ହାତରେ ଏହି ଚିହ୍ନ ଥିଲେ ମିଳିଥାଏ ରାଜଯୋଗ, ଜାଣନ୍ତୁ ଆପଣଙ୍କ ଭାଗ୍ୟରେ ଅଛି କି ନାହିଁ

କୁହାଯାଏ ହାତର ରେଖା ବ୍ୟକ୍ତିର ପୂର୍ବ ଓ ଆସନ୍ତା ଜୀବନ ସମ୍ପର୍କରେ ବହୁତ କିଛି କହିଥାଏ । ହସ୍ତରେଖା ଶାସ୍ତ୍ର କଥା କହିବାକୁ ଗଲେ ଏମିତି କିଛି ରେଖା ହାତରେ ରହିଥାଏ ଯାହା ବ୍ୟକ୍ତିକୁ ରାଜଯୋଗ ସମ୍ପର୍କରେ ସୂଚନା ଦେଇଥାଏ । ଆସନ୍ତୁ ଜାଣିବା ଆପଣଙ୍କ ହାତର ରେଖାରେ ରାଜଯୋଗ ଅଛି କି ନାହିଁ । ଆସନ୍ତୁ ଜାଣିବା ହାତରେ ଥିବା ରାଜଯୋଗ ରେଖା କିପରି ଦେଖାଯାଇଥାଏ ।

ଏହି ଚିହ୍ନ ହୋଇଥାଏ ରାଜଯୋଗର ସଂଯୋଗ

• ହାତ ଦେଖିବା ବେଳେ ଧ୍ୟାନ ଦିଅନ୍ତୁ କି ହାତର ମଝିରେ ବାଣ,ତୋରଣ, ଶଙ୍ଖ କିମ୍ବା ପତାକା ଚିହ୍ନ ଅଛି କି ନାହିଁ । ଏପରି ଥିଲେ ତାଙ୍କର କାରବାର ବିଦେଶ ଯାଏ ରହିବ ଓ ସମାଜରେ ସେ ସର୍ବଦା ସମ୍ମାନିତ ରହିବେ ।

• ହାତର ରେଖା ମଣିବନ୍ଧରୁ ଅନାମିକା ଆଙ୍ଗୁଳି ହୋଇ ଶନି ପର୍ବତ ଯାଏ ଯାଇଥିଲେ ଓ ଏହି ରେଖା କଟା ହୋଇ ନଥିଲେ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ସର୍ବଦା ଜାରି ରହିଥାଏ । ଏମିତି ଲୋକ ନିଜ କ୍ଷେତ୍ରରେ ସର୍ବଦା ଉଚ୍ଚ ପଦରେ ଅବସ୍ଥାନ କରିଥାନ୍ତି । ଏମାନେ ବହୁତ ଧନ ଓ ସମ୍ମାନ କମାଇ ଥାନ୍ତି ।

• କେହି କେହି ବ୍ୟକ୍ତିଙ୍କ ହାତରେ ହୃଦୟ ରେଖାର ଆରମ୍ଭରେ ଚ୍ରିଶୂଳ ଚିହ୍ନ ରହିଥିଲେ ଏମିତି ବ୍ୟକ୍ତିଙ୍କ ଜୀବନରେ ଖୁବ ଧନ-ଧ୍ୟାନ ଓ ପ୍ରତିଷ୍ଠା ମିଳିଥାଏ । ଏହି ବ୍ୟକ୍ତି ରାଜନୀତିରେ ବଡ ପଦରେ ଅଧିତିଷ୍ଠ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.