ବାହାଘରରେ ମିଳିଥିବା ଗିଫ୍ଟ ଟଙ୍କାରେ ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ

ସହିପାରିଲେନି । କଷ୍ଟ ଦେଖି ତରଳି ଗଲା ହୃଦୟ । ନିଜ ବିବାହ ଉତ୍ସବରେ ପାଇଥିବା ଗିଫ୍ଟ ଲଫାପାରୁ ଯାହା ଟଙ୍କା ମିଳିଥିଲା ତାହାକୁ ଏମିତି କଲେ ବିନିଯୋଗ, ସଭିଏଁ କଲେ ପ୍ରଶଂସା।

ବାଙ୍କୀ(କେନ୍ୟୁଜ୍) : ସହିପାରିଲେନି । କଷ୍ଟ ଦେଖି ତରଳି ଗଲା ହୃଦୟ । ନିଜ ବିବାହ ଉତ୍ସବରେ ପାଇଥିବା ଗିଫ୍ଟ ଲଫାପାରୁ ଯାହା ଟଙ୍କା ମିଳିଥିଲା ତାହାକୁ ଏମିତି କଲେ ବିନିଯୋଗ, ସଭିଏଁ କଲେ ପ୍ରଶଂସା।

ଦିନେ ରାସ୍ତାରେ ନିଜ ଗ୍ରାମରୁ ବାଙ୍କୀ ଯାଉଥିବା ବେଳେ ବାଟରେ ଜଣେ ଦିବ୍ୟାଙ୍ଗ ଯୁବତୀ ନିଜ ଦିବ୍ୟାଙ୍ଗ ବାପାକୁ ବାଡ଼ିରେ ସାହାରା କରି ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବାର ଦୃଶ୍ୟକୁ ଦେଖି ଅଟକିଯାଇଥଇଲେ । ଦୁଇଜଣଙ୍କ ଅଭାବୀ ଓ ସମସ୍ୟା ସମ୍ପର୍କରେ ବୁଝିଥିଲେ । ଶେଷରେ ଅସହାୟର ଅବସ୍ଥା ଦେଖି ସହି ନ ପାରି ଗତ କିଛିଦିନ ତଳେ ନିଜର ବିବାହ ଉତ୍ସବରେ ମିଳିଥିବା ଗିଫ୍ଟ ଲଫାପାରୁ ମିଳିଥିବା ଟଙ୍କାରୁ ଗୋଟିଏ ନୂଆ ପଙ୍ଖା କିଣି ପ୍ରଦାନ କରିବା ସହିତ ଖାଦ୍ୟସାମଗ୍ରୀ ଦେଇ ଆତ୍ମସନ୍ତୋଷ ଲାଭ କରିଛନ୍ତି ଜଣେ ଯୁବ ସମାଜସେବୀ।

ବାଙ୍କୀ ବ୍ଲକ ବୈଦେଶ୍ୱର ଡାକ୍ତରଖାନା ପଛପାଖ ସାହିରେ ରୁହନ୍ତି ସଚିସାହୁ। ଯାହାଙ୍କର ବୟସ ପାଖାପାଖି ୬୧ ବର୍ଷ । ତଥାପି ଏଯାଏ ମିଳିନି ବାର୍ଦ୍ଧକ୍ୟଭତ୍ତା କିମ୍ବା ଭିନ୍ନକ୍ଷମଭତ୍ତା।ନିଜେ ଜଣେ ଦିବ୍ୟାଙ୍ଗ ହୋଇ ଚାଲିପାରୁ ନଥିବାବେଳେ ନିଜ ଝିଅ ବି ସେହି ଦିବ୍ୟାଙ୍ଗ। ବାପଝିଅ ଉଭୟେ ଦବ୍ୟାଙ୍ଗ। ଏପଟେ ଆବାସ ଯୋଜନାରେ ଘର ମିଳିଛି ଛାତ ପଡିରହିଛି ଚାରିଆଡ଼େ ଖୋଲା । ମାସକୁ ପାଞ୍ଚ କେଜି ଲେଖାଏଁ ୧୫ କେଜି ଚାଉଳ ମିଳୁଛି। ହେଲେ ହାତଖର୍ଚ୍ଚ ପାଇଁ କିଛି ନାହିଁ । ଗତ ସପ୍ତାହରେ ସଚି ସାହୁ ଓ ତାଙ୍କ ଦିବ୍ୟାଙ୍ଗ ଝିଅ ସହ ମିଶି ଚାଲି ଚାଲି ନିକଟସ୍ଥ ବୈଦେଶ୍ୱର ଡାକ୍ତରଖାନକୁ ଯାଉଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର କରବର ଗ୍ରାମର ସୋମନାଥ ସାହୁ ନାମକ ଜଣେ ବ୍ୟକ୍ତି ସେହି ରାସ୍ତାରେ ବାଙ୍କୀ ଯାଉଥିଲେ । ସେହି ସମୟରେ ସେ ବାପ ଝିଅଙ୍କ ଦୁରାବସ୍ଥା ଓ ଦୁର୍ଦ୍ଦଶା ଦେଖି ଅଟକିଯାଇଥିଲେ ଓ ସେମାନଙ୍କୁ ପରିଚୟ ପଚାରିଥିଲେ।

ଦିନେ ଖାଇଲେ ଦିନେ ଉପାସ ରହୁଥିବାର ଶୁଣି ସୋମନାଥ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ନ ଥିବାରୁ ଭତ୍ତା ପାଇ ପାରୁନାହାଁନ୍ତି ବୋଲି କହିଥିଲେ ସରପଞ୍ଚ। ସୋମନାଥ କିନ୍ତୁ ସଚିସାହୁଙ୍କ ଘରକୁଯାଇ ଦେଖିବା ବେଳକୁ ପ୍ରବଳଖରା ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି ସଚି ସାହୁ ଓ ତାଙ୍କ ଝିଅ ଲାକ୍ଷ୍ମୀ । ଗଛମୂଳେ ଶୋଇଛନ୍ତି। ଭଙ୍ଗା ଆଜବେଷ୍ଟ ତଳେ ପ୍ରବଳ ଗରମ କୁ ସହ୍ୟ କରି ନ ପାରି ବାଧ୍ୟ ହୋଇ ଗଉ ତଳେ ଆଶ୍ରୟ ନେଇଛନ୍ତି ଦୁଇ ବାପ ଝିଅ।

ତେବେ ଦୁଇ ଜଣଙ୍କୁ ଦେଖି ସୋମନାଥ ନିଜର ବିବାହ ସମୟରେ ପାଇଥିବା ଗିଫ୍ଟ ଖାମ ରୁ ପତନି ବଜାରରୁ ଏକ ଭଲ ନୂଆ ପଙ୍ଖାଟିଏ କିଣି ଆଣି ଦେବା ସହିତ ଖାଇବାପାଇଁ ଖାଦ୍ୟସାମଗ୍ରୀ ଯୋଗାଇଥିଲେ। ନିଜ ବିବାହ ଗିଫ୍ଟ ରୁ ମିଳିଥିବା ଟଙ୍କା ରେ ନିଜେ ନିଜ ପାଇଁ କିଛି ନ କରି ଦୁଇ ଦିବ୍ୟାଙ୍ଗ ଙ୍କୁ ସହାୟତାକରି ଅତ୍ୟନ୍ତ ଖୁସିଥିବା କହିଛନ୍ତି ସୋମନାଥ ସାହୁ। ଏହି ଦୁଇ ଜଣ ସୋମନାଥଙ୍କର ନିଜପଞ୍ଚାୟତ କିମ୍ବା ନିଜ ଅଞ୍ଚଳର ନୁହଁନ୍ତି ତପାପି ଏଭଳି ମହନୀୟତା ପାଇଁ ସୋମନାଥ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ଉଦାହରଣ । ଯାହାକୁ ନେଇ ବୈଦେଶ୍ୱର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.