ଏହି ରେସ୍ତୋରାଁରେ ଯେତେ ଇଚ୍ଛା ସେତେ ଖାଇପାରିବେ, ତାହା ପୁଣି ବିନା ବିଲ୍‌ ପୈଠ କରି

ସାଧାରଣତଃ ରେସ୍ତୋରାଁକୁ ଗଲେ ଆମେ ଖାଇ ପିଇ ସାରିବା ପରେ ବିଲ୍‌ ଭରିଥାଉ। କିନ୍ତୁ ଯଦି କେବେ ରେସ୍ତୋରାଁରେ ଆପଣ ଖାଇବା ପରେ ଜାଣିବେ ଯେ କେହି ଆପଣଙ୍କ ବିଲ ପୂର୍ବରୁ ହିଁ ଭରି ଦେଇଛି ତେବେ କେମିତି ଲାଗିବ। ଖୁସି ଲାଗିବ ନିଶ୍ଚୟ। ବିଦେଶରେ ନୁହେଁ ବରଂ ଭାରତରେ ରହିଛି ଏଭଳି ଏକ ରେସ୍ତୋରାଁ, ଯେଉଁଠାରେ ଖାଇବା ପରେ ବ୍ୟକ୍ତିଙ୍କୁ ବିଲ ଭରିବାକୁ ପଡ଼େ ନାହିଁ। ସେବା କ୍ୟାଫେ ନାମକ ଏହି ରୋସ୍ତୋରାଁ ଗୁଜରାଟର ଅହମ୍ମଦାବାଦର ସିଜି ହାଇୱେ ରୋଡରେ ମ୍ୟୁନିସିପାଲ ମାର୍କେଟ ସାମ୍ନାରେ ରହିଛି।

seva cafe2

ପ୍ରକୃତ କଥାଟି ହେଉଛି ରୋସ୍ତୋରାଁରେ ଆପଣ ଖାଇସାରିବା ପରେ ଆପଣଙ୍କ ନିକଟକୁ ଏକ ଲଫାପା ଆସିବ। ସେଥିରେ ଆଉ କେହି ଆପଣଙ୍କ ବିଲ ଭରିଦେଇଥିବା ଦେଖିବାକୁ ପାଇବେ। କାରଣ ଏହି ରୋସ୍ତୋରାଁର ଏହା ହିଁ ନିୟମ। ଏଠାରେ ବ୍ୟକ୍ତିଙ୍କୁ ନିଜ ବିଲ୍‌ ନିଜକୁ ଭରିବାକୁ ପଡ଼େ ନାହିଁ, ବରଂ ଆପଣ ଆଉ କାହା ପାଇଁ ବିଲ୍‌ ଭରିବେ। କ୍ୟାଫେରେ ଖାଉଥିବା ଲୋକ ଖାଇସାରିବା ପରେ ନିଜ ସକ୍ଷମ ଅନୁସାରେ ଆଉ କାହା ପାଇଁ ବିଲ ପୈଠ କରିଥାନ୍ତି। ଲୋକଙ୍କ ସେବା ପାଇଁ ଖୋଲାଯାଇଥିବା ଏହି ରେସ୍ତୋରାଁରେ ଏହି ନିୟମରେ ଗତ ୧୧ ବର୍ଷ ହେଲା ପେମେଣ୍ଟ ଜାରି ରହିଛି।

seva cafe

ଏହି କ୍ୟାଫେ ମାନବ ସଦନ ଓ ସ୍ୱଚ୍ଛ ସେବା ସଦନ ଏନ୍‌ଜିଓ ତରଫରୁ ଚାଳିତ ହେଉଛି। ଗତ ୧୧ ବର୍ଷ ଧରି ଏହି କ୍ୟାଫେ ପେ ଫରଓ୍ଵାର୍ଡ ମେଥଡ ବା ଗିଫ୍ଟ ଇକୋନୋମି ମଡେଲ ଫଲୋ କରି ଆସୁଛି। ଗୁରୁବାର ଠାରୁ ରବିବାର ସନ୍ଧ୍ୟା ୭ଟାରୁ ୧୦ ଟା ପର୍ଯ୍ୟନ୍ତ କିମ୍ବା ଯେବେ ଯାଏଁ ୫୦ ଗିଫ୍ଟ ପୂରଣ ହୋଇନାହିଁ ସେବେ ଯାଏଁ ଏହା ଖୋଲା ରହିଥାଏ। ମାସ ଶେଷରେ କ୍ୟାଫେରେ ହୋଇଥିବା ଆମଦାନିର ହିସାବନିକାସ ହୋଇଥାଏ।

seva cafe

ଏହି କ୍ୟାଫେ ଭଲେଣ୍ଟିୟର ସାହାଯ୍ୟରେ ଚାଲିଛି। ଛାତ୍ରଙ୍କ ଠାରୁ ଆରମ୍ଭ କରି ପ୍ରଫେସନାଲ ଏମିତି କି ପର୍ଯ୍ୟଯକ ମଧ୍ୟ ଏହି କ୍ୟାଫେରେ ମାଗଣାରେ କାମ କରିଥାନ୍ତି। ଏହି କ୍ୟାଫେରେ କାମ କରିବାକୁ ଆପଣଙ୍କୁ ବି ସୁଯୋଗ ମିଳିବ। ଯଦି ଆପଣ ଭଲ ରୋଷେଇ ଜାଣନ୍ତି ତେବେ ଏଠାରେ ସେଫ୍‌ ଭାବେ ସେବା ଯୋଗାଇପାରିବେ। ଆପଣ ଚାହିଁଲେ ବାସନକୁସନ ସେବା ବି କରିପାରିବେ। ଏଠାରେ ସବୁ କିଛି ସେବା ମନୋଭାବ ନେଇ ହୋଇଥାଏ। କ୍ୟାଫେର ଆତିଥ୍ୟେୟ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ସାଜିଛି।

Leave A Reply

Your email address will not be published.