ଚାଣକ୍ୟ ନୀତି : ପରିବାର ଓ ସ୍ୱାମୀ ପାଇଁ ସୌଭାଗ୍ୟଶାଳୀ ହୋଇଥାନ୍ତି ଏହି ସ୍ୱଭାବର ଝିଅ

ଆଚାର୍ଯ୍ୟ ଚାଣକ୍ୟ ଅର୍ଥଶାସ୍ତ୍ର, କୁଟନୀତି, ରାଜନୀତି ଛଡା ଘର ପରିବାର ସହିତ ଜଡିତ ଅନେକ କଥା ମଧ୍ୟ କହିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଘର ପରିବାର ଚଳିଲେ, ଘର ସ୍ୱର୍ଗ ହୋଇଯାଏ। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଂପର୍କ ସୁଦୃଢ ହୋଇଥାଏ। ତେବେ ମହିଳାମାନଙ୍କର ଏପରି ଏକ ଖାସ୍‌ ଅଭ୍ୟାସ ରହିଛି, ଯାହା ଚାଣକ୍ୟ ନୀତି ଅନୁସାରେ ବହୁତ ଭଲ ରହିଛି। ଅଧିକାଂଶ ମହିଳାଙ୍କୁ କଥା କଥାରେ କାନ୍ଦିବାର ଅଭ୍ୟାସ ରହିଥାଏ। ଚାଣକ୍ୟ ନୀତି ମୁତାବକ, ଏଭଳି ମହିଳା ଘର ପରିବାର ପାଇଁ ବହୁତ ଶୁଭ ହୋଇଥାନ୍ତି।

ପରିବାର ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି ଏହି ମହିଳା :

– ଯୁବତୀ ହୁଅନ୍ତୁ ଅବା ମହିଳା ଯଦି ଆପଣ ସେମାନଙ୍କୁ ଜୋରରେ ରାଗିକି କଥା ହୁଅନ୍ତି, ତେବେ କାନ୍ଦିଦିଅନ୍ତି। ଏହା ଘର ଓ ପରିବାର ପାଇଁ ଶୁଭ ହୋଇଥାଏ। ଚାଣକ୍ୟ ନୀତି ଅନୁସାରେ ଏପରି ମହିଳାଙ୍କର ଆପଣ ନିଶ୍ଚିତ ଧ୍ୟାନ ରଖିବା ଉଚିତ।

– ଚାଣକ୍ୟ ନୀତି ମୁତାବକ, କଥା କଥାରେ କାନ୍ଦୁଥିବା ମହିଳା ନିଜ ସ୍ୱାମୀ ଏବଂ ପରିବାର ଠାରୁ ଦୂରେଇବାକୁ ଚାହାନ୍ତି ନାହିଁ।

– ଯେଉଁ ମହିଳା ବିନା ଭୁଲରେ ମଧ୍ୟ କାନ୍ଦନ୍ତି, ସେମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି। ଏପରି ମହିଳା ନିଜ ପରିବାରକୁ ବହୁତ ଭଲ ପାଆନ୍ତି।

Woman Suffering From Depression Sitting On Bed And Crying

– ଯେଉଁ ମହିଳା କାନ୍ଦନ୍ତି ଏବଂ ଚିତ୍କାର କରନ୍ତି, ସେମାନଙ୍କ ଭିତରେ କ୍ରୋଧ ଏବଂ ଚିନ୍ତା ବହୁତ ଜଲଦି ଦୂର ହୋଇଥାଏ। ଏଥିପାଇଁ ଅନେକ ରୋଗରୁ ରକ୍ଷା ପାଇଯାଆନ୍ତି। ସେମାନେ ଯେତେ ରାଗିଥିଲେ ମଧ୍ୟ ସାମ୍ନା ଲୋକଙ୍କୁ ଜଲଦି କ୍ଷମା କରିଦିଅନ୍ତୁ।

– କଥା କଥାରେ କାନ୍ଦୁଥିବା ମହିଳା କେବେ ବି କାହାର ହୃଦୟକୁ ଆଘାତ ଦିଅନ୍ତି ନାହିଁ। ଅନ୍ୟ କାହା ଭାବନା ସହିତ ମଧ୍ୟ ଖେଳନ୍ତି ନାହିଁ। ଏମାନଙ୍କର ସ୍ୱଭାବ ସଂପୂର୍ଣ୍ଣ ପରିବାରକୁ ଏକାଠି ରଖିଥାଏ। ଏହା ସହିତ କଠିନ ସମୟକୁ ବହୁତ ସହଜରେ ପାର କରିଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.