ଏକାସାଥିରେ ୫ଟି ଘୋଡାକୁ କମାଣ୍ଡ କରନ୍ତି ଜୟପୁରର ଏହି ଯୁବତୀ, ରାଜ୍ୟପାଳ ବି କରିଛନ୍ତି ପ୍ରଶଂସା

ଜୟପୁର/ଟୋଙ୍କ କ୍ଷେତ୍ରରେ ପୁରୁଷମାନେ ଅଶ୍ୱ ଚାଳନା କରିଥାନ୍ତି କିନ୍ତୁ ଏବେ ବନସ୍ଥଳୀ ବିଦ୍ୟାପୀଠର ଜଣେ ଛାତ୍ରୀ ଅଶ୍ୱ ଚାଳନା କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏବେ ସେ ଗୋଟିଏ କି ଦୁଇଟି ନୁର୍ହେ ବରଂ ୫ଟି ଘୋଡାକୁ ଏକାଠି ଚାଳନା କରିଛନ୍ତି।

horseସୂଚନା ମୁତାବକ ବିଦ୍ୟାପୀଠରେ ଶେଷ ବର୍ଷ ସ୍ନାତ୍ତକ ଛାତ୍ରୀ କୀର୍ତ୍ତ ୟାଦବଙ୍କ ଦୁଇ ଭଉଣୀଙ୍କର ମଧ୍ୟ ଅଶ୍ୱ ଚାଳନା ପ୍ରତି ସୌକ୍‌ ରହିଥିଲା। ଏହାକୁ ଦେଖି କୀର୍ତ୍ତିଙ୍କ ମନରେ ଇଛା ଶକ୍ତି ଜାଗ୍ରତ ହୋଇଥିଲା। ପ୍ରଥମ ଥର ସେ ଅଶ୍ୱ ଚାଳନା ସିଖିବା ସମୟରେ ପାଞ୍ଚରୁ ଛଅ ଥର ତଳେ ପଡିଥିବା ସହ ଥରେ ହାତ ମଧ୍ୟ ଫ୍ୟାକ୍ଚର ହୋଇଥିଲା। ଯାହାଫଳରେ ଚିକିତ୍ସା ହେବା ପରେ ତାଙ୍କୁ ଏକମାସ ପର୍ଯ୍ୟନ୍ତ ଅଶ୍ୱଚାଳନାରୁ ଦୂରେଇ ରହିବାକୁ ପଡିଥିଲା। କିନ୍ତୁ ଏହାପରେ ମଧ୍ୟ କୀର୍ତ୍ତି ହାର୍‌ ନମାନି ପୁଣି ଥରେ ଘୋଡା ଚଳାଇବା ଆରମ୍ଭ କରିଥିଲେ। ଏହବାରେ ସେ ଗୋଟିଏ, ଦୁଇଟି ଏବଂ ତିନଟି ଘୋଡା ଉପରେ ଏକାଠି ନିୟନ୍ତ୍ରିତ କରି ଘୋଡା ଚାଳନା ଆରମ୍ଭ କରିଥିଲେ।

horse-ରିପୋର୍ଟ ଅନୁଯାୟୀ ଗତବର୍ଷ ଦୀକ୍ଷାନ୍ତ ସମାରୋହରେ ଆସିଥିବା ପ୍ରଦେଶର ରାଜ୍ୟପାଳ କଳରାଜ ମିଶ୍ରଙ୍କ ସାମ୍ନାରେ କୀର୍ତ୍ତି ଏକାଠି ୫ଟି ଘୋଡା ଉପରେ ନିୟନ୍ତ୍ରିତ କରି ଅଶ୍ୱ ଚାଳନାରେ ବିଜୟ ଲାଭ କରିଥିଲେ। ଏହି ସାରୋହରେ କୀର୍ତ୍ତି ଏହି ଅଶ୍ୱ ଚାଳନାର ଶ୍ରେୟ ନିଜର ଦୁଇ ଭଉଣୀ ଗାୟତ୍ରୀ ଏବଂ ପୂନମଙ୍କୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.