ଏହି ସଙ୍କେତ ଆପଣଙ୍କ ପାଇଁ ହୋଇଥାଏ ବେଶ ଶୁଭଦାୟକ, ଜାଣନ୍ତୁ ଫାଇଦା

ପ୍ରକୃତିରେ ଘଟୁଥିବା ସମସ୍ତ ଘଟଣା ପଛରେ କିଛି ନା କିଛି କାରଣ ଲୁଚି ରହିଥାଏ । ଏମିତି ଅନେକ ଲୀଳା ପ୍ରକୃତି ଦ୍ୱାରା ଘଟିଥାଏ ଯାହା ଖୁବ ଅଦ୍ଭୁତ ଓ ଅଶ୍ଚର୍ଯ୍ୟକାରୀ ମଧ୍ୟ । ଏହା ଘଟିବା ପଛରେ ଯେଉଁ କାରଣ ଲୁଚି ରହିଥାଏ, ସେଥିରୁ ଜଣାପଡେ ମନୁଷ୍ୟ ପାଇଁ ଏହା କେତେ ଶୁଭ ଓ କେତେ ଅଶୁଭ ।

ପ୍ରକୃତି ଦ୍ୱାରା ଘଟୁଥିବା ସମସ୍ତ ଘଟଣା ସମ୍ପର୍କରେ ମନୁଷ୍ୟ ସଚେତନ ରହିବା ଆବଶ୍ୟକ । ଏହା ଏକ ପ୍ରକାର ସଙ୍କେତ । ଯଦ୍ୱାରା ସେମାନେ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଜାଣିପାରିବେ । ତେବେ ଆଜି ଆମେ ସେହି ଘଟଣା ସମ୍ପର୍କରେ ସଂକ୍ଷିପ୍ତ ଭାବେ ସୂଚନା ଦେବୁ । ଯାହାକୁ ଜାଣିଲେ ଆପଣ ମଧ୍ୟ ସଚେତନ ରହିପାରିବେ ।

– ବ୍ୟକ୍ତି ଜଣକ କୌଣସି କାମରେ ଯଦି ବାହାରକୁ ଯାଏ, ତେବେ ସେ ସମୟରେ ଛିଙ୍କିବା ଦ୍ୱାରା ଏହି ସଙ୍କେତକୁ ଅଶୁଭ ମନାଯାଏ । ତେଣୁ କିଛି ସମୟ ରହି ତାପରେ ଘରୁ ଯିବା ଜରୁରୀ ହୋଇଥାଏ । କିନ୍ତୁ ଏହା ସବୁ ପରିସ୍ଥିତିରେ ଲାଗୁ ହୁଏ ନାହିଁ । ଥଣ୍ଡା ଜ୍ୱର ଭଳି ସମସ୍ୟାରେ ମଧ୍ୟ ଛିଙ୍କ ହେବା ସାମାନ୍ୟ କଥା । ତେଣୁ ଦେଖି ଚାହିଁ ନିଷ୍ପତ୍ତି ନେବା ଜରୁରୀ ।

– ଘରୁ ବାହାରିବା ସମୟରେ ମନ୍ଦିର ଘଣ୍ଟ. ପଶୁ, ପାଣି, କ୍ଷୀର କିମ୍ବା କୋକେଇ ଦେଖିଲେ ଏହାକୁ ଶୁଭ ମନାଯାଏ । ଏହାସହ ପାନ ପତ୍ର କିମ୍ବା ହାଥୀ ଦେଖିଲେ ମଧ୍ୟ ଶୁଭ ମନାଯାଏ ।

– ଯଦି ବାହାରକୁ ଯାଉଥିବା ସମୟରେ ଅଳିଆ ଆବର୍ଜନା ଦେଖନ୍ତି , ତେବେ ତାହା ଅଶୁଭ ମନାଯାଏ ।

– ଫୁଲ କିମ୍ବା ଫୁଲ ମାଳ ଦେଖିଲେ ନିଶ୍ଚିତ ରୂପେ ମାଙ୍ଗଳିକ କାର୍ଯ୍ୟ ସଫଳ ହେବ ବୋଲି ସଙ୍କେତ ଦିଏ । ରାସ୍ତାରେ ଟଙ୍କା ନୋଟ ପାଇଲେ ମଧ୍ୟ ଏହାକୁ ଶୁଭ ବୋଲି ମନାଯାଏ । ଏହାପାଇଁ ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ ହୋଇଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.