ଦିଲ୍ଲୀରେ ଆମାଜନର ସିନିଅର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା, ପଛରୁ ବାଇକରେ ଆସିଲେ ଗୁଳି ମାରିଲେ

ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଆମାଜନର ଜଣେ ସିନିଅର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା । ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ବାଇକ ଏବଂ ସ୍କୁଟିରେ ଆସି ୫ ଜଣ ଯୁବକ ଗୁଳି ମାରିଥିଲେ ।

ଦିଲ୍ଲୀରେ ଆମାଜନର ଜଣେ ସିନିଅର ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ରାତି ୧୧ଟା ୫୦ ମିନିଟ ସମୟରେ ସ୍କୁଟି ଏବଂ ବାଇକରେ ୫ ଜଣ ଯୁବକ ଆସି ଗୁଳି କରି ମ୍ୟାନେଜରଙ୍କୁ ହତ୍ୟା କରିଥିଲେ । ଫଳରେ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହିତ ଥିବା ଆଉ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଦିଲ୍ଲୀର ଭଜନାପୁରା ଅଞ୍ଚଳରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ।

ଖବର ମୁତାବକ, ଆମାଜନରେ ସିନିଅର ମ୍ୟାନେଜର ଭାବେ କାମ କରୁଥିବା ହରପ୍ରୀତ ଗିଲ୍‌ ନିଜ ସାଙ୍ଗ ଗୋବିନ୍ଦ ସହିତ ବାଇକରେ ବସି ଯାଉଥିଲେ । ଘରକୁ ଫେରିବା ସମୟରେ ରାସ୍ତାରେ ସ୍କୁଟି ଓ ବାଇକରେ ୫ ଯୁବକ ସେମାନଙ୍କୁ ପିଛା କରିଥିଲେ। ଏହାପରେ ସେମାନେ ଉଭୟ ହରପ୍ରୀତ ଗିଲ୍ ଓ ଗୋବିନ୍ଦଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ସେଥି ମଧ୍ୟରୁ ଗୋଟିଏ ଗୁଳି ହରପ୍ରୀତଙ୍କ ମୁଣ୍ଡର ଆରପାର୍ ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ଗୋବିନ୍ଦଙ୍କ ଡାହାଣ ପଟ କାନ ନିକଟରେ ଗୁଳି ବାଜିଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହରପ୍ରୀତଙ୍କୁ ହସପିଟାଲ ନେଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହରପ୍ରୀତଙ୍କର ପୂର୍ବରୁ କାହା ସହ ଶତ୍ରୁତା ନ ଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ପୋଲିସ ଏହି ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ଏଭଳି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ଅଧରାତିରେ ଏଭଳି ଘଟଣା ଯୋଗୁଁ ପୋଲିସ ପ୍ରଶାସନ ଉପରେ ପ୍ରଶ୍ନ ଉଠିଛି । ପୋଲିସ ଏହି ମାମଲାକୁ ହତ୍ୟା ମାମଲାରେ ଦାଏର କରି ଅଭିଯୁକ୍ତକୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.