ତାର ଜାଲିକୁ ପାର କରୁଥିବା କୁମ୍ଭୀରର ଭିଡିଓ ହେଉଛି ଭାଇରାଲ

ବିଦେଶରେ ଏହି ମାମଲା ଅନେକ ଥର ଆସିଛି ଯେଉଁଠି ଜଙ୍ଗଲୀ ପଶୁ ରାସ୍ତା ଉପରକୁ ଆସିଯାନ୍ତି। ସେହିଭଳି ପୁଣି ଥରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ୟୁଏସର ଫ୍ଲୋରିଡ଼ାରେ। ଯେଉଁଠି ଏକ କୁମ୍ଭୀରକୁ ଜାଲ ଉପରେ ଚଢ଼ି ଯାଉଥିବାର ଦେଖିବାକୁ ମିଳିଛି। ଏହାକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ଭିଡିଓ ମଧ୍ୟ ବନାଇଥିଲେ।
ଏହି ଭୟଙ୍କର ଭିଡିଓକୁ ଏବେ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଜଣେ ବ୍ୟକ୍ତି କାରରେ ଯାଉଥିବାବେଳେ ସେ ଦେଖିଲେ ଯେ ଗୋଟିଏ କୁମ୍ବୀର ତାର ଜାଲିରେ ଦିଆଯାଇଥିବା ଜାଲ ଉପରେ ଚଢ଼ି ଜାଲ ସେପଟକୁ ଯିବାକୁ ଚେଷ୍ଟା କରୁଛି। ଏହାକୁ ଦେଖି ସେ ଭିଡିଓ ବନାଇଥିଲେ ଏବଂ ଭିଡିଓକୁ ସେୟାର କରିଥିଲେ।
ସେହି ବ୍ୟକ୍ତି ଜଣଙ୍କ ଭିଡିଓ ସେୟାର କରି ଲେଖିଛନ୍ତି ‘ମୁଁ ଖୁସି ଅଛି କୁମ୍ଭୀରକୁ ଜାଲ ଉପରକୁ ଚଢୁଥିବାର ଦେଖି ଏବଂ କିଛି ସମୟ ପରେ ସେ ଗାୟବ ହୋଇଗଲା। ଏହାସହିତ ସେ ଏହା ମଧ୍ୟ କହିଛନ୍ତି ଯେ ଫ୍ଲୋରିଡ଼ାରେ ଯଦି ଆପଣ ନୂଆ ତେବେ ବହୁତ ସାବଧାନରେ ଆପଣଙ୍କୁ ଯିବାକୁ ହେବ।
https://www.facebook.com/stinabear/videos/10205681431111646/