜଙ୍ଗଲରେ ରହୁଥିବା ବଣ ଜନ୍ତୁ ଯଦି ଏଭଳି ଭାବେ ଘରେ ପଶିବେ ତେବେ ମଣିଷ ରହିବ ବା କେଉଁଠି । ଚିତାଟି କେବଳ ଘରେ ପଶିଛି ତାହା ନୁହେଁ ୬ ଜଣ ଲୋକଙ୍କୁ ଆକ୍ରମଣ କରିଥିବା ମଧ୍ୟ ଜଣା ପଡ଼ିଛି ।

ଏଭଳି ଘଟଣା ତାମିଲନାଡୁର କୁନୁରର ବ୍ରୁକଲ୍ୟାଣ୍ଡ ଅଞ୍ଚଳରେ ଘଟିଛି । ଚିତା ବାଘ ଘରେ ପଶିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଖେଳିଗଲା ଆତଙ୍କ । ଦୀପାବଳିର ମାହୋଲରେ ସମସ୍ତେ ବ୍ୟସ୍ତ ଥିବାବେଳେ ଚିତା ବାଘଟି ହଠାତ ଘରେ ଲୁଚି ଲୁଚି ପଶିଲା । ତେବେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ପରେ ବନ ବିଭାଗର ଉଦ୍ଧାରକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ଚିତାବାଘକୁ ନିୟନ୍ତ୍ରଣ କରିବାରେ ନିୟୋଜିତ ରେସ୍କ୍ୟୁ ଟିମ୍‌ ଉପରେ ମଧ୍ୟ ଚିତାବାଘ ଆକ୍ରମଣ କରିଥିଲା । ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ବନ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ ରବିବାର ଦିନ ଚିତାବାଘ ଆକ୍ରମଣରେ ୪ ଜଣ ଅଗ୍ନିଶମ ଓ ଉଦ୍ଧାରକାରୀ କର୍ମଚାରୀଙ୍କ ସମେତ ୬ ଜଣ ଲୋକ ଆହତ ହୋଇଛନ୍ତି । ଏହି ଚିତାବାଘ ଯେଉଁ ଘରେ ପଶିଥିଲା ସେହି ଘରର ମହିଳାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।

 

ରିପୋର୍ଟ ଅନୁଯାୟୀ ଚିତାବାଘ ଘର ଭିତରେ ୧୫ ଘଣ୍ଟାରୁ ଅଧିକ ସମୟ ରହିଥିଲା । ଏହି ସମୟ ମଧ୍ୟରେ ଘର ଏବଂ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଅଧିକାରୀଙ୍କ କହିବା ଅନୁସାରେ ବିଳମ୍ବିତ ରାତିରେ ଚିତାବାଘ ଯେଉଁ ଘରେ ପଶିଥିଲା ସେଠାରୁ ବାହାରି ଥିଲା । ଅଧିକାରୀମାନେ ଆହୁରି କହିଛନ୍ତି ଯେ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସୂଚନା ଅନୁସାରେ ଚିତାବାଘଟି ସ୍ଥାନୀୟ ତହସିଲଦାରଙ୍କ ଡ୍ରାଇଭର ଉପରେ ମଧ୍ୟ ଆକ୍ରମଣ କରିଥିଲା । ତେବେ ବାଘକୁ ଧରିବା ପାଇଁ ଏବେ ବି ଚେଷ୍ଟା ଜାରି ରହିଛି ।

ଅନ୍ୟପଟେ ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାର ସୋହେଲୱା ଜଙ୍ଗଲ ଅଞ୍ଚଳର ଲାଲ ନଗର ସିପାହିଆ ଗାଁରେ ମଧ୍ୟ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଏକ ୬ ବର୍ଷର ଶିଶୁକୁ ଚିତାବାଘ ଝାମ୍ପି ନେଇଥିଲା । କିଛି ଘଣ୍ଟା ପରେ ଶିଶୁର ମୃତଦେହ ଏକ ଆଖୁ କ୍ଷେତରୁ ମିଳିଥିଲା । ରବିବାର ନଭେମ୍ବର ୧୨ରେ ବନ ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଚିତାବାଘକୁ ଧରିବା ପାଇଁ ବଳରାମପୁର ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.