Below header

ଏଠାରେ ମନ୍ଦିର ନ ଯାଇ ବି ପୂରା ହୋଇଥାଏ ମନଷ୍କାମନା, କେବଳ କରିବାକୁ ପଡିବ ଏହି କାମ

ଭାରତୀୟ ଲୋକଙ୍କ ମଧ୍ୟରେ ଧାର୍ମିକ ଆସ୍ଥା ବହୁତ ଦେଖିବାକୁ ମିଳିଥାଏ ଏବଂ ଲୋକ ମାନେ ଭଗବାନଙ୍କୁ ବହୁତ ମାନିଥାନ୍ତି। ଏହା ସହିତ ତାଙ୍କୁ ମନସ୍କାମନା କରି ବର ମଧ୍ୟ ମାଗିଥାନ୍ତି। ଦୁନିଆର ସବୁ ମଣିଷ ଭଗବାନଙ୍କୁ କିଛି ନା କିଛି ମାଗିଥାନ୍ତି, ଯାହା ପାଇଁ ସେମାନଙ୍କୁ ମନ୍ଦିରକୁ ଯିବାକୁ ମଧ୍ୟ ପଡିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ମନ୍ଦିର ବିଷୟରେ ଜଣାଇବୁ ଯେଉଁଠି ଆପଣଙ୍କୁ ଯିବାର ଦରକାର ମଧ୍ୟ ହୋଇନଥାଏ।

ଏଠାରେ ଲୋକମାନେ ଯାଇନଥାନ୍ତି ମନ୍ଦିର

ଏହି ମନ୍ଦିର ଦେବଭୂମି ଉତ୍ତରାଖଣ୍ଡରେ ରହିଛି। ଏଠାରେ ଭଗବାନଙ୍କ ଦର୍ଶନ କରିବା ଲାଗି ଯିବାର ଆବଶ୍ୟକତା ପଡିନଥାଏ। କାରଣ କେବଳ ଚିଠି ଲେଖି କାମ ହୋଇଯାଇଥାଏ। ଏହା ଏକମାତ୍ର ହିନ୍ଦୁ ମନ୍ଦିର ଅଟେ ଯେଉଁଠି କେବଳ ଚିଠି ପଠାଇ ମଧ୍ୟ ସମସ୍ତ ମନଷ୍କାମନା ପୂରା ହୋଇଯାଇଥାଏ।

ପଠାଯାଇଥାଏ ଗୋଟିଏ ଚିଠି

ଏହା ଉତ୍ତରାଖଣ୍ଡର ଅଲମୋଡା ଏବଂ ନେନିତାଲ ଜିଲ୍ଲା ମଝିରେ ପଡିଥାଏ। ଏଠାରେ କେବଳ ଚିଠି ଲେଖିବା ଦ୍ବାରା ହିଁ ମନଷ୍କାମନା ପୂରା ହୋଇଥାଏ। ଗୋଲୁ ଦେବତା କିମ୍ବା ଭଗବାନ ଗୋଲୁ ଉତ୍ତରାଖଣ୍ଡ ରାଜ୍ୟ କୁମାଉ କ୍ଷେତ୍ରର ପ୍ରସିଦ୍ଧ ପୌରାଣିକ ଦେବତା ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.