ଗାଁକୁ ନାହିଁ ରାସ୍ତା, ଗୋଟିଏ କିଲୋମିଟର ଭାରରେ ବୁହାହେଲେ ଗର୍ଭବତୀ

ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ , ଏକ କିଲୋମିଟର ଦୂର ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ଉପର ଉରୁମୁଣ୍ଡା ଗାଁ ତଳସାହି ରେ ଦେଖିବାକୁ ମିଳିଛି । ସରୁ ରାସ୍ତାରେ ଜଣେ ଲୋକ ଯିବା କଷ୍ଟକର ଥିବାବେଳେ ମହିଳାଙ୍କୁ ଭାରରେ ନେଇଛନ୍ତି ।

ପୁଣି ଭାରରେ ବୁହା ହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନଥିବାରୁ ଭାର ହିଁ ସାଜିଲା ସାହାରା । ଗର୍ଭ ଯନ୍ତ୍ରଣାରେ ଛଟପଟ୍‌ ହେଉଥିବା ବେଳେ ତୁରନ୍ତ ହସ୍ପିଟାଲକୁ ମହିଳାଙ୍କୁ ନିଆଯାଇ ପାରିଲା ନାହିଁ । ଦୁନିଆ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ମଧ୍ୟ ଆଜି ବି ଅନେକ ଉପାନ୍ତ ଅଞ୍ଚଳ ଅଛି ଯେଉଁଠାରେ ମୌଳିକ ସୁବିଧା ମଧ୍ୟ ଲୋକଙ୍କୁ ମିଳିପାରୁନି । ମୋବାଇଲ, କମ୍ପ୍ୟୁଟର, ଗାଡ଼ି ମଟର ଭଳି ସୁବିଧା ଲୋକଙ୍କ ଘରେ ଘରେ ଥିବାବେଳେ ଏପରି ଅନେକ ଗାଁ ଅଛି ଯେଉଁଠାକୁ ରାସ୍ତା ନାହିଁ । ଆଉ ରାସ୍ତା ନଥିବାରୁ ଅନେକ ଗର୍ଭବତୀ ମହିଳାଙ୍କୁ ଭାରରେ ବୁହା ହୋଇଥିବା ଦେଖିବାକୁ ମିଳେ । ପ୍ରତିଦିନ କେଉଁଠି ନା କେଉଁଠି ଏଭଳି ଘଟଣା ଘଟୁଛି । ଠିକ ସମାନ ଭାବେ ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲାରୁ ସାମ୍ନାକୁ ଆସିଛି ।

ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ , ଏକ କିଲୋମିଟର ଦୂର ଭାରରେ ବୁହା ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ପଞ୍ଚାୟତ ଉପର ଉରୁମୁଣ୍ଡା ଗାଁ ତଳସାହି ରେ ଦେଖିବାକୁ ମିଳିଛି । ସରୁ ରାସ୍ତାରେ ଜଣେ ଲୋକ ଯିବା କଷ୍ଟକର ଥିବାବେଳେ ମହିଳାଙ୍କୁ ଭାରରେ ନେଇଛନ୍ତି । ରାସ୍ତା ପାର୍ଶ୍ୱରେ ପଥର ମଧ୍ୟ ପଡ଼ିଛି । ତେବେ ସେହି ପଥର ମଧ୍ୟ ରାସ୍ତାକୁ କିଛି ମାତ୍ରାରେ ଅବରୋଧ କରିଛି । ଅନ୍ୟ ଉପାୟ ନପାଇ ପରିବାର ଲୋକେ ଗର୍ଭବତୀଙ୍କୁ ଏଭଳି ନେଇଥଲେ ।

ଗାଁର ରଇଦାସ ମୁଣ୍ଡାଙ୍କ ସ୍ତ୍ରୀଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଶାକର୍ମୀଙ୍କୁ ଖବର ଦେଇଥିଲେ । ହେଲେ ସେଠାରେ ମୋବାଇଲ୍ ନେଟୱାର୍କ ନଥିବାରୁ ବହୁ କଷ୍ଟରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ଉପର ଉରୁମୁଣ୍ଡା ତଳସାହିକୁ ରାସ୍ତା ନଥିବାରୁ ୧ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଗର୍ଭ ଯନ୍ତ୍ରଣାର ଛଟପଟ ହେଉଥିବାବେଳେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ନେଇଥିଲେ ପରିବାର ଲୋକେ । ପରେ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ବାଂଶପାଳ ଡାକ୍ତରଖାନା ଅଣାଯାଇ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ଏକ ଶିଶୁକନ୍ୟା ଜନ୍ମ ହୋଇଥିବା ସୂଚନା ମିଳିଛି ।

ଉପର ଉରୁମୁଣ୍ଡା ତଳସାହିରେ ୧୦ଟି ପରିବାର ବାସ କରୁଥିବା ବେଳେ, ସେଠାକୁ ଏକ ନିତିଦିନିଆ ରାସ୍ତା ନିର୍ମାଣ ହୋଇପାରୁନି । ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଉକ୍ତ ବାସିନ୍ଦା । ବର୍ଷା ଦିନ ହୋଇଥିବାରୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି । ଏପରିସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ଭାରରେ ବୋହି ନେଇଯିବା କେତେ ଯେ ବିପଦପୂର୍ଣ୍ଣ ତାହା ଆପଣମାନେ ଚିନ୍ତା କରିପାରୁଥିବେ । ତେବେ ଗାଁକୁ ରାସ୍ତା ଖଣ୍ଡିଏ କରିବା ପାଇଁ ଗାଁ ଲୋକମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.