ଓଡ଼ିଶାର ଗର୍ବ ଏବଂ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳକୁ ପୂରିଲା ବର୍ଷେ

ଦେଶର ସର୍ବୋଚ୍ଚ ପଦବୀରେ ଦ୍ରୌପଦୀ ମୁର୍ମୁଙ୍କ ଏକ ବର୍ଷ ପୂରଣ ହୋଇଯାଇଛି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନର ଚାକଚକ୍ୟ ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନଯାପନ କରନ୍ତି ମହାମହିମ ।

ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ବର୍ଷ। ୨୦୨୨ ଜୁଲାଇ ୨୫ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଏହାରି ମଧ୍ୟରେ ଦେଶର ସର୍ବୋଚ୍ଚ ପଦବୀରେ ତାଙ୍କର ଏକ ବର୍ଷ ପୂରଣ ହୋଇଯାଇଛି। ସେ ହେଉଛନ୍ତି ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନର ଚାକଚକ୍ୟ ସତ୍ତ୍ୱେ ଅତ୍ୟନ୍ତ ସରଳ ଜୀବନଯାପନ କରନ୍ତି ମହାମହିମ ।

ଦ୍ରୌପଦୀ ମୁର୍ମୁ ବ୍ରହ୍ମକୁମାରୀ ସଂସ୍ଥା ସହ ଜଡିତ। ବ୍ରହ୍ମାକୁମାରୀ ସଂସ୍ଥାର ପରମ୍ପରା ଅନୁଯାୟୀ ସେ ନିଜକୁ ପରିଚାଳିତ କରନ୍ତି। ତାଙ୍କର ଏକବର୍ଷ କାର୍ଯ୍ୟକାଳ ସମୟରେ ଇଂରେଜ ଶାସନ କାଳରୁ ରହିଆସିଥିବା ମୋଗଲ ଗାର୍ଡେନ୍‌ସର ନୂତନ ନାମକରଣ କରାଯାଇ ଅମୃତ ଉଦ୍ୟାନ ରଖାଯାଇଛି। ମହାମହିମ ନିଜେ ଏହି ଉଦ୍ୟାନର ଯତ୍ନ ନିଅନ୍ତି। ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କ ଭାଉଜ ଓ ଝିଅ ରାଷ୍ଟ୍ରପତି ଭବନରେ ରୁହନ୍ତି।

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପରବେଢ଼ା ଗାଁରେ ଜନ୍ମ ନେଇଥିଲେ ରାଷ୍ଟ୍ରପତି ମୁର୍ମୁ । ଜୀବନରେ ଅନେକ ସଂଘର୍ଷ କରି ନିଜ ନିଷ୍ଠା ବଳରେ ଆଜି ରାଷ୍ଟ୍ରପତି ପଦବୀ ହାସଲ କରିଛନ୍ତି । ତାଙ୍କର ଏହି ସଫଳତାରେ ଓଡ଼ିଶାବାସୀ ବେଶ ଗର୍ବିତ । ୧୯୫୮ ମସିହା ଜୁନ ୨୦ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ଲୋକମାନଙ୍କୁ ସାହାଯ୍ୟ କରିବାରେ ତାଙ୍କର ଆଗ୍ରହ ବହୁତ ଥିଲା । ତାଙ୍କର ଏହି ଆଗ୍ରହକୁ ପୂରା କରିବା ପାଇଁ ସେ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମ ନିଜ ଅଞ୍ଚଳର କାଉନସିଲର ହୋଇଥିଲେ । ଧିରେ ଧିରେ ଉପରକୁ ଉପରକୁ ଉଠିଥିଲେ ମହାମହିମ ରାଷ୍ଟ୍ରପତି । କାଉନସିଲର ପରେ ବିଧାୟକ ହୋଇଥିଲେ ପରେ ମନ୍ତ୍ରୀ ପଦ ସମ୍ଭାଳିଥିଲେ । ଲୋକଙ୍କ ପାଇଁ କରୁଥିବା ସେବା ତାଙ୍କୁ ଆଗକୁ ଆଗକୁ ବଢ଼ାଇ ନେଇଥିଲା । ସେ ଝାଡ଼ଖାଣ୍ଡ ରାଜ୍ୟପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ୨୦୨୨ ଜୁଲାଇ ୨୫ ତାରିଖ ଦିନ ଦେଶର ପନ୍ଦରତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ । ପ୍ରଥମ ଜନଜାତି ମହିଳା ଭାବେ ରାଷ୍ଟ୍ରପତି ପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।

ଅନ୍ୟପଟେ ଆଜି ତିନି ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ରାଜ୍ୟଭବନ ପରିସରରେ ହେବାକୁ ଥିବା କୋଠାର ଶିଳାନ୍ୟାସ କରିବେ ମହାମହିମ । ଏହା ପରେ ଆସନ୍ତା କାଲି କଟକର ଏସସିବି ମେଡିକାଲ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଦ୍ରୌପଦୀ ମୁର୍ମୁ । ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.