କେବେ ଦେଖିଛନ୍ତି ଏହିଭଳି ଅଜବ କୁକୁର? ଥରେ ଦେଖନ୍ତୁ ଏହି ଭାଇରାଲ ଭଡିଓ

ତେବେ ଏଇ କିଛି ଦିନ ହେବ ଟ୍ଵିଟର ଦେଖିବା ପାଇଁ ମିଳିଛି ଏକ ଅଜବ ଭିଡିଓ । ଯେଉଁଥିରେ ଏକ ଅନ୍ୟ ପ୍ରଜାତିର କୁକୁର ଦୌଡୁ ଥିବାର ଦେଖିବା ପାଇଁ ମିଳିଛି ।

ବର୍ତ୍ତମାନ ସମୟରେ ଦୁନିଆରେ ଅନେକ ଅଜବ ଜିନିଷ ଦେଖିବାକୁ ପାଇଁ ମିଳୁଛି । ଯେପରି କେବେ ସାପ ନେଉଳର ବନ୍ଧୁତା ତ କେବେ ଶୁଆ ଓ ମଣିଷର ପ୍ରେମ । କେବେ ଗଛରୁ ବହାରୁଛି ଖିର ତ କେବେ ଆପେ ଆପେ ଗଛରେ ଲାଗିଯାଉଛି ନିଆଁ । ଏହିପରି ଅନେକ ପ୍ରକାରର ଅଜବ ଘଟଣା ଆମ ଆଖପାଖରେ ଦେଖିଥାଉ । କେବେ କେବେ ଏହିପରି ଜିନିଷ ଦେଖିବା ମାତ୍ରକେ ଲୋକ ଭୟବିତ ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାନ୍ତି ।

ତେବେ ଆଗରୁ ଆପଣମାନେ ଅନେକ ପ୍ରକାରର କୁକୁରର ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ହେଲେ ଏହିପରି ଏକ ଅଜବ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାରର ଅଜବ ଭିଡିଓ ଭରି ହୋଇକି ରହିଛି । ଯାହାକୁ ଦେଖିବା ମାତ୍ରକେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।  ଏହିପରି ଭିଡିଓ ପ୍ରାୟତଃ ଟ୍ଵିଟର, ଫେସ୍‌ବୁକ୍‌ ଏବଂ ଅନ୍ୟ ପ୍ଲାଟଫର୍ମରେ ସେୟାର ହୋଇଥାଏ ।

ତେବେ ଏଇ କିଛି ଦିନ ହେବ ଟ୍ଵିଟରରେ ଦେଖିବାକୁ ମିଳିଛି ଏକ ଅଜବ ଭିଡିଓ । ଯେଉଁଥିରେ ଏକ ଭିନ୍ନ ପ୍ରଜାତିର କୁକୁର ଦୌଡୁ ଥିବାର ନଜର ଆସୁଛି । ଏହି କୁକୁରଟି ହଙ୍ଗେରିଆନ୍‌ ପୁଲି ନାମରେ ପରିଚୟ । ଭିଡିଓରେ ଦେଖିବାକୁ ମିଳିଛି ଯେ, କୁକୁରଟି ଲମ୍ବା ଏବଂ ତା ଶରୀରରେ ସବୁଜ ରଙ୍ଗର କେଶର କୋଟ୍‌ ରହିଛି ।  ଯାହା ଡ୍ରେଡ୍ଲକ୍‌ ଭଳି ଦେଖିବାକୁ । ଏହି ଛୋଟ ଭିଡିଓରେ ଦେଖାଯାଇଛି କି କୁକୁରଟି ଖୁସିରେ ଖେଳୁଛି, ଦୌଡୁଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଖୁସି ମଧ୍ୟ ହେବେ ।

ଏହି ହଙ୍ଗେରିଆନ୍‌ ପୁଲି କୁକୁରଟି ସୋସିଆଲ ମିଡିଆ ୟୁଜର୍ସଙ୍କୁ ଆକର୍ଷଣ କରିଛି । ଯାହାକୁ ଦେଖିବା ମାତ୍ରକେ ଲୋକମାନେ ସେଥିରେ ଅଜବ ଅଜବ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ସ ଭିଡିଓରେ ଲେଖିଛନ୍ତି ଯେ, ‘ସାଙ୍ଗ ଏହି ପୋଛା କପଡାଟି ଆମ ଆଡକୁ ଆସୁଛି’ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ଡଗ୍‌ ମାର୍ଲୀ’ । ସେହି ପରି ଆଉ ଜଣେ ୟୁଜର୍ସ ଲେଖିଲେ, ‘ରାତିରେ ଏହି ପରି କିଛି ଦେଖିବାକୁ ସୁନ୍ଦର ଲାଗିଥାଏ ହେଲେ ଏହା ଭୟଙ୍କର ମଧ୍ୟ ଲାଗୁଛି । ସେହିଭଳି ଆଉ ଏକ ୟୁଜର୍ସ ଏପରି ମଧ୍ୟ ଲେଖିଛନ୍ତି ଯେ, ‘ଏହା କେଉଁ ଭୟଙ୍କର ଫିଲ୍ମ’ । ଏହି ଭିଡିଓଟିକୁ ପ୍ରାୟ ଏବେ ୧୭ ମିଲିୟନ ଥର ଦେଖାଯାଇଛି । ହେଲେ ଏହି ଭିଡିଓଟି ନୂଆ ନୁହେଁ ବରଂ ଏହାକୁ ୨୦୨୧ରେ ସେୟାର କରାଯାଇଥିଲା । ଏହି କୁକୁରଙ୍କ ଲମ୍ବା କେଶ ତାକୁ ଅନ୍ୟ ଶିକାରୀମାନଙ୍କ ଠାରୁ ସେମାନଙ୍କୁ ରକ୍ଷା କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.