ଜାପାନରେ ଚର୍ଚ୍ଚାର ବିଷୟ ହୋଇଛି ‘ଟ୍ରାନ୍ସପରେଣ୍ଟ ପବ୍ଲିକ ଟଏଲେଟ’, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଜାପାନ ରାଜଧାନୀ ଟୋକିଓର ବିଭିନ୍ନ ପାର୍କରେ ଟ୍ରାନ୍ସପରେଣ୍ଟ ପବ୍ଲିକ ଟଏଲେଟ ଲଗାଯାଇଛି। ଏମିତି ଟଏଲେଟ ଲଗାଯିବା ଦ୍ୱାରା ଲୋକେ ବାହାରୁ ସ୍ପଷ୍ଟ ଦେଖିପାରିବେ ଯେ ଏହା ସଫା ସୁତରା ଅଛି କି ନାହିଁ ଏବଂ ଭିତରେ କିଏ ଅଛନ୍ତି କି ନାହାନ୍ତି। ଏହି ଟଏଲେଟରେ ବିଶେଷ ଧରଣର ସ୍ମାର୍ଟ ଗ୍ଲାସେସ ବ୍ୟବହାର କରାଯାଇଛି। ବିଶ୍ୱର ଜଣାଶୁଣା କ୍ରିଏଟିଭ ଆର୍କିଟେକ୍ଟ ଶିଗେରୁ ବେନ ନେ ଏହାକୁ ବିକଶିତ କରିଛନ୍ତି। କୌଣସି ପୁରୁଣା ଜିନିଷକୁ ରିସାଇକେଲ କରି ତାହାକୁ ପୁନଃବିନିଯୋଗ କରିବାରେ ଶିଗେରୁଙ୍କ ଖ୍ୟାତି ରହିଛି।

2

4

ଏମିତି କାମ କରିଥାଏ ସ୍ମାର୍ଟ ଗ୍ଲାସ

ଅନେକ ଲୋକ ଏହା ଭାବୁଥିବେ, ଟ୍ରାନ୍ସପରେଣ୍ଟ ଟଏଲେଟରେ ବସିଲେ ବାହାର ଲୋକ ଆପଣଙ୍କୁ ଦେଖିପାରିବେ। କିନ୍ତୁ ଏମିତି କିଛି ନାହିଁ। ଯେତେବେଳେ କିଏ ଟଏଲେଟ କରିବା ପାଇଁ ଭିତରକୁ ଯାଏ ଏବଂ ଡୋର ବନ୍ଦ କରିଥାଏ, ତ ଏ ସବୁ ବାହାରକୁ କିଛି ଦେଖାଯାଏ ନାହିଁ।

5

3

ଭିତର ଲୋକ ବାହାର ଦେଖିପାରିବେ

ଟଏଲେଟରେ ଲାଗିଥିବା ଗ୍ଲାସର ଖାସିୟତ ରହିଛି। ଏହା ଭିତରେ ବସିଥିବା ଲୋକ ବାହାର ଦୃଶ୍ୟ ଦେଖିପାରିବ, କିନ୍ତୁ ବାହାର ଲୋକ ଭିତରେ ବସିଥିବା ଲୋକକୁ ଆଦୌ ଦେଖିପାରିବ ନାହିଁ। ଥରେ ଏହା ଭିତରକୁ ପ୍ରବେଶ କରିବା କ୍ଷଣି କାନ୍ଥ ଆପେ ଆପେ ଅପାରଦର୍ଶୀ ହୋଇଯାଇଥାଏ। ଲୋକଙ୍କ ଆବଶ୍ୟକ ମୁତାବକ ଏହାକୁ ପ୍ରସ୍ତୁତ କରାଯାଇଛି। ଏହା ଜାପାନ ଟଏଲେଟ ପ୍ରୋଜେକ୍ଟର ଏକ ପାର୍ଟ, ଯାହାକୁ ନିପ୍ପନ ଫାଉଣ୍ଡେସନ ପାର୍କରେ ଲଗାଯାଇଛି। ଏଠାରେ ମହିଳା ଏବଂ ପୁରୁଷ, ଉଭୟଙ୍କ ପାଇଁ ସୁବିଧା ଉପଲବ୍ଧ ଅଛି।

Leave A Reply

Your email address will not be published.