ମଣିଷ ବି ହାର ମାନିବ କୁକୁରର ଏହି ଅଦ୍ଭୁତ ପ୍ରତିଭା ଆଗରେ, ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ

କୁହାଯାଏ ଯେ କୁକୁର ହେଉଛି ମଣିଷର ସବୁଠାରୁ ନିକଟତର ଏବଂ ବିଶ୍ୱସ୍ଥ। ସେମାନଙ୍କ ଠାରେ ସବୁଠାରୁ ଭଲ ଗୁଣ ହେଉଛି ଯେ ଯାହା ବି ଶିଖାଇଲେ ସେମାନେ ଜଲଦି ଶିଖିଯାନ୍ତି। ଏମିତି ହିଁ ଘଟଣା ଗୋଟେ କୁକୁର ସହିତ ହୋଇଛି, ଯିଏ କି ନିଜର ଅଦ୍ଭୁତ ଏବଂ ଚମକପୂର୍ଣ୍ଣ ପ୍ରତିଭା ପାଇଁ ଲୋକଙ୍କୁ ନିଜର ଦିଓ୍ଵାନା କରିପାରିଛି।

dog ballସୋସିଆଲ ମିଡିଆରେ ଏହି କୁକୁର ଭିଡିଓ ଖୁବ୍ ଭାଇରାଲ ହେଉଛି। କୁକୁର ପାଖରେ ରହିଛି ଅଦ୍ଭୁତ ପ୍ରତିଭା କାରଣ ସେ କୌଣସି ବି ଜିନିଷ ଯେମିତିକି ଗ୍ଲାସରେ ଭରିରହିଥିବା ପାଣି କିମ୍ବା ଗ୍ଲୋବ ବା କୌଣସି ଫୁଟବଲକୁ ଅତି ସହଜରେ ନିଜ ମୁଣ୍ଡରେ ବାଲାନ୍ସ କରି ରଖିପାରିବ।

ଏହାସହ ପଢନ୍ତୁ : ମଧ୍ୟରାତ୍ରିରେ ବୁଲା କୁକୁର ସହିତ ନାଚିଲେ ବ୍ୟକ୍ତି, ସକାଳୁ ଭିଡିଓ ହୋଇଗଲା ଭାଇରାଲ

ରିପୋର୍ଟ ଅନୁଯାୟୀ ଏହି କୁକୁରର ମାଲିକଙ୍କ ନାମ ହେଉଛି ପର୍ଲ ଲାଭେରୀ। ସେ କହିଛନ୍ତି ଯେ ତାଙ୍କ ଡୋଗି କୌଣସି ବି ଜିନିଷକୁ ଅତି ସହଜରେ ନିଜ ମୁଣ୍ଡ ଉପରେ ରଖି ବାଲାନ୍ସ କରିପାରିବ।

dogଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କୁକୁରର ନିଜର ଏକ ଇନଷ୍ଟଗ୍ରାମ ପେଜ୍ ମଧ୍ୟ ଅଛି। ଯେଉଁଥିରେ ତାହାର ପ୍ରତିଭାର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହି ପେଜର ଏକ ଲକ୍ଷରୁ ଅଧିକ ଫଲୋଓର୍ସ ହୋଇଗଲେଣି।

 

View this post on Instagram

 

‘Is there anything on this Earth I can’t balance?!’ 😉 ~ Harlso 🐾 – Happy Earth Day! 🌍

A post shared by Harlso the Balancing Hound (@harlso_the_balancing_hound) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.