ସ୍କୁଲରେ ପିଲାମାନେ ଶୋଇଥିବାର ଭିଡିଓ ଭାଇରାଲ, ସ୍କୁଲର ବ୍ୟବସ୍ତାକୁ ଖୁବ ପ୍ରଂଶସା କରୁଛନ୍ତି ଭ୍ୟୁଅର୍ସ

ଚାଇନାର ଏକ ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଶୋଇବାକୁ ଦିଆଯାଉଛି । ବିଶେଷ କଥା ହେଉଛି, କ୍ଲାସରୁମରେ ପିଲାମାନଙ୍କୁ ଭଲ ନିଦ ହେବା ପାଇଁ ବେଡସିଟ୍ ଏବଂ ତକିଆ ଦିଆଯାଉଛି ।

ସ୍କୁଲ ହେଉ, କଲେଜ ହେଉ କିମ୍ବା ଅଫିସ୍ ମଧ୍ୟାହ୍ନ ଭୋଜନ ପରେ ସମସ୍ତଙ୍କୁ ଟିକେ ଆରାମର ଆବଶ୍ୟକତା ଥାଏ । ସାଧାରଣତଃ ଖାଇବା ପରେ ଆମକୁ ନିଦ ଆସେ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ କିନ୍ତୁ ଅଫିସ କିମ୍ବା ସ୍କୁଲରେ ଏହା ସମ୍ଭବ ହୋଇପାରିନଥାଏ । ଯଦି ଜଣେ ଛାତ୍ର ସ୍କୁଲରେ ଭୁଲରେ ଶୋଇପଡେ, ତେବେ ତା’ର ଗାଳି ଶୁଣିବା ନିଶ୍ଚିତ । ଆଜିର ସମୟରେ, ସ୍କୁଲ ମାନଙ୍କରେ ଅନେକ ପ୍ରକାରର କାର୍ଯ୍ୟକଳାପ କରାଯାଏ, ଯାହା ପରେ ପିଲାମାନେ ଖୁବ କ୍ଳାନ୍ତ ଅନୁଭବ କରନ୍ତି ଏବଂ ସେମାନେ କ୍ଲାସ ମଧ୍ୟରେ ଶୋଇବା ସ୍ୱାଭାବିକ ।

ତଥାପି, ପର୍ଯ୍ୟାପ୍ତ ନିଦ୍ରାର ଅଭାବ ଏବଂ ଅଳସୁଆମି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ବର୍ତ୍ତମାନ ଚାଇନାରେ ଏକ ସ୍କୁଲ ଦ୍ୱାରା ପିଲାମାନଙ୍କ ପାଇଁ ପ୍ରସ୍ତୁତ ଏକ ବ୍ୟବସ୍ଥାର ସୋସିଆଲ ମିଡିଆରେ ଅନେକ ପ୍ରଶଂସା କରାଯାଉଛି, ଯେଉଁଥିରେ ପିଲାମାନେ ମଧ୍ୟାହ୍ନ ଭୋଜନ ପରେ ଶୋଇପାରୁଛନ୍ତି ।

ବାସ୍ତବରେ, ଚାଇନାର ଏକ ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପରେ ଶୋଇବାକୁ ଦିଆଯାଉଛି । ବିଶେଷ କଥା ହେଉଛି, କ୍ଲାସରୁମରେ ପିଲାମାନଙ୍କୁ ଭଲ ନିଦ ହେବା ପାଇଁ ବେଡସିଟ୍ ଏବଂ ତକିଆ ଦିଆଯାଉଛି । ତେବେ ଦର୍ଶକବନ୍ଧୁ ଆପଣମାନେ ତ ଦେଖିପାରୁଥିବେ ପିଲାମାନେ କିଭଳି ଭାବେ ଅରାମରେ ଶୋଇଛନ୍ତି । ସେତେବେଳେ ଜଣେ ଶିକ୍ଷକ ମଧ୍ୟ କ୍ଲାସରୁମରେ ଉପସ୍ଥିତ ଥିଲେ ।

ଏବେ ଏହି ସ୍କୁଲରେ ପିଲାମାନେ ଶୋଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଲୋକମାନେ ଏହି ସ୍କୁଲର ଖୁବ ପ୍ରଶଂସା କରୁଛନ୍ତି । ମାତ୍ର ୩୯ ସେକେଣ୍ଡର ଏହି ଭିଡିଓରେ, ପିଲାମାନେ ଅତି ଆରାମରେ ଶୋଇଥିବାର ନଜର ଆସିଛନ୍ତି । ପିଲାମାନେ ଶୋଇଥିବା ସମୟରେ ସେଠାରେ ଉପସ୍ଥିତ ଜଣେ ଶିକ୍ଷକ ତାଙ୍କ ପ୍ରତି ଧ୍ୟାନ ଦେଉଥିବାର ଦେଖାଯାଇଛି ।

@ViralXfun ନାମକ ଏକ ଆକାଉଣ୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ଭିଡିଓ ସେୟାର କରିବାବେଳେ କ୍ୟାପସନରେ ଲେଖାଯାଇଛି, ‘ଚାଇନାର କେତେକ ସ୍କୁଲରେ ଡେସ୍କକୁ ବେଡରେ ପରିଣତ କରିବାର ସୁବିଧା ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ପିଲାମାନେ ମଧ୍ୟାହ୍ନ ଭୋଜନ ପରେ ଆରାମରେ ଶୋଇପାରିବେ । ଏହା ପିଲା ମାନଙ୍କର ମାନସିକ ବିକାଶ ପାଇଁ ଭଲ ।

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୭ ଲକ୍ଷରୁ ଅଧିକ ଭ୍ୟୁ ହୋଇଥିବାବେଳେ ୧ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଲାଇକ କରିଛନ୍ତି । ୟୁଜର୍ସମାନେ ଭିଡିଓରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ରିକ୍ଲାଇନର୍ସ ଭଳି ବେଡ’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଏହା ଅଫିସରେ ମଧ୍ୟ ରହିବା ଉଚିତ୍।’

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.