ବୁଲେଟ୍‌ରେ ବିନା ହେଲ୍‌ମେଟ୍‌ରେ ହିରୋଗିରି ଦେଖାଇ ଭିଡିଓ କରୁଥିଲେ ଯୁବକ, କଟିଲା ୯୦୦୦ ର ଚାଲାଣ

ବୁଲେଟ୍‌ ଚଲାଇ ଭିଡିଓ କରିବା ପଡ଼ିଲା ମହଙ୍ଗା। ଗଣିଲେ ମୋଟା ଅଙ୍କର ତଣ୍ଡ। ରାସ୍ତାରେ ରୋମିଓଗିରି ଦେଖାଇ ଭିଡିଓ କରିବା ଉତ୍ତର ପ୍ରଦେଶର ଜଣେ ଯୁବକଙ୍କୁ ଭାରି ପଡ଼ିଛି। ଏମିତି ବେପରୁଆ ଭାବେ ରାସ୍ତାରେ ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଲାଉଥିବାରୁ ଯୁବକଙ୍କ ଚାଲାଣ କାଟିଛି ପୋଲିସ। ବୁଲେଟ୍‌ ଚଲାଉଥିବା ଯୁବକଙ୍କ ନାଁ ଖାଲିଦ ଅହମ୍ମଦ ବୋଲି ଜଣାପଡ଼ିଛି। ଖାଲିଦଙ୍କ ନାଁରେ କାନପୁର ପରିବହନ ବିଭାଗ ୯ ହଜାର ଟଙ୍କାର ଚାଲାଣ କାଟିଛି। ଖାଲିଦଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏବେ ଚାଲାଣ କଟିବା ପରେ ଲୋକମାନେ ଆହୁରି ମଜା ନେଇ ଭିଡିଓ ଦେଖୁଛନ୍ତି।

ରିପୋର୍ଟ ମୁତାବକ, ଏକ ମ୍ୟୁଜିକକାଲ୍‌ ଆପ୍‌ ବ୍ୟବହାର କରି ଖାଲିଦ ଅହମ୍ମଦ ବୁଲେଟ୍‌ ଚଲାଉଥିବା ଭିଡିଓ କରିଥିଲେ। ଏହି ଭିଡିଓରେ ସେ ଏକ ଗୀତକୁ ଲିପ୍‌ସିଂ କରୁଛନ୍ତି। ଗୀତଟି ହେଉଛି – ମୁଝେ ଏକ ଏସା ହାଇଫାଇ ଲୁଗାଇ ଚାହିଏ…। ତେବେ ଖାଲିଦଙ୍କୁ ଝିଅ ତ ମିଳିଲାନି କିନ୍ତୁ କାନପୁର ପରିବହନ ବିଭାଗ ତାଙ୍କ ନାଁରେ ୯ ହଜାର ଟଙ୍କାର ଚାଲାଣ କାଟି ଦେଇଛି।

viral2

ଖାଲିଦଙ୍କ ବିରୋଧରେ ବିନା ହେଲ୍‌ମେଟ୍‌ ଡ୍ରାଇଭିଂ ସମେତ ଚାରି ନିୟମକୁ ଉଲ୍ଲଂଘନ ନେଇ ଅଭିଯୋଗ ଆସିଛି। ତାଙ୍କ ଉପରେ ୯ ହଜାର ଟଙ୍କାର ଚାଲାଣ କଟିଛି। ଚାଲାଣ କଟିବା ପରେ ସୋସିଆଲ ମିଡିଆରେ ସମସ୍ତେ ଖାଲିଦଙ୍କ ମଜାକ୍‌ ଉଡ଼ାଉଥିବା ଦେଖାଯାଇଛି। ଲୋକେ କହିଛନ୍ତି- ନା ସୁନାର ବଙ୍ଗଳା ମିଳିଲା, ନା ଚାନ୍ଦିର ଗାଡ଼ି, ନା ହାଇ ଫାଇ ସ୍ତ୍ରୀ ମିଳିଲା। କିନ୍ତୁ ୯ ହଜାର ଟଙ୍କାର ଚାଲାଣ କଟିଗଲା।

କୁହାଯାଉଛି ଯେ କଲ୍ୟାଣପୁରର ମସବାନପୁରର ବାସିନ୍ଦା ଖାଲିଦ ଅହମ୍ମଦ ଏକ ଭୋଜପୁରୀ ଆଲବମ୍‌ରେ କାମ କରିଛନ୍ତି। ସପ୍ତାହେ ତଳେ ସେ ଏକ ମ୍ୟୁଜିକାଲ ଆଲବମ୍‌ରେ ଗୋବିନ୍ଦାଙ୍କ ସୁପରହିଟ୍‌ ଗୀତରେ ବୁଲେଟ୍‌ ଉପରେ ବସି ଭିଡିଓ କରିଥିଲେ। ଏହା ଇନ୍‌ଷ୍ଟାଗ୍ରାମ୍‌ରେ ଖୁବ୍‌ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.