ଏସିଆ କପ୍‌ ପୂର୍ବରୁ ବାଂଲାଦେଶକୁ ଝଟକା, ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଲେ ଲିଟନ ଦାସ

ଟିମ୍‌ ଇଣ୍ଡିଆ ଭଳି ବାଂଲାଦେଶକୁ ମଧ୍ୟ ଏସିଆ କପ୍‌ ପୂର୍ବରୁ ଝଟକା ଲାଗିଛି । ଭାଇରଲ ଜ୍ୱରରେ ପୀଡିତ ଥିବାରୁ ଲିଟନ ଦାସ ଟିମରୁ ବାଦ୍‌ ପଡିଛନ୍ତି । ତାଙ୍କ ସ୍ଥାନରେ ଅନାମୁଲ ହକ ଟିମରେ ସାମିଲ ହୋଇପାରନ୍ତି ।

ଏସିଆ କପ୍‌ ୨୦୨୩ ପୂର୍ବରୁ ବାଂଲାଦେଶକୁ ବଡ ଝଟକା ଲାଗିଛି । ଟିମର ଷ୍ଟାର ବ୍ୟାଟସମ୍ୟାନ ଲିଟ ଦାସ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଛନ୍ତି । ଓ୍ଵିକେଟ କିପର ଲିଟନ ଦାସ ଭାଇରଲ ଜ୍ୱରରେ ପୀଡିତ ରହିଛନ୍ତି । ସେଥିପାଇଁ ଟିମରୁ ଏବେ ବାଦ୍‌ ପଡିଛନ୍ତି । ଲିଟନ ଦାସ ଏପର୍ଯ୍ୟନ୍ତ ମ୍ୟାଚ୍‌ ପାଇଁ ଶ୍ରୀଲଙ୍କା ଯାଇନାହାନ୍ତି । ଲିଟନଙ୍କ ସ୍ଥାନରେ ଅନାମୁଲ ହକ ଟିମରେ ସାମିଲ ହୋଇପାରନ୍ତି ।

ଲିଟନ ବାଂଲାଦେଶ ଟିମର ପ୍ରମୁଖ ଖେଳାଳି । ସେ ଏପର୍ଯ୍ୟନ୍ତ ୭୨ଟି ଦିନିକିଆରେ ୨୨୧୩ ରନ୍‌ କରିଛନ୍ତି । ଦିନିକିଆରେ ୫ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ମାରିଛନ୍ତି । ଲିଟନ ଦିନିକିଆରେ ସର୍ବଶ୍ରେଷ୍ଠ ଦିନିକିଆ ସ୍କୋର ୧୭୬ ରନ୍‌ ରହିଛି । ଏସିଆ କପ୍‌ ପୂର୍ବରୁ ଭାଇରଲ ଜ୍ୱରରେ ପୀଡିତ ହୋଇଛନ୍ତି ।

ଲିଟନଙ୍କ ଅନୁପସ୍ଥିତିରେ ଅନାମୁଲ ହକଙ୍କୁ ଟିମରେ ସ୍ଥାନ ମିଳିଛି । ଓ୍ଵିକେଟକିପର ବ୍ୟାଟର ଅନାମୁଲ ଏପର୍ଯ୍ୟନ୍ତ ୪୪ ଦିନିକିଆ ଖେଳିଛନ୍ତି । ସେ ପର୍ଯ୍ୟନ୍ତ ୧୨୫୪ ରନ୍‌ କରିଛନ୍ତି । ସେ ୩ଟି ଶତକ ଏବଂ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ତାଙ୍କର ଦିନିକିଆରେ ସର୍ବଶ୍ରେଷ୍ଠ ସ୍କୋର ୧୨୦ ରହିଛି । ଅନାମୁଲ ୨୦ଟି ଟି-୨୦ ମ୍ୟାଚରେ ୪୪୫ ରନ୍‌ କରିଛନ୍ତି । ସେ ଟିମ୍‌ ପାଇଁ ଶେଷ ମ୍ୟାଚ୍‌ ୨୦୨୨ ଡିସେମ୍ବରରେ ଖେଳିଥିଲେ । ଏହାପରେ ଟିମରୁ ବାଦ୍‌ ପଡିଥିଲେ ।

ଏସିଆ କପ୍‌ ପାଇଁ ବାଂଲାଦେଶ ଟିମ୍‌ : ଶକିବ ଅଲ ହସନ(ଅଧିନାୟକ), ନଜମୁଲ ହୁସେନ ସାଣ୍ଟୋ, ତୌହିଦ ହୃଦୋୟ, ମୁଶିଫକୁର ରହିମ, ଅଫିଫ ହୁସୈନ, ମେହଦୀ ହସନ ମିରାଜ, ତସ୍କିନ ଅହମଦ, ହସନ ମହମୁଦ, ମୁସ୍ତଫିଜୁର ରହମାନ, ଶୋରଫୁଲ ଇସ୍ଲାମ, ନସୁମ ଅହମଦ, ମହେଦୀ ହସନ, ନଇମ ଶେଖ, ଶମିମ ହୁସୈନ, ତଜିଦ ହସନ ତମିମ, ତଞ୍ଜିମ ହସନ ସାକିବ, ଅନାମୁଲ ହକ ବିଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.